April 26, 2026

ଅମରାବତୀ ରେ ଦୋଳମେଲଣ ଅନୁଷ୍ଠିତ

IMG-20230307-WA0057
Share

 

 

ବଡ଼ଚଣା_ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଛତିଆ ନିକଟରେ ଅବସ୍ଥିତ ଅମରାବତୀ।ରାଜ୍ୟ ରେ ଥିବା ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଭାବରେ ଏହି ସ୍ଥାନ ଏବେ ପ୍ରସିଦ୍ଧି ଲାଭ କରିଛି।ଆଖ ପାଖ ଅଞ୍ଚଳ ଜନସାଧାରଣ ଙ୍କ ସହିତ ବାହାରୁ ବହୁ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଙ୍କ ଭିଡ଼ ପରିଲକ୍ଷିତ ହୋଇଥାଏ।ବାହାଘର ,ବ୍ରତଘର ସହିତ ବିଭିନ୍ନ ପୂଜା ପାର୍ବଣ ଖୁବ୍ ଯାକ ଯମକ ରେ ପାଳିତ ହୋଇଥାଏ।ଅମରାବତୀ ମଠ ର ପରିଚାଳନା କମିଟି ର ପ୍ରତେଖ୍ୟ ତତ୍ବାବଧାନରେ ମଠ ର ବିକାଶ ସହିତ ମଠ କୁ ଆସୁଥିବା ପର୍ଯ୍ୟଟକ ଓ ଭକ୍ତ ମାନଙ୍କ ଯେପରି କୌଣସି ଅସୁବିଧା ନ ହୁଏ ସେଥି ପ୍ରତି ଦୃଷ୍ଟି ଦେଇଥାନ୍ତି।ଆଜି ଦୋଳ ପୂର୍ଣ୍ଣିମା ରେ ଅମରାବତୀ ରେ ପ୍ରସିଦ୍ଧ ମେଲଣ ଅନୁଷ୍ଠିତ ହୋଇଛି। ଶୁ ସଜିତ ବିମାନ ରେ ରାଧା କୃଷ୍ଣ ଙ୍କ ମୂର୍ତ୍ତୀ କୁ ଭକ୍ତ ମାନେ ବିଭିନ୍ନ ପାରମ୍ପରିକ ବାଜା,ଘଣ୍ଟ,ଢୋଲ,ମହୁରୀ ,ଶଙ୍ଖ ଦ୍ଵାରା ଅମରାବତୀ ମଠ ମଧ୍ୟକୁ ପ୍ରବେଶ କରିଥିଲେ।ଭକ୍ତ ମାନଙ୍କ ହରିବୋଲ, ହୁଳୁ ହୁଳି ଶବ୍ଦ ରେ ସାରା ଅଞ୍ଚଳ କମ୍ପି ଉଠିଥିଲା।ଆଖପାଖ ଅଞ୍ଚଳ ର ଜନସାଧାରଣ ଙ୍କ ବାହାରୁ ବହୁ ଭକ୍ତ ଙ୍କ ସମାଗମ ଦେଖିବାକୁ ମିଳିଥିଲା।ଆଜି ର ପବିତ୍ର ଏହି ମେଲଣ ଅବସରରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ନିର୍ଭୀକ ଓ ସଠିକ୍ ଖବର ପ୍ରସାରଣ କରୁଥିବା ସାମ୍ବାଦିକ ଙ୍କୁ ସମ୍ମାନିତ କରାଯାଇଥିଲା।ସାମ୍ବାଦିକ ଦିଗାମ୍ବର ମହାପାତ୍ର, ବ୍ରଜଗୋପାଳ ଦାସ୍,ସୁବ୍ରତ କୁମାର ମହାନ୍ତି,ବେଦପ୍ରକାଶ ନାୟକ,ଉମାକାନ୍ତ ବେହେରା,ଙ୍କ ସମେତ ସରପଞ୍ଚ ରମେଶ ଚନ୍ଦ୍ର ପୃଷ୍ଟି,, ଯୁବ ସମାଜ ସେବୀ ଅମରେଶ ନନ୍ଦ ଉପସ୍ଥିତ ଥିଲେ ।ଅମରାବତୀ ମଠ ର ପରିଚଳନା କମିଟି ସଭାପତି ବିପିନ ବିଶ୍ଵାଳ ଙ୍କ ସୁନ୍ଦର ପରିଚାଳନା ରେ ଅମରାବତୀ ର ମେଲଣ କାର୍ଯ୍ୟ ସମାପନ ହୋଇଥିଲା।