May 13, 2026

ପଶ୍ଚିମବଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀ ଙ୍କ ବିୟୋଗରେ ଶୋକସଭା  ..

Share

 

ଗଞ୍ଜାମ ଆଞ୍ଚଳିକ କମିଟୀ ତରଫରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ନୀଳାଦ୍ରିପୁର ଗ୍ରାମରେ ବରିଷ୍ଟ ବାମପନ୍ଥୀ ନେତା ତଥା ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟାଚାର୍ଯ୍ୟ ଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି l ଦେବାଶିଷ ଛୋଟୋରାୟ ଙ୍କ ସଭାପତିତ୍ୱ ରେ ଆୟୋଜିତ ଶୋକସଭାରେ ସିପିଆଇଏମ ର ଗଞ୍ଜାମ ବ୍ଲକ ସମ୍ପାଦକ ଦିଲ୍ଲୀପ ଛୋଟୋରାୟ, ସାଥି ନରହରି ସାହୁ, ବିରଞ୍ଚି ନାରାୟଣ ସ୍ବାଇଁ, ତ୍ରିଲୋଚନ ପ୍ରଧାନ, ଶ୍ରୀଧର ସ୍ବାଇଁ, ବିଷ୍ଣୁ ଛଟେଇ, ଦିବ୍ୟାଲୋଚନ ପ୍ରଧାନ, ଏବଂ ଯୁବ ଓ ଛାତ୍ର ସଂଗଠନର ଏକାଧିକ ସାଥି ଯୋଗ ଦେଇ ସ୍ବର୍ଗତ ନେତା ଙ୍କ ଅମର ଆତ୍ମର ସଦଗତି କାମନା କରିବା ସହ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l ଉପସ୍ଥିତ ସାଥି ବୃନ୍ଦ ସୃତି ଚାରଣ କରିବା ସହ ଶୋକବ୍ୟକ୍ତ କରିଥିଲେ l(ପ୍ରଦୀପ କୁମାର ପଣ୍ଡା )