June 22, 2026

ପୁରୀରୁ ଭାରତ ମସଲା କମ୍ପାନୀର ଗଡିଲା ସମ୍ପର୍କ ଯାତ୍ରା ରଥ

Share

ଓଡିଶା ଆଗାମୀ ୧୦ ବର୍ଷ ମଧ୍ୟରେ ଏକ ବିକାଶଶୀଳ ରାଷ୍ଟ୍ର ହେବାକୁ ଯାଉଛି Iଓଡିଶା ବିକଶିତ ହେବ,ଏହାର ବିକାଶ ଓ ପ୍ରଗତି ପାଇଁ ସମସ୍ତଙ୍କ ସହଯୋଗ ଦରକାର I ପ୍ରତିକୂଳ ପରିସ୍ଥିତିରେ ଜନ୍ମ ନେଇଥିବା ଓଡିଶାର ଏକ ପ୍ରତିଷ୍ଠିତ ମସଲା କମ୍ପାନୀ ଆଜି ଭାରତ ନୁହେଁ ଦେଶ ବିଦେଶରେ ନାଁ କମେଇଛି I ଓଡିଆ ପୁଅର ଏହି ଗାରିମା ଆଜି ସାରା ଦେଶ ଦେଖୁଛି I ମହାବାତ୍ୟାର କରାଳ ଗ୍ରାସକୁ ଅତିକ୍ରମ କରି ୨୫ ବର୍ଷର ଯୁବକ ହୋଇଥିବା ଭାରତ ମସଲା କମ୍ପାନୀ ପ୍ରତ୍ୟକ୍ଷ ବା ପରୋକ୍ଷରେ ହେଉ ୧୦ ହଜାର ପରିବାରଙ୍କ ମୁହଁରେ ଗଣ୍ଡାଏ ଦାନା ଦେଇପାରିଛି । ସେଥ‌ିପାଇଁ ପ୍ରତିଷ୍ଠାତା ଓ ଏହାର ପରିବାରକୁ ଯେଚେ ପ୍ରଶଂସା କଲେବି କମ ପଡିବ ବୋଲି ପୁରୀ ଶରଧାବାଲି ମଣ୍ଡପ ଠାରେ ଭାରତ ମସଲା ପକ୍ଷରୁ ରାଜ୍ୟର ଚାରିଦିଗକୁ ପଠାଯାଉଥୁବା ଭାରତ ସମ୍ପର୍କ ରଥକୁ ଉଦ୍ଘାଟନ ଅବସରରେ ରାଜ୍ୟ ମତ୍ସ୍ୟ ଓ ଅଣୁ, କ୍ଷୁଦ୍ର,ମଧ୍ୟମ ଶିଳ୍ପ ମନ୍ତ୍ରୀ ଗୋକୁଳାନ୍ଦ ମଲ୍ଲିକ ମୂଖ୍ୟଅତିଥି ଭାବେ ଯୋଗ ଦେବା ଅବସରରେ କହିଛନ୍ତି ।ସମ୍ମାନିତ ଅତିଥିଭାବେ ପିପିଲିର ବିଧାୟକ ଆଶ୍ରୀତ ପଟ୍ଟନାୟକ ଏଥିରେ ଯୋଗ ଦେଇ ଜ‌ୟ ଭାରତ ଫାଉଣ୍ଡେସନ ପକ୍ଷରୁ ପୁଜ୍ୟ ପୁଜାକୁ ସମ୍ମାନ ଦେଇ ତାର ୨୫ ବର୍ଷ ପ୍ରତିଷ୍ଠା ଦିବସରେ ପ୍ରତିଭାଧାରୀ ମାନଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଗୁଆ ନିମନ୍ତ୍ରଣ ପତ୍ର ସମ୍ପର୍କ ରଥରେ ପ୍ରେରଣ କରିବା ଓଡିଆ ପରମ୍ପରାର ଏକ ନିଆରା ନିଦର୍ଶନ ବୋଲି କହିଥିଲେ । ଭାରତ ମସଲାର ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ଡା ଏଥିରେ ପୌରୋହିତ କରି ଭାରତ ମସଲା କମ୍ପାନୀର ଦୀର୍ଘ ୨୫ ବର୍ଷର ଉତଥାନ ପତନ ସଂକ୍ରାନ୍ତରେ ମତ ରଖୁଥିଲେ । ଅତିଥି ମାନଙ୍କୁ ଏସଏନ ମିଲେନିୟମ ମଞ୍ଚକୁ ସ୍ବାଗତ ଭାଷଣ ଦେଇ ଆମନ୍ତ୍ରଣ କରିଥିଲେ । ଜୟ ଭାରତ ଫାଉଣ୍ଡେସନର ଅଧ୍ୟକ୍ଷ ସୁରେନ୍ଦ୍ର ନାଥ ପଣ୍ଡା ଏଥିରେ ଅନ୍ୟତମ ଅତିଥି ଭାବେ ଯୋଗଦେଇ ନିଜ ହାତରେ ଗୋଟିଏ ବସ୍ତାରୁ ଆରମ୍ଭ କରିଥିବା ମସଲା କମ୍ପାନୀ ଆଜି ନିଜର କାୟା ସାରା ବିଶ୍ୱକୁ ବିସ୍ତାର କରିଥିବା ଭାବବିହ୍ଵଳ ହୋଇ କହିଥିଲେ । ଜିଏମ୍ ଅପରେସନ ଅରୁଣ କୁମାର ନାୟକ ମଞ୍ଚ ପରିଚାଳନା କରିଥୁବାବେଳେ ପ୍ରଡ କସନ ମୁଖ୍ୟ ନବକୃଷ୍ଣ ପ୍ରଧାନ ସହଯୋଗ କରିଥିଲେ |ଶେଷରେ ଅତିଥି ମାନେ ସବୁଜ ପତକା ଦେଖାଇ ଭାରତ ସମ୍ପର୍କ ଯାତ୍ରା ରଥର ଶୁଭାରମ୍ଭ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ନିର୍ଦ୍ଦେଶିକା ନନ୍ଦିତା ପଣ୍ଡା, ନମିତା ପଣ୍ଡା , ନିର୍ଦେଶକ ସୁମନ୍ତ ପଣ୍ଡା,ଦିଗନ୍ତ ପଣ୍ଡା, ଭାରତ ମସଲା କମ୍ପାନୀ, ଜୟ ଭାରତ ଫାଉଣ୍ଡେସନ ର ସମସ୍ତ କର୍ମକର୍ତ୍ତା ଯୋଗଦେଇଥିଲେ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ