ଖାଦ୍ୟ ନିଗମ ସଭ୍ୟ ହେଲେ ପ୍ରଶାନ୍ତ କୁମାର ନାୟକ 

Share

 

ଗଞ୍ଜାମ ବ୍ଲକ ର ପୂର୍ବତନ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ କେନ୍ଦ୍ର ଖାଦ୍ୟ ନିଗମ ପରାମର୍ଶଦାତା କମିଟିର ସଦସ୍ୟ ଭାବେ ମନୋନିତ ହୋଇଛନ୍ତି l ଓଡିଶାରୁ ଦୁଇ ଜଣ ସଦସ୍ୟ ମନୋନିତ ହୋଇଥିବା ବେଳେ ଶ୍ରୀ ନାୟକ ନାମ ଘୋଷଣା କରାଯିବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ଶୁଅ ଛୁଟିଛି l

ପୂର୍ବରୁ ସେ କରପଡା ଗ୍ରାମ ପଞ୍ଚାୟତର ସରପଞ୍ଚ,ସମବାୟ ସମିତି ର ସଭାପତି, ଭାଜାପାର ପୂର୍ବତନ ଓବିସି ମୋର୍ଚ୍ଚା ରାଜ୍ୟ ଉପାଧ୍ୟକ୍ଷ, ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଏବଂ ରାଜ୍ୟ ସଂଯୋଜକ ରହିଥିଲେ l ବର୍ତ୍ତମାନ ଏହି ପଦବୀ ପାଇବା ପରେ ସେ କେନ୍ଦ୍ର ଓ ରାଜ୍ୟ ବିଜେପି ନେତୃବୃନ୍ଦ ଙ୍କୁ କୃତଜ୍ଞତା ଜଣାଇଛନ୍ତି l(ପ୍ରଦୀପ କୁମାର ପଣ୍ଡା )