ବିଶ୍ୱ ଆଦିବାସୀ ଦିବସ 2024 ପାଳନ ନିମନ୍ତେ ଟ୍ରକ ମାଲିକ ରସହଯୋଗ ର ହାତ ବାଡେଇଲା ରାୟଗଡା : ଦୀର୍ଘ କିଛି ବର୍ଷ ଧରି ରାୟଗଡା ଜ଼ିଲ୍ଲା ର ସଦର

ରାୟଗଡା : ଦୀର୍ଘ କିଛି ବର୍ଷ ଧରି ରାୟଗଡା ଜ଼ିଲ୍ଲା ର ସଦ ମୋହକୁମା ଠାରେ ପ୍ରତିବର୍ଷ ବିଶ୍ୱ ଆଦିବାସୀ ଦିବସ ପାଳନ ହେଇଆସୁଛି l ଏହି ବର୍ଷ ମଧ୍ୟ୍ୟ ମହାଡ଼ମ୍ବର ରେ ଆସନ୍ତା 9 ଅଗଷ୍ଟ ଦିନ ବିଶ୍ୱ ଆଦିବାସୀ ଦିବସ ପାଳନ ପାଇଁ ଆୟୋଜନ ଚାଲିଛି l ଏହି ସକାଳ, 9 ଘଂଟିକା ସମୟରେ ପାରମ୍ପରିକ ଆଦିବାସୀ ଭେଷଭୁଷା ସହିତ ନାଚଗୀତ ରେ ତୁମ୍ବିଗୁଡା ଛକ ଚେକଗୁଡ଼ା ଛକ, ଶିରୀଗୁଡା ଛକ ଓ ମା ମାଝୀଗୌରୀ ମନ୍ଦିର ଠାରୁ ଏକ ବିରାଟ ଶୋଭାଯାତ୍ରା ବାହାରି ବସଷ୍ଟାଣ୍ଡ ନିକଟରେ ଥିବା ବାବା ସାହେବ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ଠାରେ ପହଂଚିବ ଓ ପରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି l ପୁଣି କମିଟି ର ମିନା ରାଓ ଓ ରାବଲ ମାଝୀ କହିଛନ୍ତି ଜେ ଆମର ଏହି କାର୍ଯ୍ୟକ୍ରମ ପାଇଁ ରାୟଗଡା ଟ୍ରକ ମାଲିକ ସଂଘ ର ସଭାପତି ୟାଲା କୋଣ୍ଡା ବାବୁ ସଙ୍ଘ ପକ୍ଷରୁ 50 ହଜ଼ାର ଟଙ୍କା ଦେଇଛନ୍ତି ଓ ଅନ୍ୟାନ୍ୟ ସହଯୋଗ କରିବେ ବୋଲି କହିଥିବା ର କହିଛନ୍ତି l
ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
