ଘରେ ପଶି କଳା କନା ବୁଲାଇଲେ ଦୃର୍ବୁତ୍ତ

*କୁଜଙ୍ଗ ଅଞ୍ଚଳ ରେ ଦିନକୁ ଦିନ ବଢ଼ି ଚାଲିଛି ଚୋରଙ୍କ ଆଡା*
*କେତେ ବେଳେ ଯାନ ବାହାନ ତ କେତେ ବେଳେ ସୁନା ଅଳଙ୍କାର ସହ ଟଙ୍କା ଲୁଟ କରିଛନ୍ତି ଦୃର୍ବୁତ୍ତ*
ହଁ ଆଜ୍ଞା ଏବେ ବଢ଼ିବାରେ ଲାଗିଛି ଚୋରି,ରାହାଜାନୀ ଭଳି ଅନେକ ଅଘଟଣ । ଚୋରି କଲେ ଜଣଙ୍କ ଘରୁ ଚୋରୀ ସମାଗ୍ରୀ ଫପାଡିଲେ ଅନ୍ୟ ଜଣ ଘରକୁ ।ଏଭଳି ଏକ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଧିନ ଫତେପୁର ପଞ୍ଚାୟତ ଫତେପୁର ଗ୍ରାମର ୩ନଂ ୱାର୍ଡ଼ ପାଇକ ସାହିର କୁମର ପ୍ରଧାନ ଙ୍କ ଘରେ ।କୁମାର ଙ୍କ ଘରେ ପଶି କଳା କନା ବୁଲାଇବା ପରେ ଅନ୍ୟ ଜଣଙ୍କ ଘରେ ଫିଙ୍ଗି ଦେଲେ ଦୃର୍ବୁତ୍ତ।ସୁନା ଅଳଙ୍କାର ଓ ଟଙ୍କା ଚୋରୀ ହୋଇଥିବା ନେଇ କୁମର ପ୍ରଧାନ ଙ୍କ ପକ୍ଷରୁ କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ ହୋଇଛି।ଲିଖିତ ଅଭିଯୋଗ କୁ ଭିତି କରି ଘଟଣାର ତଦନ୍ତ ଜାରୀ ରଖିଛି କୁଜଙ୍ଗ ପୋଲିସ୍। କୁଜଙ୍ଗ ପୋଲିସ୍ ପକ୍ଷରୁ ଡ଼ଗ ସ୍କ୍ୱାର୍ଡ ଆସି ଛାନ ଭିନ୍ନ ଜାରି ରହିଛି।ତେବେ ଫତେପୁର ୩ନଂ ୱାର୍ଡ଼ ପାଇକ ସାହିର କୁମର ପ୍ରଧାନ ଗତ ସୋମବାର ରାତିରେ ଘରେ ନଥିବାର ସୁଯୋଗ ନେଇ ରାତି ଅଧିଆ କେହି ଦୃର୍ବୁତ୍ତ ତାଙ୍କ ଘରେ ପଶି ଗୋଟିଏ ସୁନା ଚେନ୍, ଗୋଟିଏ ମଙ୍ଗଳ ସୂତ୍ର,ଚାରି ହଳ କାନ ଫୁଲ ସହ ୨୫ ହଜାର ଟଙ୍କା ଲୁଟି ନେଇଥିବା ବେଳେ ଗତ ୬ତାରିଖ ମଙ୍ଗଳ ବାର ଦିନ ସ୍ଥାନୀୟ କୁଜଙ୍ଗ ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି କୁମାର।ମାତ୍ର କୁମର ପ୍ରଧାନଙ୍କ ଅଭିଯୋଗ ଆଧାରରେ କୁଜଙ୍ଗ ପୋଲିସ୍ ଘଟଣାର ତଦନ୍ତ ଜାରୀ ରଖିଥିବା ବେଳେ ସୁନା ଅଳଙ୍କାର ଓ ଟଙ୍କା ଚୋରୀ କରି ଥିବା କେହି ଦୃର୍ବୁତ୍ତ ଅନ୍ୟ ଜଣେ ପଡ଼ୋଶୀଙ୍କ ଘରେ ଫିଙ୍ଗି ଦେଇଥିବା ଜଣା ପଡ଼ିଛି ।ଏନେଇ କୁଜଙ୍ଗ ପୋଲିସ୍ ଚୋରୀ ସାମଗ୍ରୀର ପର୍ଦ୍ଦାଫାସ୍ କରିବା ପାଇଁ ଜଗତସିଂହପୁର ଡ଼ଗ୍ ସ୍କ୍ୟୋଡ ଆଣି ଅଧିକ ତଦନ୍ତ ଜାରୀ ରଖିଥିବା ବେଳେ ଚୋରକୁ ଗିରଫ କରିବା ପାଇଁ କୁମର ପ୍ରଧାନ ଦାବୀ କରିଛନ୍ତି।
(ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )
