କାଶୀନଗର ବିଡ଼ିଓଙ୍କ ସକ୍ଷମ ଅଙ୍ଗନାୱାଡି କେନ୍ଦ୍ର ପରିଦର୍ଶନ
କାଶୀନଗର,
ରାଜ୍ୟ ସରକାରଙ୍କ ଯେଉଁ 100 ଦିନ ଭିତରେ ଯେଉଁ କେତେକ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ରହିଛି ସେଥି ମଧ୍ୟରୁ ବ୍ଲକର ଅଙ୍ଗନାୱାଡି କେନ୍ଦ୍ର ମାନକୁ ସକ୍ଷମ ଅଙ୍ଗନାୱାଡି କେନ୍ଦ୍ରରେ ରୂପାନ୍ତରିତ କରିବା ପାଇଁ ଯୋଜନା ରହିଛି. କାଶୀନଗର ବ୍ଲକ ରେ 281ଟି ଅଙ୍ଗନାୱାଡି କେନ୍ଦ୍ର ରହିଥିବା ବେଳେ ସେଥି ମଧ୍ୟରୁ 35ଟି କେନ୍ଦ୍ର କୁ ସକ୍ଷମ ଅଙ୍ଗନାୱାଡି କେନ୍ଦ୍ର ଯୋଜନା ଭୁକ୍ତ କରାଯାଇଛି ବୋଲି ସ୍ଥାନୀୟ ଶିଶୁ ପ୍ରକଳ୍ପ ଅଧିକାରୀ କନକ ଲତା ପୂଜାରୀ ସୂଚନା ଦେଇଛନ୍ତି. ସକ୍ଷମ କେନ୍ଦ୍ରମାନଙ୍କରେ ପାନୀୟ ଜଳ, ଶୌଚାଳୟ ଓ ବିଜୁଳି ସରବାରହର ସୁବିଧା ଉପଲବ୍ଧ ହେବ . ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ମ୍ବୁରୁ ଧର ମଲ୍ଲିକ ଓ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ନାରାୟଣ ପାଢ଼ୀ ଶିଆଳି ଓ ଅଲଡା ଗ୍ରାମ ପଞ୍ଚାୟତର ବିଭିନ୍ନ ସକ୍ଷମ ଅନ୍ତର୍ଭୁକ୍ତ ଅଙ୍ଗନାୱାଡି କେନ୍ଦ୍ର ଗୁଡିକୁ ଗସ୍ତ କର କେନ୍ଦ୍ର ମାନଙ୍କରେ ସକ୍ଷମ ଅଙ୍ଗନାୱାଡି ପାଇଁ ଯେଉଁ ସବୁ ସରକାରୀ ସ୍ତରରେ ସୁବିଧା କରିବା ପାଇଁ ଯୋଜନା ହୋଇଛି ସେ ସବୁ ତଦାରଖ କରି ଫେରି ଥିବା ସୂଚନା ହସ୍ତଗତ ହୋଇଛି.
ଗଜପତି ଜିଲ୍ଲା କାଶୀନଗର ରୁ ଆନନ୍ଦ ପାତ୍ର ରିପୋର୍ଟର