November 15, 2024

ବିଦ୍ୟୁତ ଆଘାତରେ ଜଟାଧାରୀ ଙ୍କ ମୃତ୍ୟୁ ..

Share

 

ଗୋପ :- ପୁରୀ ଜିଲ୍ଲା ଗୋପ ବ୍ଲକଅଧିନସ୍ତ କୋଣାର୍କ ଥାନା ଅନ୍ତର୍ଗତ ଅନସରା ଗ୍ରାମର ଜଟାଧାରୀ ବରାଳ ନାମକ ଜଣେ ଚାଷୀ ଯାହାର ବୟସ ( ୫୯ ) ଆଜି ସକାଳେ ନିଜ ବାରିପଟ ବିଲକୁ କାମ କରିବା ପାଇଁ ଯାଇଥିଲେ । ବାରିପଟେ ପୂର୍ବରୁ ବିଦ୍ୟୁତ ତାର ପଡି ରହିଥିଲା ତାହା ତାଙ୍କ ଅଜାଣତରେ କାମ କରିବା ସମୟରେ ସେହି ବିଦ୍ୟୁତ ତାର ସଂମ୍ପର୍ସ ରେ ଆସିଥିଲା । ଯାହା ଫଳରେ ସେହି ବିଦ୍ୟୁତ ତାର ଆଘାତ ଖାଇ ତଳେ ପଡି ରହିଥିଲା । କୌଣସି କାର୍ଯ୍ୟ ବଶତଃ ବାରିପଟକୁ ଯିବା ସମୟରେ ସେହି ଗ୍ରାମର ଜଣେ ମହିଳା ଦେଖି ଗ୍ରାମବାସୀ ଙ୍କୁ ଡାକିଥିଲେ । ମହିଳାଙ୍କ ଡାକ ଶୁଣି ପରିବାର ଲୋକ ଓ ଗ୍ରାମବାସୀ ଘଟଣା ସ୍ଥଳରୁ ଉଦ୍ଧାର କରି ଗୋପ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ । କିନ୍ତୁ ଗୋପ ହସ୍ପିଟାଲ ର ଡାକ୍ତର ଜଟାଧାରୀ ଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ପରେ ମୃତ୍ୟୁ ଜଟାଧାରୀ ବରାଳ ଙ୍କ ପୁତୁରା କୋଣାର୍କ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । କୋଣାର୍କ ଥାନା ଅଧିକାରୀ ଅଭିଯୋଗ ଗ୍ରହଣ କରି ଏକ ଅପମୃତ ମାମଲା ୬/୨୦୨୪ ରୁଜୁ କରି ଶବକୁ ଚାରିଛକ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଶବ ବ୍ୟବଚ୍ଛେଦ କରିବା ପାଇଁ ପଠାଇଥିଲେ । ତାଙ୍କ ମୃତ୍ୟୁ ରେ ଅନସାରା ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ଜଟାଧାରୀ ଙ୍କୁ ମର ଶରୀର କୁ ଗୋପ ହସ୍ପିଟାଲ ରୁ ଚାରିଛକ ହସ୍ପିଟାଲ କୁ ବ୍ୟବଛେଦ ପାଇଁ ସହଯୋଗରେ ହାତ ବଡାଇଥିଲେ ସମାଜସେବୀ ତଥା ଶିମିଳି ପଞ୍ଚାୟତ ର ଯୁବ ସରପଞ୍ଚ ବିଶ୍ୱଜିତ ମହାନ୍ତି l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ