ଆଦିତ୍ୟବାହିନୀ ଦ୍ୱାରା ନିଃଶୁଳ୍କ ଦନ୍ତ ଚିକିତ୍ସା ଶିବିର ଅନୁଷ୍ଠିତ..
ଆଦିତ୍ୟବାହିନୀ ଦ୍ୱାରା ନିଃଶୁଳ୍କ ଦନ୍ତ ଚିକିତ୍ସା ଶିବିର ଅନୁଷ୍ଠିତ, ଉକ୍ତ କାର୍ଯ୍ୟ କ୍ରମ କୁ ଗୋବର୍ଦ୍ଧନ ମଠ ର ସ୍ୱାମୀ ନିର୍ବିକଳ୍ପାନନ୍ଦ ସରସ୍ବତୀ ମହାରାଜ ଶୁଭ ହସ୍ତ ରେ ଉଦଘାଟନ କରିଥିଲେ। ହୃଷିକେଶ ବ୍ରହ୍ମଚାରି ମଧ୍ୟ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ କୁ ଆଦିତ୍ୟ ବାହିନୀ ପୁରୀ ନଗର ଶାଖା ଦ୍ୱାରା ପରିଚାଳନା କରାଯାଇଥିଲା | ଭୁବନେଶ୍ୱର ର ବାଲାଜୀ ସୁପରସ୍ପେଶାଲିଷ୍ଟ ହସ୍ପିଟାଲ ସହାୟତା ରେ ଉକ୍ତ ଶିବିର ପରିଚାଳିତ ହୋଇଥିଲା।୭୨ ଜଣ ଙ୍କୁ ଚିକିତ୍ସିତ କରାଯାଇ ଓରାଲ କୀଟ ପ୍ରଦାନ କରାଯାଇଥିଲା। ହସ୍ପିଟାଲ ପକ୍ଷରୁ ଡା ସଂଜୀବ ରାଉତ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ରେ ଶିବିର ପରିଚାଳିତ ହୋଇଥିଲା। ଆଦିତ୍ୟ ବାହିନୀ ର ସଦସ୍ୟ ମାତୃପ୍ରସାଦ ମିଶ୍ର, ପ୍ରଶାନ୍ତ କୁ ଆଚାର୍ଯ୍ୟ, ପୁର୍ଣଚନ୍ଦ୍ର ଖୁଣ୍ଟିଆ,ସଂଗ୍ରାମ କାନୁନଗୋ, ଅଜୟ ଗୋଛିକାର, କୁମାର ଭୀମସେନ, ରାମଚନ୍ଦ୍ର ଦଳେଇ, ପ୍ରମୁଖ ଉପସ୍ଥିତ ଥିଲେ।
ସଂଗଠନ ସଚିବ ବିଶ୍ୱଶାନ୍ତି ତ୍ରିପାଠୀ ଏବଂ ନଗର ସଚିବ ତନ୍ମୟ ଚାଟାର୍ଜୀ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ