ପ୍ରସନ୍ନ ଙ୍କ ହେଲା ଚକ୍ଷୁ ଅସ୍ତ୍ରୋପଚାର
ସମ୍ବଲପୁର,୦୪/୦୮: ବରିଷ୍ଠ ବିଜେଡି ନେତା, ପୂର୍ବତନ ମନ୍ତ୍ରୀ ତଥା ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଙ୍କ ଚକ୍ଷୁ ଅସ୍ତ୍ରୋପଚାର ହୋଇଛି I ଗତ ସପ୍ତାହ ରେ ଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମସ୍) ହସ୍ପିଟାଲ ର ଚକ୍ଷୁ ବିଭାଗର ଡାକ୍ତର ଙ୍କ ପରାମର୍ଶ କ୍ରମେ ରାଜଧାନୀ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲ ରେ ଶନିବାର ପ୍ରସନ୍ନ ଙ୍କ ବାମ ଆଖିର ସଫଳ ଅସ୍ତ୍ରୋପଚାର କରାଯାଇଥିବା ସୂଚନା ମିଳିଛି I ନିର୍ବାଚନ ପୂର୍ବରୁ ଗତ ମାର୍ଚ୍ଚ ମାସ ୧୪ ତାରିଖ ବିଳମ୍ବିତ ରାତିରେ ଭୁବନେଶ୍ୱର ରୁ ବରଗଡ ଫେରୁଥିବା ସମୟରେ ରେଢ଼ାଖୋଲ ନିକଟରେ ଆକସ୍ମିକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ ପ୍ରସନ୍ନ ଆଚାର୍ଯ୍ୟ I ଏହି ଦୁର୍ଘଟଣା ରେ ପ୍ରସନ୍ନଙ୍କୁ ପ୍ରଥମେ ସମ୍ବଲପୁର ଏବଂ ପରେ ଏୟାର ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା I ଦୀର୍ଘ ୧୭ ଦିନ ର ଚିକିତ୍ସା ପରେ ସେ ଘରକୁ ଫେରିଥିଲେ I ଏହି ଦୁର୍ଘଟଣା ସମୟରେ ତାଙ୍କ ଆଖିରେ ଗଭୀର ଆଘାତ ଲାଗିଥିଲା ଏବଂ ସେ ସମୟରେ ମଧ୍ୟ ଜରୁରୀକାଳୀନ ଅସ୍ତ୍ରୋପଚାର କରାଯାଇଥିଲା I ଏହି ଅସ୍ତ୍ରୋପଚାର ସଫଳ ହୋଇଛି ଏବଂ ପ୍ରସନ୍ନ ଆଚାର୍ଯ୍ୟ ସୁସ୍ଥ ଅଛନ୍ତି ବୋଲି ବରିଷ୍ଠ ବିଜେଡି ନେତା ହୀରାଲାଲ ବେହେରା ପ୍ରକାଶ କରିଛନ୍ତି I ଭୁବନେଶ୍ୱର ଏଲ. ବି. ପ୍ରସାଦ ଚକ୍ଷୁ ବିଭାଗ ବିଭାଗୀୟ ମୁଖ୍ୟ ଡ଼ଃ ସମୀର ମହାପାତ୍ର ଏବଂ ତାଙ୍କ ଡାକ୍ତରୀ ଟିମ୍ ଶ୍ରୀ ଆଚାର୍ଯ୍ୟ ଙ୍କ ସଫଳ ଅସ୍ତ୍ରୋପଚାର କରିଥିବା ଜଣାଯାଇଛି I