ଆଳୁ ସମସ୍ୟା ର ଦୀର୍ଘ ସ୍ଥାୟୀ ସମାଧାନ ପାଇଁ କଂଗ୍ରେସ ର ଦାବି ..
ଅସ୍ତରଙ୍ଗ,,ଆଳୁ ସମସ୍ୟା ସମାଧାନ ହେବା ପରିବର୍ତ୍ତେ ବଢ଼ି ବଢ଼ି ଚାଲିଛି । ବର୍ତ୍ତମାନ ଆଳୁ ର ଦର ୪୦ରୁ ୫୦ ଭିତରେ ରହିଅଛି । ଯାହାଫଳରେ କି ଖାଉଟି ମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗତ ସରକାର ଓ ବର୍ତ୍ତମାନ ସରକାର ଙ୍କ ପ୍ରତିନିଧି ମାନେ,ପରସ୍ପର ଦୋଷ ଦେବା ଅପେକ୍ଷା,ଖାଉଟି ଙ୍କ ସମସ୍ୟା ସମାଧାନ ପାଇଁ ଶୀଘ୍ର ନିଷ୍ପତି ନେଇ ଆଳୁ ସମସ୍ୟାର ସମାଧାନ କରିବା ଉଚିତ୍ ବୋଲି କୃଷକ କଂଗ୍ରେସ ର ପୂର୍ବତନ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି ।
ଏଠାରେ ପ୍ରକାଶ ଯୋଗୁ ଜେ,ଆଳୁ କେଜି ୨୦ ଟଙ୍କାରୁ ୬୦ ରେ ପହଞ୍ଚି ଥିଲା । ଆଳୁ ଆମ ରାଜ୍ୟରେ ବିଶେଷ ଆମଦାନୀ ନ ଥିବା ବା ବେଳେ ଆମେ କୋଲକୋତ ଓ ଉତ୍ତର ପ୍ରଦେଶ ରୁ ଆଣିଥାଉ। ହେଲେ ଆମ ରାଜ୍ୟରେ ଆଳୁ ମିଶନ କରିବା ପାଇଁ ରାଜ କୋଶରୁ ୨୬୧ କୋଟି ଟଙ୍କା ବ୍ୟୟ ବରାଦ କରା ଯାଇଥିଲା । କିନ୍ତୁ ଏ ଫଳ ଶୂନ । ଉନ୍ନତ ମାନର ପ୍ରାମାଣିକ ବିହନ ଯଦି ସଠିକ୍ ସମୟ ରେ ଚାଷୀଙ୍କୁ ଯୋଗାଇ ଦିଆ ଯାଆନ୍ତା,ତାହାଲେ କୋରାଫୁଟ,କନ୍ଧମାଳ,ଫୁଲବାଣୀ,ଆଦି ପାହାଡିଆ ଇଲାକାରେ ଆଳୁ ଚାଷ ଆଧୁନିକ ଜ୍ଞାନ କୌଶଳ ରେ ଚାଷ କରାଯାଇ ପାରନ୍ତା । ଆଳୁ ଚାଷର ବ୍ୟାପକ ପ୍ରସାର,ଶୀତଳ ଭଣ୍ଡାର ପ୍ରତିଷ୍ଠା,ଚାଷୀଙ୍କୁ ୭୦ ପ୍ରତିଶତ ବିଜୁଳି ରିହାତି ଓ ନୀରବ ଚ୍ଛିନ୍ନ ବିଜୁଳି ପ୍ରଦାନ,ଆଗ୍ରହୀ ଆଳୁ ଚାଷୀ ଙ୍କୁ ବ୍ୟାପକ ଜ୍ଞାନ କୌଶଳ ସହ,ଶିକ୍ଷା ମୂଳକ କ୍ଷେତ୍ର ପଦର୍ସନି,ଉଦ୍ୟାନ ଅଧିକାରୀ ଙ୍କୁ ଉତ୍ତର ଦାୟୀତ୍ଵ ପାଇଁ ନିୟୋଜନ,ଚାଷ ର ସମ୍ପ୍ରସାରଣ ଓ ଶୁ ବିପଣନ,ଶାସକ ଓ ପ୍ରଶାସକ ମଧ୍ୟ ରେ ଶୁ ସମ୍ପର୍କ ,ଓ ଦୃଢ଼ ଇଛା ଶକ୍ତି ପ୍ରକାଶ କରି ରାଜ୍ୟରେ ଆଳୁ ଚାଷ କୁ ଆଗେଇ ନେବାକୁ ଶ୍ରୀ ପଟ୍ଟନାୟକ ସରକାର ଙ୍କ ନିକଟରେ ଦାବି କରିଛନ୍ତି ।
ଦୁଃଶାସନ ନାୟକ,ଅସ୍ତରଙ୍ଗ