May 14, 2026

କାଶୀନଗର ମୁଖ୍ୟ ରାସ୍ତାକୁ ବସ ଚଳାଚଳ ବନ୍ଦ/ କତୃପକ୍ଷ ଦୃଷ୍ଟି ଦେବାକୁ ଦାବୀ.

IMG-20240721-WA0020
Share

 

କାଶୀନଗର,

ଗତ କାଲି ରାତ୍ରିଠାରୁ କାଶୀନଗର ବସ ଷ୍ଟାଣ୍ଡ ଆଗରେ ଥିବା ମୁଖ୍ୟ ରାସ୍ତା ର କଲଭର୍ଟ ଉପର ପଡ଼ିଥିବା ସିମେଣ୍ଟ ପ୍ଲେଟ ଭାଙ୍ଗିଯାଇଛି. ବହୁ ଦିନରୁ କାଶୀନଗର ବସଷ୍ଟାଣ୍ଡ ପାଖରେ ଏକ ବଡ଼ ଶଙ୍ଖ ରହିଛି, ଏହି ରାସ୍ତା ଦେଇ ବସ, ଟ୍ରକ, ଟ୍ରାକ୍ଟର ଯାତାୟାତ କରେ, ଅତି ଭାରୀଯାନ ଯିବା ଫଳରେ ଏହା ଭାଙ୍ଗି ଯାଇ ଥିବା ପ୍ତାତ୍ୟେକ୍ଷଦର୍ଶି କହିଛନ୍ତି | ଏଣୁ ଏନ ଏ ସି କତୃପକ୍ଷ ତୁରନ୍ତ ଏହି ଶଙ୍ଖ ଉପରେ ଭାଙ୍ଗି ଯାଇଥିବା ସିମେଣ୍ଟ ପ୍ଲେଟ ମରାମତି କରିବାକୁ ଦାବୀ କରିଛନ୍ତି | ଏହି ପ୍ଲେଟ ଭାଙ୍ଗି ଯିବା ଦ୍ୱାରା ବସ ଷ୍ଟାଣ୍ଡ କୁ କୌଣସି ବସ ପ୍ରବେଶ କରି ପାରୁ ନ ଥିବାରୁ ବସ ଯାତ୍ରୀ ମାନେ ବହୁ ହଇରାଣ ହେଉଥିବା ନଜର କୁ ଆସିଛି.

 

ଗଜପତି ଜିଲ୍ଲା କାଶୀନଗରରୁ ଆନନ୍ଦ ପାତ୍ର ରିପୋର୍ଟର