May 14, 2026

କାଶୀନଗର ରେଳ ପ୍ଲାଟଫର୍ମର ଉନ୍ନତି କେବେ? 

IMG-20240721-WA0019
Share

 

କାଶୀନଗର ଠାରେ ପ୍ରତ୍ୟେକ ରେଳ ରହୁଥିଲେ ମଧ୍ୟ ବହୁ ଦିନ ହେଲା ଉନ୍ନତି କରଣ ନ ହୋଇ ପୂର୍ବ ପରି ପଡି ରହିଥିବାରୁ ଯାତ୍ରୀ ମାନେ ବହୁ ଅସୁବିଧା ହେଉଛନ୍ତି | ଆଜକୁ ପ୍ରାୟ ଚାରିବର୍ଷ ହେଲା ବ୍ରଡ଼ଗେଜ ହୋଇ ବିଦ୍ୟୁତ ମାଧ୍ୟମରେ ରେଳ ଚାଲିଛି, ହେଲେ ଯାତ୍ରୀଙ୍କ ପାଇଁ ଯେଉଁ ସବୁ ଅନୁସଙ୍ଗିକ ସୁବିଧା ଦରକାର ତାହା ନ ଥିବାରୁ ରେଳ ପାଇଁ ପ୍ରତୀକ୍ଷା କରିଥିବା ଯାତ୍ରୀ ମାନେ ବହୁ ଅସୁବିଧାରେ ପଡୁଥିବା ଆମ ପ୍ରତିନିଧି ଙ୍କୁ ସାକ୍ଷାତ କରି କହିଛନ୍ତି. ପ୍ଲାଟଫର୍ମ ର ଉଚତା କମି ଥିବାରୁ ଲୋକେ ଟ୍ରେନ ରୁ ଓହ୍ଲେଇଲା ବେଳେ ବହୂ ଅସୁବିଧାର ସମ୍ମୁଖୀନ ହେଉଛନ୍ତି. ବୃଦ୍ଧ ଓ ବୃଦ୍ଧାମାନେ ଚଢିବା ଓ ଓହ୍ଲେଇବା ବଡ଼ କଷ୍ଟ ହେଉଛି | ପୁଣି ଏକ ମିନିଟ ପାଇଁ ହିଁ ରେଳ ଗାଡି ଗୁଡିକ ଅଟକି ରହି ଥାଏ | ଯାହାଫଳରେ ଯାତ୍ରୀମାନେ ଖୁବ କମ ସମୟରେ ଓହ୍ଲେଇ ପଡିଯିବାର ଭୟ କରୁଛନ୍ତି. ପୁଣି ଏବେ ବର୍ଷା ଦିନ ଗଛ ଲତା ପ୍ଲଟଫୋର୍ମ ରେ ମାଳି ଥିବାରୁ ଏହାକୁ ଅନ୍ତତଃ ସଫା କରିବା କଥା | ପୁନଃ କଟକ ଗୁଣୁପୁର ମେମୁ ଟ୍ରେନ ରାତ୍ରି 3 ଟାରେ ଏଠାକୁ ଆସେ. ଏଠାରେ ଶୌଚାଳୟର ସୁବିଧା ନାହିଁ, ପରିବେଶ ସଫା ସୁତୁରା ରହୁ ନାହିଁ | କଟକ ଯିବା ଲୋକ ଟ୍ରେନରେ ବହୂ ଅସୁବିଧାରେ ଯାତ୍ରା କରନ୍ତି | ପୁଣି କଟକରୁ ସନ୍ଧ୍ୟା 5 ଟାରେ ବାହାରେ ପୁଣି ରାତ୍ରି ଦୁଇଟାରେ ପହଞ୍ଚେ, ପୁଣି ସେହି ଅସୁବିଧାରେ ପଡନ୍ତି. ଏଣୁ ରେଳ କତୃପକ୍ଷ ଦୃଷ୍ଟି ଦେଇ କାଶୀନଗର ରେଳ ଷ୍ଟେସନ ଆଧୁନିକ ଭାବେ ଉନ୍ନତିକରଣ କରି ଯାତ୍ରୀ ମାନଙ୍କୁ ସର୍ବନିମ୍ନ ସୁବିଧା ଦେବା ପାଇଁ ସାଧାରଣ ରେ ଦାବୀ ହେଉଛି |

 

ଗଜପତି ଜିଲ୍ଲା କାଶୀନଗରରୁ ଆନନ୍ଦ ପାତ୍ର ରିପୋର୍ଟର