October 5, 2024

ସାହିତ୍ୟ ପତ୍ରିକା ବଞ୍ଚିବାକୁ ହେଲେ ସାହିତ୍ୟିକ ମାନଙ୍କ ସୃଷ୍ଟି ହେବା ଆବଶ୍ୟକ, ଲାବଣ୍ୟବତୀ ଦ୍ୱିତୀୟ ସ୍ୱ ନକ୍ଷତ୍ର ଉତ୍ସବ ଅନୁଷ୍ଠିତ ଆଠଗଡ, ସାହିତ୍ୟ ପତ୍ରିକା ବଞ୍ଚିବାକୁ ହେଲେ ସାହିତ୍ୟିକ ମାନଙ୍କ ସୃଷ୍ଟି ହେବା

Share

ସାହିତ୍ୟ ପତ୍ରିକା ବଞ୍ଚିବାକୁ ହେଲେ ସାହିତ୍ୟିକ ମାନଙ୍କ ସୃଷ୍ଟି ହେବା ଆବଶ୍ୟକ, ଲାବଣ୍ୟବତୀ ଦ୍ୱିତୀୟ ସ୍ୱ ନକ୍ଷତ୍ର ଉତ୍ସବ ଅନୁଷ୍ଠିତ ଆଠଗଡ, ସାହିତ୍ୟ ପତ୍ରିକା ବଞ୍ଚିବାକୁ ହେଲେ ସାହିତ୍ୟିକ ମାନଙ୍କ ସୃଷ୍ଟି ହେବା ଆବଶ୍ୟକ ବୋଲି ଆଠଗଡ ରୁ ପ୍ରକାଶିତ ହେଉଥିବା ମାସିକ ସାହିତ୍ୟ ପତ୍ରିକା ଲାବଣ୍ୟବତୀ ର ଦ୍ୱିତୀୟ ସ୍ୱ ନକ୍ଷତ୍ର ଉତ୍ସବ ଅବସରରେ ଅତିଥିମାନେ ଯୋଗଦେଇ ମତ ପ୍ରକାଶ କରିଛନ୍ତି, ଲାବଣ୍ୟବତୀ ପତ୍ରିକାର ସମ୍ପାଦକ ଲଲାଟେନ୍ଦୁ ସେନାପତି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ଗଡଜାତ ପରିକ୍ରମା ର ସଭାପତି ତଥା ଆଠଗଡ ସାହିତ୍ୟ ସମାଜର ପୂର୍ବତନ ସଭାପତି ଏବଂ ବରିଷ୍ଠ ଆଇନଜୀବୀ ପ୍ରାଣକୃଷ୍ଣ ଦାଶ, ମୁଖ୍ୟବକ୍ତା ଭାବେ ଖୁଣ୍ଟୁଣୀ ରାଧାନାଥ ବିଜ୍ଞାନ ମହାବିଦ୍ୟାଳୟ ର ଅଧ୍ୟାପକ ତଥା ସାହିତ୍ୟିକ ଡ଼ ମନୋରଞ୍ଜନ ମହାନ୍ତି, ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ ଆଇନଜୀବି ଅଶୋକ ପଟ୍ଟନାୟକ ପ୍ରମୁଖ ଯୋଗଦେଇ କହିଲେ ସାହିତ୍ୟ ସୃଷ୍ଟି ହେବା ଆବଶ୍ୟକ, ସାହିତ୍ୟ ସୃଷ୍ଟିହେଲେ ସାହିତ୍ୟ ପତ୍ରିକା ବଞ୍ଚି ପାରିବ ଏବଂ ଦିନକୁ ଦିନ ପାଠକ ମାନଙ୍କ ସଂଖ୍ୟା କମୁଥିବାରୁ ଅତିଥିମାନେ ଉଦବେଗ ପ୍ରକାଶ କରିଥିଲେ, ସାହିତ୍ୟିକ ଡ଼ ଶରତ ଚନ୍ଦ୍ର ମାଝୀ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ, ଲାବଣ୍ୟବତୀ ସାହିତ୍ୟ ପତ୍ରିକାର ରଥଯାତ୍ରା ବିଶେଷାଙ୍କ ଉନ୍ମୋଚନ କରାଯାଇଥିଲା,ଏହି ଅବସରରେ ଲାବଣ୍ୟବତୀ ସାହିତ୍ୟ ପତ୍ରିକା ତରଫରୁ ସାହିତ୍ୟିକ ବିଜୟ କୁମାର ମହାପାତ୍ର,ପ୍ରମୋଦ କୁମାର ବିଶୋଇ, ସବିତା ମଞ୍ଜରୀ ଭୋଇଙ୍କୁ 2024 ପାଇଁ ଲାବଣ୍ୟବତୀ ସମ୍ମାନ ରେ ସମ୍ମାନିତ କରାଯାଇଥିଲା, ଶେଷରେ ସାହିତ୍ୟିକା ପୁଲିନ ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ, କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଲାବଣ୍ୟବତୀ ସାହିତ୍ୟ ପତ୍ରିକାର ପ୍ରକାଶକ ଓ ମୁଦ୍ରାକାର ଦେବାଶିଷ ସେନାପତି, ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ଦୀପାଳି ଦାଶ, ପ୍ରଣତି ପଣ୍ଡା, ଅଶୋକ ଦାସ, ସ୍ୱରାଜ ଲଷ୍ମୀ ଦାସ,