ମୋହନା ରେ ମହାପ୍ରଭୁ ଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ଆଡମ୍ବର ସହ ପାଳନ …

IMG-20240715-WA0041
Share

ଗଜପତି ଜିଲ୍ଲା ମୋହନା ବ୍ଲକ ସଦର ଠାରେ ଆଜି ମହାପ୍ରଭୁ ଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ଆଡମ୍ବର ସହ ପାଳନ ହୋଇଛି। ମୋହନା ଗ୍ରାମ ମୁଖିଆ ତଥା ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ମୁଖ୍ୟ ପ୍ରତାପ ଚନ୍ଦ୍ର ପାତ୍ର ଙ୍କ ସମେତ ଗ୍ରାମବାସୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ମହାପ୍ରଭୁ ଜଗନ୍ନାଥଙ୍କୁ ମାଉସୀ ମାଁ ମନ୍ଦିରରୁ ଆଳତି ସାରି ବିଧି ଅନୁସାରେ ପହଣ୍ଡି ବିଜେ କରି ମହାପ୍ରଭୁଙ୍କୁ ରଥାରୂଢ଼ କରିଥିଲେ। ରଥଟଣା ପରେ ଅଧ ରାସ୍ତାରେ ଜଗନ୍ନାଥ ଙ୍କୁ ସ୍ଥାନୀୟ ବନ ବିଭାଗ ପକ୍ଷରୁ ଅଧର ପଣା ଭୋଗ ପ୍ରଦାନ କରିଥିଲେ। ଜଗନ୍ନାଥଙ୍କୁ ପହଣ୍ଡି ବିଜେ କରି ରାସ୍ତାର ମଝିରେ ରଖିଥିଲେ। ବାହୁଡା଼ ଯାତ୍ରା ଅବସରରେ ଭକ୍ତ ମାନଙ୍କ ଉପଭୋଗ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ରାମାୟଣ ନାଟକ ପରିବେଷଣ କରିବା ସ୍ଥିର ହୋଇଛି। ବାହୁଡା଼ ଯାତ୍ରା ନିମନ୍ତେ ମୋହନା ଆଖ ପାଖ ଅଞ୍ଚଳରୁ ହଜାର ହଜାର ଭକ୍ତ ରୁଣ୍ଡ ହୋଇଥିବା ଦେଖିବାକୁ ମିଳିଛି। ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ନିଜ କର୍ମଚାରୀ ମାନଙ୍କୁ ନେଇ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ।