May 10, 2026

ଶ୍ରୀ ଜଗନ୍ନାଥଙ୍କ ବାହୁଡା଼ ଯାତ୍ରା ଅନୁଷ୍ଠିତ 

IMG-20240715-WA0032
Share

 

କାଶୀନଗର

ତା 15/7/24

ଗଜପତି ଜିଲ୍ଲା କାଶୀନଗର ଜଗନ୍ନାଥ ମନ୍ଦିରରେ ବାହୁଡା଼ ଯାତ୍ରା ସମାପନ ହୋଇଛି. ଏହି ବାହୁଡା଼ ଯାତ୍ରା ରେ ଶ୍ରୀ ଶ୍ରୀ ଲକ୍ଷ୍ମୀ ନାରାୟଣ ସଂକୀର୍ତନ ମଣ୍ଡଳୀ, ଫରେଷ୍ଟ ଛକ କାଶୀନାଗର ର ପ୍ରତ୍ୟେକ ସଦସ୍ୟ ସଂକୀର୍ତନ କରି ଚତୁର୍ଦ୍ଧା ମୂର୍ତ୍ତି ଙ୍କୁ ପହଣ୍ଡି କରି ରଥ ରେ ବସାଇ ଥିଲେ. ଏହି ବାହୁଡା଼ ଯାତ୍ରା ମହନ୍ତ ମହାରାଜ ପଦ୍ମ ଚରଣ ଦାସ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱଧାନ ରେ କରାଯାଇଥିଲା. ଏହି ବାହୁଡା଼ ଯାତ୍ରା ରେ କାଶୀନଗର ବ୍ରlହ୍ମଣ ସମାଜ ସଭାପତି ରଘୁରାମ ସାହୁ, ସମ୍ପାଦକ ଆନନ୍ଦ ପାତ୍ର, କୋଷାଧକ୍ଷ ରବି କୁମାର ନାୟକ, ସହ ସମ୍ପାଦକ ଗୋପୀନାଥ ପାତ୍ର, ଉପଦେଷ୍ଟା ତ୍ରିନାଥ ନାୟକ ଓ ରମାକାନ୍ତ ପାତ୍ର, ସତ୍ୟ ନାରାୟଣ ପାତ୍ର ପ୍ରମୁଖଙ୍କ ସହ

ଓଡିଶା ଯାଦବ ସମାଜ ସାଧାରଣ ସମ୍ପାଦକ ହୃଷିକେଶ ଗୌଡ଼, ନାବାର୍ଡ ର ଏ ଜୀ ଏମ ମୁରଲୀ କୃଷ୍ଣ ମିଶ୍ର ଙ୍କ ସହ ଏହି ଅଞ୍ଚଳ ତଥା ଆନ୍ଧ୍ର ପ୍ରଦେଶ ରୁ ବହୁ ଶ୍ରଦ୍ଧାଳୁ ରଥ ଯାତ୍ରା ରେ ଉପସ୍ଥିତ ରହି ଆନନ୍ଦ ର ସହ ରଥ ଟାଣି ଥିଲେ.

 

ଗଜପତି ଜିଲ୍ଲା କାଶୀନଗର ରୁ ଆନନ୍ଦ ପାତ୍ର ରିପୋର୍ଟର