October 5, 2024

ବେଳାଭୂମି ସାହିତ୍ୟ ସଂସଦ ର ” ଓଡ଼ିଆ ସାହିତ୍ୟ ରେ ଶ୍ରୀ ଜଗନ୍ନାଥ” ସମ୍ପର୍କୀୟ ଆଲୋଚନା ଚକ୍ର ..

Share

 

ଅସ୍ତରଙ୍ଗ,,ବେଳାଭୂମି ସାହିତ୍ୟ ସଂସଦ ଅସ୍ତରଙ୍ଗ ତରଫରୁ ରବିବାର ଦିନ କୋଣାର୍କ ରେ ପର୍ଯ୍ୟଟନ ବିଭାଗ ର ଥିବା ଯାତ୍ରୀ ନିବାସ ସମ୍ମିଳନୀ କକ୍ଷରେ “ଓଡ଼ିଶା ସାହିତ୍ୟ ରେ ଶ୍ରୀ ଜଗନ୍ନାଥ ” ସିର୍ଶକ ବୋଲି ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଅଛି । ଏହି ଆଲୋଚନା ଚକ୍ର କୁ ପ୍ରଦୀପ ପ୍ରଯୋଳନ କରି ଉଦ୍ଘାଟନ କରିଥିଲେ ପୂର୍ବତନ ମନ୍ତ୍ରୀ ତଥା କାକଟପୁର ବିଧାୟକ ଇଁ,ତୁଷାରକାନ୍ତି ବେହେରା ।

ଅନୁଷ୍ଠନର ସଭାପତି ଶ୍ରୀ ଚିତ୍ତରଞ୍ଜନ ବିଶ୍ଵାଳ ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସଭା ମୁଖ୍ୟ ଥିଲେ ଶ୍ରୀଯୁକ୍ତ ବେହେରା । ମୁଖ୍ୟ ଅତିଥି,ଶିକ୍ଷାବିତ୍ ଶଶଧର ପଣ୍ଡା ରହିଥିବା ବେଳେ,ସମ୍ମାନିତ ଅତିଥି ଭାବେ କୋଣାର୍କ ଏନ ଏ ସି, ଅଧ୍ୟକ୍ଷା ଶ୍ରିଯୁକ୍ତା ସଂଯୁକ୍ତା ତ୍ରିପାଠୀ,ଲେଖିକା ସୁନତୀ ମୁଣ୍ଡ,ଅଧ୍ୟାପିକା ରାଜଶ୍ରୀ ସ୍ବାଇଁ,ବ୍ୟଙ୍ଗ କବି ସମ୍ପଦ ରଥ,ଲେଖକ ସଂଜୟ କୁମାର ବରାଳ ଆଦି ଯୋଗଦାନ କରି ବିଷୟ ବସ୍ତୁ ଥିବା , ଓଡ଼ିଆ ସାହିତ୍ୟ ରେ ଶ୍ରୀ ଜଗନ୍ନାଥ ଉପରେ ଆଲୋଚନା କରିଥିଲେ ।ସାହିତ୍ୟ ସଂସଦ ର ସାଧାରଣ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ଶ୍ରୀ ଦୁଃଶାସନ ନାୟକ ସାହିତ୍ୟ ସଂସଦ ଅତୀତରେ କରିଥିନା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋକ ପାତ କରିବାସ ସହ,ସଂସଦ ର ସ୍ଥାୟୀ ଗୃହ , ଆଗାମୀ କାର୍ତ୍ତିକ ପୂର୍ଣ୍ଣମୀ କୁ ହେବାକୁ ଥିବା ସାହିତ୍ୟ ସଂସଦ ର ସାହିତ୍ୟ ଆସର ଓ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ଉପରେ ବିଧାୟକ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ପ୍ରାରମ୍ଭ ରେ,କବିତା ପାଠ ଉତ୍ସବ ଆରମ୍ଭ ହୋଇ ଥିଲା। ଏହି ଆସରକୁ ମଙ୍ଗରାଜ ବିଶ୍ଵାଳ,ସଂଯୋଜନା କରିଥିବା ବେଳେ,ଅତିଥି ଥିଲେ,ଶୁ ସାହିତ୍ୟିକା ଡ, ସୋର୍ଣଲତା ତ୍ରିପାଠୀ,କବୟିତ୍ରୀ ମାନସୀ ବେହୁରା,ଶିକ୍ଷାବିତ୍ ସୌଦାମିନୀ ଦାସ,ପ୍ରମୁଖ । ଏହି ଅବସର ରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା କବି ଓ କବୟିତ୍ରୀ ମାନେ ସ୍ୱ- ରଚିତ କବିତା ପାଠ କରିଥିଲେ । ସମାଜସେବା , ସାହିତ୍ୟ ଆଦି କ୍ଷେତ୍ର ରେ ଅବଦାନ ଥିବା କବି ସୁକାନ୍ତ ଖୁଣ୍ଟିଆ,ଦୀପ୍ତି ମହାନ୍ତି,ହୃଦାନନ୍ଦ ସାଶମଲ,ନିରଞ୍ଜନ ନାୟକ ସହ ୪୦ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସାହିତ୍ୟ ସଂସଦ ର ସଂଯୋଜକ ଶୋଭକର ବେହେରା,ସଭା ପରିଚାଳନା କରିଥିବା ବେଳେ,ସହଯୋଗ କରିଥିଲେ,କୁନାଲ ପାତ୍ର,ଅଶୋକ ପରିଡ଼ା,ପ୍ରମୁଖ ।

(ଦୁଃଶାସନ ନାୟକ,ଅସ୍ତରଙ୍ଗ)