November 25, 2024

ମା’ ପାଇଁ ଗଛଟିଏ” ବେଗୁନିଆ ମିଡ଼ିଆ ହାଉସ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ। 

Share

ବେଗୁନିଆ-ବୋଲଗଡ,:ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ “ତଥା ମା ପାଇଁ ଗଛଟିଏ ଅଭିଯାନ ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ -ବୋଲଗଡ଼ ର ବେଗୁନିଆ ମିଡ଼ିଆ ହାଉସ ସଂଘ ତରଫରୁ ବିଭିନ୍ନ ଚ୍ୟାନେଲ ଗୁଡ଼ିକ ରେ କାର୍ଯ୍ୟରତ ସାମ୍ବାଦିକ ମାନେ ଏକତ୍ରିତ ହୋଇ ବାଘମାରିର ହଟକେଶ୍ୱର ମନ୍ଦିର ପରିସରରେ ଓୗସଧିୟ ଅଇଁଲା ଚାରା,ବାହାଡା,ଆମ୍ବ,ବର,ଅଶ୍ୱସ୍ତ ବୃକ୍ଷ ରୋପଣ କରିଥିଲେ। ତତସହିତ ସମାଜକୁ ମଧ୍ୟ ଏକ ବାର୍ତ୍ତା ପ୍ରେରଣ କରିଥିଲେ। ଯେ ସାମ୍ବାଦିକତା କେବଳ ଲୋକଙ୍କ ବିଷୟରେ ଖବର ପ୍ରସାରଣ କରିବା ସହିତ ନିଜେ ମଧ୍ୟ ସମାଜ ପାଇଁ ଆଦର୍ଶ ସାଜି ବୃକ୍ଷରୋପଣ କରିଥିଲେ। ରକ୍ତଦାନ କରିବାଭଳି ବୃକ୍ଷରୋପଣ ଏକ ମହାନକାର୍ଯ୍ୟ। ଏହି ବୃକ୍ଷ ରୋପଣ ପାଇଁ ବେଗୁନିଆ ମିଡ଼ିଆ ହାଉସ ତରଫରୁ ବିଭିନ୍ନ ପ୍ରକାରର ଓୗସଧୟ ଚାରା ରୋପଣ କରାଯାଇଛି।ବର୍ତ୍ତମାନ ସ୍ଥିତିରେ ସମଗ୍ର ପୃଥିବୀରେ ଉତ୍ତାପ ମୟ ହୋଇଛି। ଜନଜୀବନ ଉପରେ ତାର ପ୍ରଭାବ ପକାଉଛି। ଏବଂ ଦିନକୁ ଦିନ ବୃଦ୍ଧି ପାଉଥିବା ଜନସଂଖ୍ୟା ଅନୁସାରେ ସୁସ୍ଥ ବାୟୁ ମଧ୍ୟ ଦରକାର ପଡୁଛି। ତେଣୁକରି ସମସ୍ତେ ବନବିଭାଗର ଏହି ସୁବିଧା ଲାଭ ଉଠାଇ ନିଜର ବାଡି, ବଗିଚା, ଜମି, ପଡିଆରେ ବୃକ୍ଷରୋପଣ କରିବା ପାଇଁ ବେଗୁନିଆ ମିଡ଼ିଆ ହାଉସ ର ସାମ୍ବାଦିକ ସଂଘ ଲୋକମାନଙ୍କୁ ନିବେଦନ କରିଛନ୍ତି।ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଆଗ୍ରହ ବଢାଇବାପାଇଁ ବେଗୁନିଆ ବୋଲଗଡ଼ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରଦୀପ କୁମାର ସାହୁ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ରିପୋଟର ମାନସ ରଞ୍ଜନ କର

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.

You may have missed