October 5, 2024

ହେରାପଞ୍ଚମୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଡପ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ

Share

ବୁଗୁଡ଼ା : ତା ୧୧/୦୭/୨୪ : ପବିତ୍ର ହେରାପଞ୍ଚମୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଡପ ଦର୍ଶନ ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖୁବାକୁ ମିଳିଥିଲା । ମହାପ୍ରଭୁ ଗୋଟିଏ ଦିନ ଭାଇଭଉଣୀଙ୍କୁ ନେଇଗୁଣ୍ଡିଚା ବୁଲି ଆସିବେ କହି ପାଞ୍ଚ ଦିନ ହେଲା ମନ୍ଦିରକୁ ଫେରି ନଥିବାରୁ କ୍ରୋଦ୍ଧ ଜର୍ଜରିତା ମହାଲକ୍ଷ୍ମୀ ପାଲିଙ୍କିରେ ଆସି ଆଡପମଣ୍ଡପରେ ପହଞ୍ଚି ଥିଲେ । ସେଠାରେ ପୂଜାପାଠ ସହ ଅଭିମାନିନୀ ଲକ୍ଷ୍ମୀଙ୍କୁ ବୁଝାଶୁଝା ପରେ ମହାପ୍ରଭୁଙ୍କ ଠାରେ ଶ୍ରୀଘ୍ର ଲେଉଟିବାର ସର୍ତ୍ତ ରଖି ଲକ୍ଷ୍ମୀ ମନ୍ଦିରକୁ ଫେରିଥିଲେ । ଫେରିବା ବାଟରେ ସେ ମହାପ୍ରଭୁଙ୍କ ରଥ ଭାଙ୍ଗିଥିଲେ । ଉକ୍ତ କାର୍ଯ୍ୟକ୍ରମ ଦେଖିବାକୁ ଶ୍ରଦ୍ଧାଳୁଙ୍କ ସମାବେଶ ଘଟିଥିଲା । ପୂଜକ ଦିନବନ୍ଧୁ ପାଣି ଓ ଅଶୋକ ପାଣିଙ୍କ ସମେତ ଜଗନ୍ନାଥ ଅର୍ଚ୍ଚକ ଯୁବକ ସଂଘର ସଦସ୍ୟଗଣ ଉକ୍ତ କାର୍ଯ୍ୟକ୍ରମକୁ ରୀତିନୀତି ପ୍ରକାରେ ସମ୍ପାଦନ କରିଥିଲେ ।