October 14, 2026

ତାମ୍ପରାର ପୁନରୁଦ୍ଧାର ଓ ଚେକ୍ ଡ଼୍ୟାମ ନିର୍ମାଣ ଦାବୀ କଲେ ଅଗସ୍ତି ନୂଆଗାଁ ଚାଷୀ

IMG-20240711-WA0032
Share


ଛତ୍ରପୁର: ୧୧/୭/୨୪(ଅରୁଣ କୁମାର ପଣ୍ଡା )ଛତ୍ରପୁର ବ୍ଲକ ଅନ୍ତର୍ଗତ ଅଗସ୍ତି ନୂଆଗାଁ ଗ୍ରାମର ଚାଷୀମାନେ ବିଭିନ୍ନ ସମସ୍ୟା ନେଇ ଏକ ଦାବିପତ୍ର ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଦୀର୍ଘ ବର୍ଷ ଧରି ଅଗସ୍ତିନୂଆଗାଁ ନିକଟରେ ଥିବା ତାମ୍ପରା ର ଶାଖା କେନାଲ ପୋତି ହୋଇଯାଇଛି ଏବଂ ଶୁଖିଲା ପଡ଼ିଛି। ଯାହା ଫଳରେ ଅଗସ୍ତିନୂଆଗାଁର ପ୍ରାୟ ୪୦୦ ଏକର ଜମି ଖରିଫ୍ ଫସଲରୁ ବଞ୍ଚିତ ରହୁଛନ୍ତି । ବହୁ ବର୍ଷ ଧରି ଦାବି କରି ଆସୁଥିଲେ ମଧ୍ୟ କୈାଣସି ସମସ୍ୟାର ସମାଧାନ ନ ହୋଇ ଦିନ କୁ ଦିନ ପୋତି ହୋଇ ସଙ୍କୋଚିତ ହେବା ଫଳରେ ପାଣିର ଘୋର ଅଭାବ ଦେଖାଯାଉଛି। ତାମ୍ପରା ର ଶେଷ ଭାଗରେ ବର୍ଷା ଜଳକୁ ସଂରକ୍ଷଣ କିମ୍ବା କୈାଣସି ଚେକ୍ ଡ଼୍ୟାମ ନଥିବାରୁ ତାମ୍ପରା ର ପାଣି ସିଧା ସମୁଦ୍ରରେ ମିଶି ଯାଉଥିବାରୁ ସ୍ୱଳ୍ପ ବୃଷ୍ଟିପାତ ହେତୁ ପାଣି ଅଭାବ ଯୋଗୁଁ ଚାଷୀକୁଳ ପ୍ରତିବର୍ଷ ବହୁ ଅସୁବିଧାର ସମ୍ମୁଖୀନ ହୋଇ ଆସୁଛନ୍ତି। ଅଗସ୍ତିନୂଆଗାଁଗ୍ରାମର ଚାଷୀମାନଙ୍କ ତାମ୍ପରା ର ପାଣି ହିଁ ଏକମାତ୍ର ଭରଷା। ଅଧିକାଂଶ ବର୍ଷ ଉକ୍ତ ଗ୍ରାମର ଚାଷୀ ମରୁଡ଼ିର ସମ୍ମୁଖୀନ ହୋଇଆସୁଛନ୍ତି। ଏଣୁ ଯୁଦ୍ଧକାଳୀନ ଭିତ୍ତିରେ ଚଳିତ ଖରିଫ ଚାଷକୁ ଦୃଷ୍ଟିରେ ରଖି ତାମ୍ପରାର ପୁନରୁଦ୍ଧାର ସହ ଶେଷ ଭାଗରେ ଚେକ୍ ଡ଼୍ୟାମ ନିର୍ମାଣ କରି ଚାଷୀଙ୍କ ବୃହତର ସ୍ୱାର୍ଥ କୁ ଦୃଷ୍ଟିରେ ରଖି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରି କାର୍ଯ୍ୟକ୍ଷମ କରିବାକୁ ଦାବି କରିଛନ୍ତି ଅଗସ୍ତିନୂଆଗାଁ ର ଚାଷୀମାନେ। ଏନେଇ ଏକ ଦସ୍ତଖତ ସମ୍ବଳିତ ସ୍ମାରକ ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି।

You may have missed