November 25, 2024

ହଜିଲା ଝିଅକୁ ଖୋଜିବ କିଏ ? ଦାୟିତ୍ୱ କାହାର ଉଠିଲା ପ୍ରଶ୍ନ !

Share

ଚିତ୍ରକୋଣ୍ଡା :(ରାଜାରାମ ଷଡଙ୍ଗୀ): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସିଲେରୁ ନଦୀରେ ଘଟିଛି ଏକ ଅଭାବନୀୟ ଘଟଣା।ଦୁର୍ଗାମନ୍ଦିର ନିକଟସ୍ଥ ବାଲିଘାଟଠାରେ ଗାଧଉଥିବାବେଳେ ଯୁବତୀ ନିଖୋଜ ହୋଇଥିବା ନେଇ ପରିବାରର ରିପୋର୍ଟକୁ ନେଇ ତନାଘନା ଚାଲିଛି। ନିଖୋଜ ଯୁବତୀ ହେଲେ ଚିତ୍ରକୋଣ୍ଡାର ସନା ନାୟକଙ୍କ ୨୩ ବର୍ଷିୟା କନ୍ୟା ସନ୍ଧ୍ୟା ନାୟକ।

ସନ୍ଧ୍ୟା ଘରକୁ ନଫେରିବାରୁ ଘର ଲୋକ ଖୋଜାଖୋଜି କରିବା ବେଳେ ଚିତ୍ରକୋଣ୍ଡା ବାଲିଘାଟ ନଦୀ ଠାରେ ତାଙ୍କର ଚପଲ ଦେଖି ସନ୍ଦେହ କରି ସଙ୍ଗେ ସଙ୍ଗେ ଚିତ୍ରକୋଣ୍ଡା ଥାନା ଅଧିକାରୀ ଏବଂ ଅଗ୍ନିଶମ ବିଭାଗକୁ ଜଣାଇ ଥିଲେ l ଅଭିଯୋଗ ପାଇ ତ୍ୱରିତ୍ ଅଗ୍ନିଶମ ବିଭାଗ,ଥାନା କର୍ତ୍ତୁପକ୍ଷ ଏବଂ ତହସିଲ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଘଟଣାସ୍ଥଳରେ ଖୋଜାଖୋଜି କରିଥିଲେ।କିନ୍ତୁ ରାତି ହୋଇ ଯାଇଥିବାରୁ ଖୋଜିବା ସ୍ଥଗିତ ରଖିଛନ୍ତି ପ୍ରଶାସନ।ଆସନ୍ତାକାଲି ପୁଣି ଥରେ ଖୋଜା ଆରମ୍ଭ ହେବ ବୋଲି ଅଗ୍ନିଶମ ବିଭାଗ କହିଥିବା ବେଳେ ଏହି ରାତିହିଁ ଝିଅ ପାଇଁ କାଳରାତ୍ରୀ ହୋଇପାରେ ଏଭଳି ସନ୍ଧେହ କରିଛନ୍ତି ବୁଦ୍ଧିଜୀବୀ।ଆଧୁନିକ ଯୁଗରେ ବିଜ୍ଞାନ ଏତେ ଆଗକୁ ବଢ଼ିଥିବା ବେଳେ ରାତି ପାଇଁ ପ୍ରଶାସନିକ ଭୟ କାହିଁକି ବୋଲି ଆଜି ସମାଜର ବିଭିନ୍ନ ବର୍ଗରେ ପ୍ରଶ୍ନ ଉଠିଛି।ଝିଅ ପାଇଁ ଘର ସଂସାର ଓ ସମାଜରେ ଆଦର ବଢ଼ୁଥିବା ବେଳେ ଜଣେ ଝିଅର ଜୀବନ ରକ୍ଷା ପାଇଁ ୧ ସେକେଣ୍ଡ୍ ଯଥେଷ୍ଟ ହୋଇଥିବା ବେଳେ ଖୋଜିବାକୁ ସମୟକୁ ଅପେକ୍ଷା କରିବା କେଉଁ ପ୍ରଶାସନିକ ନିତି ଓ ଦକ୍ଷତା ବୋଲି ପ୍ରଶ୍ନ ଉଠିଛି।ରାତିକୁ ଭୟ କରି ପ୍ରଶାସନ ଯଦି ନୀରବଦ୍ରଷ୍ଟା ସାଜିବ ତେବେ ସରକାର ବୋଲି ଆଉ କ’ଣ ରହିଲା ? ଜୀବନ ସୁରକ୍ଷା ପ୍ରତି ସରକାରୀ କଳ ଯଦି ନିଜର ଦକ୍ଷତା ପ୍ରଦର୍ଶନ କରି ସାହାଯ୍ୟ କରିପାରିଲେନି ତେବେ ସରକାର କଣ ନିଜର ପାରଦର୍ଶିତା ଦେଖାଇଲା ବୋଲି ଯେଉଁ ପ୍ରଶ୍ନ ସାମ୍ନାକୁ ଆସିଛି ତାର ଉତ୍ତର ଦେବ କିଏ ?

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.

You may have missed