October 5, 2024
Share

 

୧-ଶରଧାବାଲିରେ ଲାଗିଲା ତିନିରଥ, ଜନ୍ମବେଦୀରେ ଚାଲିବ ଲୀଳାଖେଳା।ଆଜି ଆଡ଼ପ ମଣ୍ଡପ ବିଜେ।

୨-ରାଜ୍ୟର ବିଭିନ୍ନ କୋଣଅନୁକୋଣରେ ପାଳିତ ହେଉଛି ରଥଯାତ୍ରା । ମହାନପର୍ବରେ ସାମିଲ ହୋଇଛନ୍ତି ଦେଶ ଏବଂ ଦେଶ ବାହାରର ଶ୍ରଦ୍ଧାଳୁ।

୩-ପୁରୀ:ମହୋଦଧି କୂଳରେ ପ୍ରାତଃ ଭ୍ରମଣ କଲେ ରାଷ୍ଟ୍ରପତି।

୪-କେନ୍ଦ୍ରାପଡା:ଦେବୋତ୍ତର କାର୍ଯ୍ୟାଳୟ ପାଖରେ ଫସିଲା ସିଦ୍ଧ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ବଜ

୫-ବୃତଙ୍ଗ ଜଳସେଚନ ପ୍ରକଳ୍ପ ପାଇଁ ମିଳିଲା ଚୂଡାନ୍ତ ଜଙ୍ଗଲ ଅନୁମୋଦନ, ଉପକୃତ ହେବେ ଦଶପଲ୍ଲା ଓ ନୟାଗଡର ଚାଷୀ।

୬-ନୂଆପଡାରେ ଗୋଷ୍ଠୀ ସଂଘର୍ଷ,୩ ବାଇକ୍ ପୋଡ଼ି, ଥାନା ଘେରାଉ,୨ ମାମଲା।

୭-ବ୍ରଜରାଜନଗର: ଗୋ ମାତାଙ୍କ ସେବା ପାଇଁ ସାଂସଦ ପ୍ରଦୀପ ପୁରୋହିତ ଦାନ କଲେ ପ୍ରଥମ ମାସର ଦରମା।

୮-ପାଟଣା ରେଞ୍ଜରେ ମାତିଛନ୍ତି ହାତୀ ପଲ, ୨୦ରୁ ଅଧିକ ଘର ଭାଙ୍ଗିଲେ, ଧାନ ପନିପରିବା ଖାଇଲେ

୯-ଭୁବନେଶ୍ୱର:୧୪ ତାରିଖ ଯାଏଁ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା।

୧୦-ବାଣୀକଣ୍ଠକୁ ପରିହାସ କରି ବିବାଦରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ରୁକୁ ସୁନା । ଦୁହିଁଙ୍କ ବିରୋଧରେ କ୍ୟାପିଟାଲ ଥାନାରେ ଅଭିଯୋଗ, ସଫେଇ ରଖିଲେ ରୁକୁ ସୁନା ।

୧୧-ଚିଲିକାର ନୀଳ ଜଳରାଶି ବଡ଼ଦାଣ୍ଡ ଏବଂ ଚିଲିକା ଢେଉରେ ମହାପ୍ରଭୁଙ୍କ ବିରଳ ରଥଯାତ୍ରା ଅନୁଷ୍ଠିତ।

୧୨-ବଡ଼ଦାଣ୍ଡରେ ଜମୁଛି ବୁଲା ବେପାରୀଙ୍କ ବ୍ୟବସାୟ । ଶରଧାବାଲିରେ ତିନି ରଥ ଲାଗିବା ପରେ ବଡ଼ଦାଣ୍ଡରେ ଜମୁଛି ବେପାର।

୧୩-୨୦୨୯ ନିର୍ବାଚନ ପାଇଁ ୨୦୨୪ରୁ ଯୋଜନା । ମନମୋହନ କହିଲେ, ୫୦ ବର୍ଷ ଶାସନ ପାଇଁ ହେଉଛି ରୋଡମ୍ୟାପ୍ ।

୧୪-ସରକାରୀ ଜମିରୁ ହଟିବ ଜବର ଦଖଲ । ମୁଖ୍ୟମନ୍ତ୍ରୀ କହିଲେ ଜବରଦଖଲ ଯୋଗୁଁ ବିକାଶ ହେଉଛି ବାଧାପ୍ରାପ୍ତ, ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ରାଜସ୍ୱ ସଚିବ ।

୧୫-ଔପଦାରେ ଟ୍ରିପଲ ମର୍ଡର ଘଟଣା: ଆଉ ୨ ଅଭିଯୁକ୍ତ ଗିରଫ, ପୁରୁଷ ଶୂନ୍ୟ ହେଲାଣି ଗାଁ।

୧୬-ଭୁବନେଶ୍ବର: ରାଜଧାନୀର ଡୁମୁଡୁମା ନିକଟରେ ଦବିଲା ଫ୍ଲାଏଓଭର ରାସ୍ତା।

୧୭-ନିଟ୍ ପ୍ରଶ୍ନ ପତ୍ର ଲିକ୍ ମାମଲା, ଅନିୟମିତତା ବ୍ୟାପକ ହୋଇଥିଲେ ପୁନଃ ପରୀକ୍ଷା।

୧୮-ପ୍ୟାରିସ ଅଲିମ୍ପିକ୍ସରେ ପିଭି ସିନ୍ଧୁଙ୍କୁ ମିଳିଲା ବଡ଼ ଦାୟିତ୍ଵ, ମେରିକମଙ୍କ ସ୍ଥାନ ନେଲେ ଗଗନ ନାରଙ୍ଗ।

୧୯-ଜମ୍ମୁ-କାଶ୍ମୀରର କାଠୁଆ ଜିଲ୍ଲା:ସେନା ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣ, ୨ ଯବାନ ଆହତ।

୨୦-ଫୁଟବଲ୍ ପ୍ରଶଂସକଙ୍କ ପାଇଁ ନିରାଶ ଖବର, ଅଲିମ୍ପିକ୍ସ ଖେଳିବେ ନାହିଁ ଲିଓନେଲ ମେସି।

୨୧-ପିଏମ୍ ମୋଦୀଙ୍କୁ ଆଲିଙ୍ଗନ କରି ସ୍ୱାଗତ କଲେ ରାଷ୍ଟ୍ରପତି ପୁଟିନ, ଏକାଠି କରିବେ ରାତ୍ରିଭୋଜନ।