October 6, 2024

ଜଣେ ୫୫ ବର୍ଷୀୟ ମହିଳାଙ୍କୁ ଘରେ ପଶି ଦୁଷ୍କ୍ରମ୍ ଉଦ୍ୟମ କଲେ ଜଣେ ବିବାହିତ ପୁରୁଷ।ମହିଳାଙ୍କ ପକ୍ଷରୁ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ..

Share

 

ପାରାଦୀପ( ଦେବାଶିଷ ପାଣି)ବିଳମ୍ବିତ ରାତିରେ ଘରେ ପଶି ଜଣେ ୫୫ ବର୍ଷୀୟ ମହିଳାଙ୍କୁ ପାଟି ବନ୍ଦ କରି ଦୁଷ୍କ୍ରମ ଉଦ୍ୟମ କଲେ ଜଣେ ବିବାହିତ ପୁରୁଷ।ଘଟଣାକୁ ନେଇ ଦୁଷ୍କର୍ମ ରେ ଶିକାର ହୋଇଥିବା ମହିଳାଙ୍କ ପକ୍ଷରୁ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ ହୋଇଛି।ମହିଳାଙ୍କ ଅଭିଯୋଗ ଆଧାରରେ ତଦନ୍ତ କରୁଛି କୁଜଙ୍ଗ ପୋଲିସ।ଏପରି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ଗୋପିଆକୁଦ ପଞ୍ଚାୟତ ଦୁଆଡ଼ିଆ ଗ୍ରାମର ୨ ନଂ ୱାର୍ଡ଼ରେ।ସୂଚନା ମୁତାବକ ବିଳମ୍ବିତ ରାତିରେ ଦୁଆଡିଆ ଗ୍ରାମର ପରକ୍ଷିତ ପଳାଇଙ୍କ ପତ୍ନୀ ମଞ୍ଜୁଲତା ପଲାଇ ଶୌଚ ହେବା ପାଇଁ ବାହାରକୁ ଆସିଥିବା ବେଳେ ସେହି ଗ୍ରାମର ଗୋବିନ୍ଦ ପଲାଇଙ୍କ ପୁଅ ଗୌର ପଲାଇ ମଞ୍ଜୁଲତାଙ୍କ କବାଟ କଣରେ ଲୁଚି ରହିଥିଲେ।ମାତ୍ର ମଞ୍ଜୁଲତା ଘରେ ପଶିବା କ୍ଷଣି ଗୌର ପଲାଇ ତାଙ୍କୁ ଜାବୁଡ଼ି ଧରିବା ସହ ପାଟିକୁ ବନ୍ଦ କରି ଦୁଷ୍କର୍ମ ଉଦ୍ୟମ କରିଥିବା ବେଳେ ମଞ୍ଜୁଲତା ଜୋରରେ ପାଟି କରି ପାଖ ପଡ଼ୋଶୀଙ୍କୁ ଡାକିବାରୁ ଗୌର ପଲାଇ ତାଙ୍କୁ ଛାଡି ଛତ୍ରଭଙ୍ଗ ଦେଇଥିଲା।ଏନେଇ ମଞ୍ଜୁଲତା ପଲାଇ କୁଜଙ୍ଗ ଥାନାର ଦ୍ବାରସ୍ଥ ହୋଇ ଗୌର ପଲାଇ ନାମରେ ଏକ ଲିଖିତ ଏତଲା ଦେବା ସହ ଏପରି କାଣ୍ଡ କରିଥିବା ବ୍ୟକ୍ତିକୁ ଦଣ୍ଡ ମିଳୁ ବୋଲି ଗଣମାଧ୍ୟମ ଜରୀଆରେ ପ୍ରକାଶ କରିବା ସହିତ ସେ ନ୍ୟାୟ ଭିକ୍ଷା କରିଛନ୍ତି।