October 5, 2024
Share

 

୧-ଏଥର ରଥଯାତ୍ରା ବର୍ଷାରେ ଭିଜିବା ନେଇ ପାଣିପାଗ କେନ୍ଦ୍ରର ଆକଳନ । ୭ ଓ ୮ ତାରିଖରେ ପୁରୀରେ ବର୍ଷା ଆଶଙ୍କା।

୨-ପୁରୀ: ଆଜି ଆଜ୍ଞାମାଳ ବିଜେ, ସିଂହ ଦ୍ବାର ଆସିବ ତିନି ରଥ।

୩-୭୫ତମ ବନ ମହୋତ୍ସବ:ପରିବେଶ ପରିବର୍ତ୍ତନକୁ ରୋକିବା ପାଇଁ ସରକାରଙ୍କ କାର୍ଯ୍ୟରେ ସହଯୋଗିତା ଓ ସହଭାଗିତା ପାଇଁ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ।

୪-ଓଡ଼ିଶାକୁ ଅଣାଯିବ ୫ ମହାବଳ ବାଘ, ବନ ବିଭାଗ ପକ୍ଷରୁ ସୂଚନା।

୫-ସମସ୍ତ ଉନ୍ନୟନ ପ୍ରାଧିକରଣର ଅଧ୍ୟକ୍ଷ ହେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସରକାରଙ୍କ ତରଫରୁ ଜାରି ହେଲା ବିଜ୍ଞପ୍ତି ।

୬-ଆଜି ଆସୁଛନ୍ତି ରା୍ଷ୍ଟ୍ରପତି, ଗୋପବନ୍ଧୁଙ୍କ ୯୬ତମ ଶ୍ରାଦ୍ଧବାର୍ଷିକୀରେ ହେବେ ମୁଖ୍ୟ ଅତିଥି।

୭-ଭୁବନେଶ୍ୱର:ସବୁ ସଚିବ ମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ବୈଠକ,ଅଭିଯୋଗ ଶୁଣାଣି ଓ ସମାଧାନ ପ୍ରକ୍ରିୟାକୁ ଦକ୍ଷ କରିବା ପାଇଁ ପରାମର୍ଶ, ଭିଜନ ୨୦୩୬ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ।

୮-ଝାଡ଼ଖଣ୍ଡ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ବିଦ୍ଯୁତ୍ ରଞ୍ଜନ ଷଡ଼ଙ୍ଗୀ।

୯-ଶନିବାର ବସୁଛି ରତ୍ନଭଣ୍ଡାର ଯାଞ୍ଚ କମିଟିର ପ୍ରଥମ ବୈଠକ।

୧୦-ଏଣିକି ସ୍କୁଲ ଗଲେ ଯାତାୟାତ ଖର୍ଚ୍ଚ ପାଇଁ ବର୍ଷକୁ ଦିଆଯିବ ୬ ହଜାର ଟଙ୍କା । ୭୫ ପ୍ରତିଶତରୁ ଅଧିକ ଉପସ୍ଥାନ ଥିଲେ ମିଳିବ ସହାୟତା । ଉପକୃତ ହେବେ ୩୫ ହଜାର ଛାତ୍ରଛାତ୍ରୀ।

୧୧-ଗଞ୍ଜାମ ଜିଲା ସୋରଡ଼ା ଥାନା ଖୁଣ୍ଟେଶ୍ୱରୀ ପାହାଡ଼ ଉପରେ ଓଲଟିଲା ମିନି ବସ୍, ଡ୍ରାଇଭରଙ୍କ ସମେତ ୧୩ ଆହତ।

୧୨-ରାଜକନିକା ବ୍ଲକ କୋଇଲିପୁର ପଞ୍ଚାୟତ ସ୍ଥିତ ନରେନ୍ଦ୍ର ଗୁଞ୍ଜରୀ ବିଦ୍ୟାପୀଠ:ନିଆରା ଢଙ୍ଗରେ ଶିକ୍ଷକଙ୍କୁ ଅବସର । ଏକାଠି ହେଲେ ୧୯୮୨ରୁ ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ।

୧୩-ମୁଖ୍ୟମନ୍ତ୍ରୀଙ୍କୁ ବି ମାନୁନାହିଁ ପୋଲିସ । ଏଫଆଇଆର ଲେଖିବାକୁ ଦେଉନାହିଁ କାଗଜ କଲମ । ଥାନାବାବୁଙ୍କ ଉପରେ ବର୍ଷିଲେ ଜଗତସିଂହପୁର ବିଧାୟକ।

୧୪-ରାୟଗଡ଼ା: ଭିଜିଲାନ୍ସ ଜାଲରେ ଚନ୍ଦ୍ରପୁର ବ୍ଲକ୍ ତହସିଲଦାର,ଏକ ଲକ୍ଷ ଉର୍ଦ୍ଧ୍ବ ଟଙ୍କା ଜବତ୍।

୧୫-ବଲାଙ୍ଗୀର: ଡେଙ୍ଗୁରେ ଜଣେ ମୃତ,୧୮ ଆକ୍ରାନ୍ତ।

୧୬-ନିଟ୍‍-ପିଜି ୨୦୨୪ର ସଂଶୋଧିତ ପରୀକ୍ଷାସୂଚୀ ପ୍ରକାଶ, ଅଗଷ୍ଟ ୧୧ରେ ନିଟ୍‍-ପିଜି, ଅଗଷ୍ଟ ୧୧ରେ ଦୁଇଟି ସିଫ୍ଟରେ ହେବ ପରୀକ୍ଷା।

୧୭-ଓଡିଆ ପୁଅ କିଶୋର ଜେନାଙ୍କୁ ଅଲିମ୍ପିକ୍ସ ଟିକେଟ୍ । ୨୮ ଜଣିଆ ଦଳରେ ସ୍ଥାନ ପାଇଲେ ଓଡିଆ ଜାଭଲିନ୍ ଖେଳାଳି କିଶୋର ଜେନା

୧୮-ଦିବ୍ୟାଙ୍ଗ ଉଦ୍ୟୋଗୀ, କାରିଗର ଓ ଶିଳ୍ପୀଙ୍କ ପ୍ରତିଭାକୁ ସମ୍ମାନ, ଆରମ୍ଭ ହେଲା ଦିବ୍ୟ କଳା ମେଳା କାର୍ଯ୍ୟକ୍ରମ।

୧୯-ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଓ ସହପ୍ରଭାରୀ ନିଯୁକ୍ତ କଲା ବିଜେପି: ତୋମାରଙ୍କୁ ଓଡ଼ିଶା, ଅପରାଜିତାଙ୍କୁ କେରଳ ସହପ୍ରଭାରୀ ନିଯୁକ୍ତ।

୨୦-ଉତ୍ତର କାଲିଫର୍ଣ୍ଣିଆ:ବ୍ୟାପୁଛି ଜଙ୍ଗଲ ନିଆଁ, ୨୮ ହଜାର ଲୋକଙ୍କୁ ସ୍ଥାନାନ୍ତର ନିର୍ଦ୍ଦେଶ।

୨୧-ପରାଜୟ ପରେ ଇସ୍ତଫା ଦେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନାକ।

*🙏 ସୁପ୍ରଭାତ, ଗୁଡମର୍ଣିଂ 🙏*