October 5, 2024
Share

 

୧- ସାମାନ୍ୟ ଟଙ୍କା ପାଇଁ ରକ୍ତ ସଂପର୍କରେ ରକ୍ତର ଛିଟା । ପୁଅ ପାଲଟିଗଲା ପିତୃହନ୍ତା । ପ୍ରଫେସର ପୁଅର ଛୁରା ମାଡ଼ରେ ଚାଲିଗଲା ବୃଦ୍ଧ ବାପାଙ୍କ ଜୀବନ । ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ରଙ୍ଗମାଟିଆର ଏକ ଆପାର୍ଟମେଣ୍ଟରେ ଆଜି ଭୋରରୁ ଘଟିଛି ଏଭଳି ଜଘନ୍ୟ ଅପରାଧ ।

୨- ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍ ମାମଲାର ମୁଖ୍ୟ ଷଡ଼୍‌ଯନ୍ତ୍ରକାରୀ କୁହାଯାଉଥିବା ଅମନ ସିଂହକୁ ସିବିଆଇ ଗତକାଲି ଝାଡ଼ଖଣ୍ଡର ଧାନବାଦରୁ ଗିରଫ କରିଛି।

୩- ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କ ସ୍ବାସ୍ଥ୍ୟବସ୍ଥା ପୁଣି ପୁଣି ବିଗିଡ଼ିଛି। ତାଙ୍କୁ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କୁ ସ୍ନାୟୁରୋଗ ବିଭାଗର ବିଶେଷଜ୍ଞଙ୍କ ଏକ ଟିମ୍‌ ଚିକିତ୍ସା କରୁଥିବା ଜଣାପଡ଼ିଛି।

୪- ଟିମ୍ ଇଣ୍ଡିଆକୁ ସାକ୍ଷାତ କରିବେ ପ୍ରଧାନମନ୍ତ୍ରୀ ମୋଦୀ, ଗ୍ରାଣ୍ଡ ଓ୍ଵେଲକମ୍ ପାଇଁ ଚାଲିଛି ପ୍ରସ୍ତୁତି ।

୫- ମୁମ୍ବାଇରେ ପହଞ୍ଚିବା ପରେ ବିଶ୍ବବିଜୟୀ ଭାରତୀୟ କ୍ରିକେଟ୍ ଦଳ ଖୋଲା ବସ୍‌ରେ ବିଜୟ ପରେଡ୍‌‌ କରିବ। ଯାହା ମୁମ୍ବାଇର ମେରାଇନ୍ ଡ୍ରାଇଭ୍‌ରୁ ଆରମ୍ଭ ହୋଇ ୱାଙ୍ଖଡ଼େରେ ଶେଷ ହେବ। ଏଥିରେ ବହୁ ସଂଖ୍ୟାରେ ଯୋଗଦେବାକୁ ଅଧିନାୟକ ରୋହିତ ଶର୍ମା ପ୍ରଶଂସକମାନଙ୍କୁ ଅନୁରୋଧ କରିଛନ୍ତି।

୬- ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ କାମ, ବୁଲୁଛି ମଣ୍ଡଣି ବତା, ଧ୍ୱଜ ବତାରେ ଲାଗିବ ଆଜ୍ଞାମାଳ ।

୭- ଝାଡ଼ଖଣ୍ଡ ରାଜନୀତିରେ ଏକ ବଡ଼ ଧରଣର ହଲଚଲ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ବୁଧବାର ରାଜ୍ୟପାଳଙ୍କୁ ଭେଟି ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏହାପରେ ହେମନ୍ତ ସୋରେନ ପୁଣି ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ଏକ ପ୍ରକାର ନିଶ୍ଚିତ ହୋଇଛି ।

୮- ବନ୍ଦ ହେବ Koo ଆପ୍ ! ଲିଙ୍କଡଇନ୍ ରେ ପୋଷ୍ଟ କରିଛନ୍ତି କମ୍ପାନୀର ସହ ସଂସ୍ଥାପକ ।

୯- ବିହାରରେ ପୋଲ ଭୁଶୁଡିବା ଘଟଣା ଥମୁନି। ବୁଧବାର ସିବାନ ଜିଲ୍ଲାରେ ୩ଟି ପୋଲ ଭୁଶୁଡିବା ପରେ ୧୫ ଦିନରେ ରାଜ୍ୟର ୯ ପୋଲ ଜଳସମାଧି ନେଇ ସାରିଲାଣି। ବୁଧବାର ଅର୍ଥାତ ଜୁନ ୩ ତାରିଖ ଦିନ ଏକାଦିକ୍ରମେ ୩ଟି ପୋଲ ଭୁଶୁଡି ପଡିଛି।

୧୦- ସଫଳତାର ଶିଢ଼ି ଚଢ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଦଖଲ କଲେ ଆଇସିସିର ଟି-୨୦ ଅଲରାଉଣ୍ଡର ରାଙ୍କିଂରେ ଏକ ନମ୍ବର ସ୍ଥାନ।

୧୧- ତାମିଲନାଡୁ ବିଜେପି ମୁଖ୍ୟଙ୍କ ରାଜନୀତିରୁ ସାମୟିକ ଅବ୍ୟାହତି: ଫେଲୋସିପ ପାଇଁ ୩ ମାସ ପାଇଁ ଅକ୍ସପୋର୍ଡରେ ପଢ଼ିବାକୁ ଯିବେ କେ ଅନ୍ନାମଲାଇ।

୧୨- ଚଣ୍ଡିଗଡ଼ ଏୟାରପୋର୍ଟରେ ସାଂସଦ କଙ୍ଗନା ରାଣାୱତଙ୍କୁ ଚାପୁଡ଼ା ମାରିଥିବା ସିଆଇଏସଏଫ କନଷ୍ଟେବଳ କୁଲବିନ୍ଦର କୌରଙ୍କୁ ବେଙ୍ଗାଲୁରୁକୁ ବଦଳି କରାଯାଇଛି।

୧୩- ୧୧୩ଟି ହାଇଡ୍ରୋଜେନ ଚାଳିତ ବସ କିଣିଲା ଭାରତୀୟ ସେନା ।

୧୪- ପୁଣି ଥରେ ନିରାଶ ହେଲେ ଅରବିନ୍ଦ କେଜ୍ରିୱାଲ। ୧୨ ତାରିଖ ଯାଏଁ ବଢ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିଚାର ବିଭାଗୀୟ ହାଜତ ମିଆଦୀ।

୧୫- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ମନ୍ତ୍ରିମଣ୍ଡଳଙ୍କ ସହ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରି ଶହେ ଦିନର ରୋଡମ୍ୟାପ ଦେଇଛନ୍ତି। ଦିଲ୍ଲୀରୁ ଆଣିଥିବା ବାର୍ତ୍ତା ମନ୍ତ୍ରୀଙ୍କ ପାଖରେ ପହଞ୍ଚାଇଛନ୍ତି।

୧୬- ରାଜ୍ୟସଭାରେ ବଡ ଦାବି ଉଠାଇଲେ ସୁଧା ମୂର୍ତ୍ତି, ମହିଳାଙ୍କୁ ଗର୍ଭାଶୟ କର୍କଟରୁ ରକ୍ଷା କରିବା ପାଇଁ ହେଉ ଟୀକାକରଣ ।

୧୭- ଚର୍ଚ୍ଚାରେ କୁସୁମାର ବିଳାସପୂର୍ଣ୍ଣ ବଙ୍ଗଳା: ରହସ୍ୟ ଖୋଲିବ ତଦନ୍ତ ।

୧୮- ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସେନ୍‌ସେକ୍ସ ବୁଧବାର ପ୍ରଥମ ଥର ପାଇଁ ୮୦,୦୦୦ ପଏଣ୍ଟ ସ୍ତର ଅତିକ୍ରମ କରିଥିଲା। ଖୁବ୍‌ କମ୍ ସମୟ ଭିତରେ ଏହା ୫୦୦୦ ପଏଣ୍ଟ ଯୋଡ଼ିବା ସହ ଏହି ବିରଳ ଉପଲବ୍ଧି ହାସଲ କରିଥିଲା।

୧୯- ବିଦ୍ୟାର୍ଥୀ ଦେବେ ଆଣ୍ଟିରାଗିଂ ଅଣ୍ଡରଟେକିଂ: ଦସ୍ତଖତ କରିବେ ପିଲା ଓ ଅଭିଭାବକ।

. *🙏 ସୁପ୍ରଭାତ ,ଶୁଭ ସକାଳ 🙏*

You may have missed