July 21, 2026

ଉମରକୋଟ ଭାଜପା କାର୍ଯ୍ୟାଳୟ ଠାରେ ଶୋକ ସଭା ପାଳିତ….

IMG-20240704-WA0012
Share

ଉମରକୋଟ :-(ଏମ.ଦିନା°ଶୁ ଆଚାରୀ) ବୁଧବାର ହଠାତ୍ ଏକ ଦୁଃଖଦ ଖବର ଆସି ପହଁଞ୍ଚିଲା ଯେ ମାଲକାନଗିରି ବିଜେପି ର ପୂର୍ବତନ ବିଧାୟକ ଆଦିତ୍ୟ ମାଢି ଙ୍କ ସ୍ବର୍ଗବାସ ହୋଇଛି, ଏହି ଦୁଃଖଦ ଖବର ସୁଣିବା ପରେ
ବିଜେପି ମାହଲରେ ଚାରିଆଡେ ଦୁଃଖର ବାତାବରଣ ଖେଳି ଯାଇଛି ଏହି ଖବର ବିଜେପି କାର୍ଯ୍ୟକର୍ତା ଙ୍କୁ ମର୍ମାହତ କରିଛି ।ଖବର ଥାଉକି ଆଦିତ୍ୟ ମାଢି ମାଲକାନଗିରି ନିର୍ବାଚନୀ ମଣ୍ଡଳୀ ରେ 2019 ମସିହା ଠାରୁ 2024 ପର୍ଯ୍ୟନ୍ତ ବିଜେପି ର ବିଧାୟକ ଥିଲେ ତାଙ୍କ ନିଜ ଘର ମାଲକାନଗିରି ଜିଲ୍ଲା ପଡିଆ ଠାରେ ଶ୍ରୀଯୁକ୍ତ ମାଢି ଚଞ୍ଚଳ ମନା, ମଧୁର ଭାଷୀ ଓ ମେଳାପି ସ୍ଵଭାବର ଥିଲେ ଉଣେଇଶି ନିର୍ବାଚନ ପୂର୍ବରୁ ସେ ଟିକିଏ ଅସୁସ୍ଥତା ଅନୁଭବ କରୁଥିଲେ ତଥାପି ଚିକିତ୍ସା ଜାରି ରଖିଥିଲେ ।ସେ ଜଣେ ଶିକ୍ଷକ ରହିବା ସହ ସଂଘ ସଦସ୍ୟ ଥିଲେ ଅବସର ନେଇ ଉଣେଇଶି ନିର୍ବାଚନ ରେ ଟିକଟ ପାଇ ବିଜେପି ର ବିଧାୟକ ହୋଇଥିଲେ ।କିନ୍ତୁ ଦୁଃଖର କଥା ତାଙ୍କ ର ବୃକକ୍ ପ୍ରତ୍ୟାରୋପଣ ହେବା ପରେ ଗମ୍ଭୀର ଅସୁସ୍ଥ ହୋଇ ପଡିଥିଲେ ଆଜି ତାଙ୍କ ର ସ୍ବର୍ଗବାସ ହୋଇଛି। ଏହି ଅବସରରେ ଆଜି ଉମରକୋଟ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ଠାରେ ସ୍ବର୍ଗତ ମାଢି ଙ୍କ ଏକ ଶୋକ ସଭା କରାଯାଇଥିଲା ଏହି ଶୋକ ସଭା ରେ ବିଜେପି ର ବହୁ କାର୍ଯ୍ୟକର୍ତା ଙ୍କ ସହ ସ୍ଥାନୀୟ ନେତୃବୃନ୍ଦ ସ୍ବର୍ଗତ ମାଢି ଙ୍କ ଫଟୋ ଚିତ୍ରରେ ପୁଷ୍ପାଞ୍ଜଳୀ ଅର୍ପଣ କରି ସ୍ବର୍ଗତ ମାଢି ଙ୍କ ଅମର ଆତ୍ମାର ସଦ୍ ଗତି କାମନା କରିବା ସହ ଏକ ମିନିଟ୍ ନିରବ ପ୍ରାର୍ଥନା କରିଥିଲେ ।ରାଜ୍ୟ ସଂମ୍ପାଦକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ଅଶୋକ କୁମାର ପାଢୀ ସ୍ବର୍ଗତ ମାଢି ଙ୍କ ସ୍ମୃତି ଚାରଣ କରିଥିଲେ ।

You may have missed