April 29, 2026

ଚାରା ରୋପଣ ଓ ପରିବେଶ ସୁରକ୍ଷା ସଚେତନତା କାର୍ଯ୍ଯକ୍ରମ।

IMG-20240630-WA0217
Share

ବୋଲଗଡ,(ଉପାନ୍ତ ଖବର):ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବୋଲଗଡ ସରସ୍ବତୀ ଶିଶୁ ମନ୍ଦିର ପରିସରରେ ଏକ ଚାରା ରୋପଣ ଓ ପରିବେଶ ସଚେତନତା କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇ ଯାଇଛି।କରପ୍ ସନ ଫ୍ରି ଓଡ଼ିଶା, ପରିବେଶ ପତ୍ରିକା ନବ ସବୁଜିମା, ବାରିପଦା ,ଖୋର୍ଦ୍ଧା ଫରେଷ୍ଟ ଡିଭିଜନ ଓ ବୋଲଗଡ ସରସ୍ବତୀ ଶିଶୁ ମନ୍ଦିରର ମିଳିତ ଆନୁକୂଲ୍ଯରେ ଆୟୋଜିତ ଏହି କାର୍ଯ୍ଯକ୍ରମରେ ସ୍କୁଲର ପ୍ରଧାନ ଆଚାର୍ଯ୍ଯ ବିରଞ୍ଚି କୁମାର ସାହୁ ଅଧ୍ଯକ୍ଷତା କରିଥିଲେ।ଏଥିରେ ପୂର୍ବତନ ପ୍ରିନସିପାଲ ଚିଫ୍ କଞ୍ଜରଭେଟର ଅଫ୍ ଫରେଷ୍ଟ ତଥା ପୂର୍ବତନ ଲୋକାୟୁକ୍ତ ଡଃ ଦେବବ୍ରତ ସ୍ବାଇଁ ମୁଖ୍ଯ ଅତିଥି, ଖୋର୍ଦ୍ଧା ଜିଲ୍ଲା ଡି.ଏ ଫ.ଓ ପୂର୍ଣ୍ଣିମା ପି , ସମାଜ ସେବୀ ରବୀନ୍ଦ୍ର କୁମାର ପରିଡ଼ା, ଶିକ୍ଷବିତ ଲଛମନ ପରିଡ଼ା, କବୟିତ୍ରୀ ସେବତୀ ପରିଡ଼ା, ପରିବେଶ କର୍ମୀ ସାନନ୍ଦ କୁମାର ସାହୁ, ସମାଜସେବୀ ଅକ୍ଷୟ କୁମାର ପଟ୍ଟନାୟକଓ ଶିକ୍ଷାବିତ ବୈକୁଣ୍ଠ ମହାରଣା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ବୃକ୍ଷ ରୋପଣ ଓ ପରିବେଶ ସୁରକ୍ଷା ପାଇଁ କାର୍ଯ୍ଯ କରିବାକୁ ପରାମର୍ଶ ଦେଇଥିଲେ। ପ୍ରାରମ୍ଭରେ ନବ ସବୁଜିମା ର ସମ୍ପାଦକ ତଥା ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ବୟଂ ଶାସିତ କଲେଜ, ବାରିପଦାର ଅବସର ପ୍ରାପ୍ତ ଅଧ୍ଯକ୍ଷ ହରିହର ଦାସ ଏହି କାର୍ଯ୍ଯକ୍ରମର ଆଭିମୁଖ୍ଯ ସମ୍ପର୍କରେ ଆଲୋକପାତ କରିଥିଲେ ।ଏହି ଅବସରରେ ବିଦ୍ଯାଳୟ ପରିସରରେ ଚାରା ରୋପଣ କରା ଯାଇଥିଲା।ବନ ବିଭାଗର କର୍ମଚାରୀ,ବିଦ୍ଯାଳୟର ଗୁରୁମା,ଗୁରୁଜୀ,ଅବିଭାବକମାନେ ଯୋଗ ଦେଇ ନିଜର ସୁଚିନ୍ତିତ ମତାମତ ଦେଇଥିଲେ। ଏଥି ଉପଲକ୍ଷେ ଛାତ୍ରଛାତ୍ରୀମାନଙ୍କ ମଧ୍ଯରେ ବୃକ୍ଷ ଓ ପରିବେଶ ସମ୍ପର୍କିତ ଏକ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତୀ ଛାତ୍ରଛାତ୍ରୀ ପି ଶୁଭ୍ରା ସିଗମା,ଦେବାଂଶୀ ପ୍ରିୟଦର୍ଶିନୀ,ଶୁଭଲକ୍ଷ୍ମୀ ଦାସ,ସାଇଜ୍ଯୋତୀ ସାହୁ,ଅନନ୍ଯା ଚୌଧୁରୀଙ୍କୁ ପ୍ରଶଂସା ପତ୍ର ସହିତ ଅର୍ଥରାଶି ପୁରସ୍କାର ପ୍ରଦାନ ପୂର୍ବକ ଉତ୍ସାହିତ କରାଯାଇଥିଲା।ଶେଷରେ ସମସ୍ତେ ବୃକ୍ଷ ଓ ପରିବେଶ ସୁରକ୍ଷା, ମାଟି,ମା’ କୁ ସମ୍ମାନ ତଥା ଦୁର୍ନୀତି ମୁକ୍ତ ଓଡ଼ିଶା ଗଠନ ନିମନ୍ତେ ଶପଥ ପାଠ କରିଥିଲେ।ଗୁରୁଜୀ ରବୀନ୍ଦ୍ର କୁମାର ସାହୁ ଧନ୍ଯବାଦ ଅର୍ପଣ କରିଥିଲେ।ଶିକ୍ଷକ ଭିକାରୀ ପୃଷ୍ଚି,ସୁକାନ୍ତ କୁମାର ଜେନା, ଦେବ ଗୁରୁଜୀ ଓ ବନପାଳ ପ୍ରଦୀପ୍ତ କୁମାର ପଟ୍ଟନାୟକ ପ୍ରମୁଖ ଏହି କାର୍ଯ୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

You may have missed