March 12, 2026

ଶ୍ରୀଭରତପତି ମହାବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା । ପାତ୍ରପୁର ସନ୍ତୋଷ କୁମାର ପ୍ରଧାନ

IMG-20240630-WA0216
Share

ତାରିଖ -30/06/2024
ପାତ୍ରପୁର ବ୍ଲକ ସାମନ୍ତିଆପଲ୍ଲୀ ସ୍ଥିତ ଶ୍ରୀଭରତପତି ମହାବିଦ୍ୟାଳୟର ଅଧ୍ୟକ୍ଷ ମାନସ ରଞ୍ଜନ ଆଚାର୍ଯ୍ୟ ଏବଂ ବରିଷ୍ଠ କିରାଣୀ ପି.ଭେଙ୍କେଟ ରାଓ ରବିବାର ନିଜ କାର୍ଯ୍ୟରୁ ଅବସର ନେଉଥିବାରୁ ତାଙ୍କରି ପାଇଁ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ପୁରାତନ ଛାତ୍ର ସଂସଦ ତରଫରୁ ରବିବାର ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ଡା.ସିଦ୍ଧାର୍ଥ ଶଙ୍କର ପାଢ଼ୀ ମୂଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ମହାବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ମଦନ ମୋହନ ପ୍ରଧାନ,ଡା.ଜୟପ୍ରକାଶ ପାଢ଼ୀ,ପୁରାତନ ଛାତ୍ର ସଂସଦ ସଭାପତି ରାଧାନାଥ ପଣ୍ଡା ,ଅଧ୍ୟକ୍ଷଙ୍କ ଧର୍ମପତ୍ନୀ ସୁନନ୍ଦା ଶତପଥୀ ପ୍ରମୂଖ ମଂଚାସୀନ ରହିଥିଲେ । ଅବସର ନେଇଥିବା ଉଭୟଙ୍କ ବିଷୟରେ ଅତିଥି,ଅଧ୍ୟାପକ,ଅଧ୍ୟାପିକା ,ପୁରାତନ ଛାତ୍ର ନିଜର ରହିଥିବା ସ୍ମୃତି ବଖାଣିଥିଲେ । ଅବସରକାଳୀନ ସମ୍ବର୍ଦ୍ଧନା ସଭାକୁ କ୍ରୀଡା ଶିକ୍ଷକ ସୁଧାକର ବିଷୋୟୀ ପରିଚାଳନାକରିଥିବା ବେଳେ କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ହରିଶ୍ଚନ୍ଦ୍ର ସାହୁ,ଡା.କବିରାଜ ରାଉତ,ଡା.ଅଶୋକ ପଣ୍ଡା,ସହଦେଵ ପ୍ରଧାନ,ଡା.ସଞ୍ଜୟ କୁମାର ପଣ୍ଡା,ପୁରାତନ ଛାତ୍ର ରାଜ ଗୋପାଳ ପାଢ଼ୀ,ମାଧବ ବାଡ଼ତ୍ୟାଙ୍କ ସହ ମହାବିଦ୍ୟାଳୟର ବହୁ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।