September 29, 2024

ଶାରଳା ମନ୍ଦିର ଭୋଗ ଦୋକାନ ରେ ଚଢାଉ‌..

Share


ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଓ ପ୍ରାଚୀନ ଶକ୍ତିପୀଠ ଝଙ୍କଡ଼ ବାସୀନୀ ମା’ଶାରଳାଙ୍କ ମନ୍ଦିର ପରିସରରେ ଥିବା ଭୋଗ ଦୋକାନକୁ ସିଲ କଲା ମନ୍ଦିର ପ୍ରଶାସନ । ଭୋଗ ଦୋକାନଙ୍କୁ ଟେଣ୍ଡରରେ ନେଇଥିବା ବ୍ୟକ୍ତିବିଶେଷ ସରକାରଙ୍କ ଦ୍ୱାରା ଜାରି ଟେଣ୍ଡର ନିୟମାବଳୀକୁ ଖିଲାପ କରିଥିବା ଯୋଗୁ ଦୋକାନ ସିଲ କରାଯାଇଥିବା ନେଇ ମନ୍ଦିର ନିର୍ବାହୀ ଅଧିକାରୀ ଓ ତୀର୍ତ୍ତୋଲ ତହସିଲଦାର ପ୍ରକାଶ କରିଛନ୍ତି । ପ୍ରାରମ୍ବୀକ ପର୍ଯ୍ୟାୟରେ ଉକ୍ତ ଭୋଗଦୋକାନକୁ 5 ଦିନ ପାଇଁ ସିଲ କରାଯାଇଛି ଓ ଦୋକାନୀ ୫ ଦିନ ମଧ୍ୟରେ ଟେଣ୍ଡର ନିୟମାବଳୀର ଉଲ୍ଲଘଂନ ସଂକ୍ରାନ୍ତରେ କୈଫତ ଦେଲାପରେ ଦେବୋତ୍ତର କମିଶନ ପରବର୍ତ୍ତୀ ନିଷ୍ପତ୍ତି ନେବ ବୋଲି ସୂଚନା ମିଳିଛି । ଏହାଦ୍ୱାରା ଭକ୍ତମାନେ ମାଙ୍କ ନିକଟରେ ଭୋଗ କରିବାକୁ ନେଇ ପ୍ରଭାବିତ ହେବେ ବୋଲି ଆଶଙ୍କା କରାଯାଉଛି ,। (ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର)