September 18, 2026

ବେଲଗୁଣ୍ଠା ସାହିତ୍ୟ ଘର ସଭାପତି ମୋତିଲlଲଙ୍କ ଶ୍ରୀ ସୀତେଶ ବିଳାପ ଚମ୍ପୁ ପୁସ୍ତକ ଉନ୍ମୋଚିତ

IMG-20240625-WA0022
Share

 

ବେଲଗୁଣ୍ଠା, 25/06, ଭୁବନେଶ୍ଵର ଜୟଦେବ ବିହାର ସ୍ଥିତ ଗୁରୁ କେଳୁ ଚରଣ ମହାପାତ୍ର ,ଓଡିଶା ଗବେଷଣା କେନ୍ଦ୍ର ଉତ୍କଳ ରଙ୍ଗମଞ୍ଚରେ ଅନୁଷ୍ଠିତ ଆଳାପ-2024 ଉତ୍ସବରେ ବେଲଗୁଣ୍ଠା ସାହିତ୍ୟ ଘର ସଭାପତି ମୋତିଲାଲ ପତିଙ୍କ ଶ୍ରୀ ସୀତେଶ ବିଳାପ ଚମ୍ପୁ ପୁସ୍ତକ ଉନ୍ମୋଚିତ ହୋଇଯାଇଛି I ଏହି ପୁସ୍ତକଟି ଶ୍ରୀଯୁକ୍ତ ପତିଙ୍କ ପଚିଶିତମ ପୁସ୍ତକ I ପୁସ୍ତକଟି ବିଶିଷ୍ଟ ଓଡ଼ିଶୀ ବିଷାରଦା ପଦ୍ମଶ୍ରୀ ଡ. ଶ୍ୟାମାମଣୀ ଦେବୀଙ୍କ କର କମଳରେ ଉନ୍ମୋଚିତ ହୋଇଯାଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅନ୍ୟାନ୍ୟ ଅତିଥି ଓଡ଼ିଶା ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ରାଉତରାୟ,ଭଦ୍ରକ ଅତିରିକ୍ତ ଜିଲ୍ଳାପାଳ ଶ୍ଯାମଲ୍ ରାୟ,ବିଶିଷ୍ଟ ଗୀତିକାର ରାଧାନାଥ ରାୟ,ଓଡିଶୀ ସଙ୍ଗୀତ ମହାବିଦ୍ୟାଳୟ ଅଧ୍ୟାପକ ଗୁରୁ ଜଗନ୍ନାଥ କୁଅଁର, ସୁଶାନ୍ତ କୁମାର ଦାଶ ପ୍ରମୁଖ ଶ୍ରୀଯୁକ୍ତ ପତିଙ୍କ ଉନ୍ମୋଚିତ ପୁସ୍ତକଟିକୁ ଉଚ୍ଚ ପ୍ରଶଂସା କରିଥିଲେ I ଅନୁଷ୍ଠାନ ସଭାପତି ବଦ୍ରିନାରାୟଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସମ୍ପାଦକ ଗୁରୁ ନିମାକାନ୍ତ ରାଉତରାୟ ପରିଚାଳନା କରିଥିଲେ I କାର୍ଯ୍ୟକ୍ରମରେ ସମଗ୍ର ଓଡିଶାରୁ ଓଡ଼ିଶୀ ସଙ୍ଗୀତ ବିଶାରଦମାନେ ଯୋଗ ଦେଇଥିଲେ I ବେଲଗୁଣ୍ଠାର ବିଶିଷ୍ଟ ସାହିତ୍ୟିକ ତଥା ସଙ୍ଗୀତଜ୍ଞ ମୋତିଲାଲ ପତିଙ୍କ ଏହି ପୁସ୍ତକ ଉନ୍ମୋଚିତ ହେବା ପରେ ବେଲଗୁଣ୍ଠା ସାହିତ୍ୟ ଘରର ସମସ୍ତ ସଦସ୍ୟ, ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର,ଗୋବରା ସାହିତ୍ୟ ଘର ସମେତ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି I(ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ)