August 4, 2026

ବିନା ସୂଚନା ଫଳକରେ ଚାଲିଛି ଓଟିଡ଼ିସି ର କୋଟାଧିକ ଟଙ୍କାର କାମ.

IMG-20260804-WA0041
Share

        କୋରାପୁଟ ଜ଼ିଲ୍ଲା କୋଟପାଡ଼ ଜାତୀୟ ରାଜପଥ କଡ଼ରେ ଚାଲିଛି ଓଟିଡ଼ିସି ବିଭାଗର କୋଟାଧିକ ଟଙ୍କାର କାମ ଉକ୍ତ କାର୍ଯ୍ୟ ସ୍ଥଳ ରେ କୌଣସି ଯନ୍ତ୍ରୀ କିମ୍ବା ଠିକାଦାର ଙ୍କ ଦେଖା ନାହିଁ କେବଳ ବାହାର ଜ଼ିଲ୍ଲା ର ଶ୍ରୀମିକ ଏବଂ ମିସ୍ତ୍ରୀ ଏଠାରେ କରୁଛନ୍ତି କାମ. ଏହି କାମର ଅଟକଳ ମୂଲ୍ୟ କେତେ.କେବେ ଟେଣ୍ଡେର ହୋଇଛି କାମ କେବେ ସମାପ୍ତ ହେବ ସୂଚନା ଫଳକ ନ ଥିବାରୁ କୌଣସି ତଥ୍ୟ ଜଣା ପଡୁ ନାହିଁ ତେଣୁ ଜନ ସାଧାରଣ ଦିନ କୁ ଦିନ ଅସନ୍ତୋଷ ବଢିବାରେ ଲାଗିଛି. ଏ ନେଇ ଓଟିଡ଼ି ସି ଯନ୍ତ୍ରୀ ସନାତନ ପ୍ରଧାନ ଙ୍କୁ ଯୋଗାଯୋଗ କରିବାରୁ ସୂଚନା ଫଳକ ଲଗାଯିବ ବୋଲି ଦୀର୍ଘ ଚାରିମାସ ରୁ ଉର୍ଦ୍ଧ ଦିନ ହେବ ଗଣ ମାଧ୍ୟମରେ ପ୍ରକାଶ କରି ଚାଲି ଥିବାର ଜଣା ଯାଇଛି. ଉକ୍ତ କାମରେ କେତେ ପରିମାଣ ରେ ବାଲି ଏସ୍ଟିମେଟ ଅନୁଯାଇ ବ୍ୟବହାର ହବାର କଥା ସେହି ରୟାଲଟି ଡିପଜିଟ ହୋଇଛି କି ନାହିଁ. କେଉଁ ମାନର ବାଲି ଓ ସିମେଣ୍ଟ ବ୍ୟବହାର କରାଯାଉଛି.ମରମ ରୟାଲଟି ପ୍ରଦାନ କରାଯାଉଛି କି ନାହିଁ ତେଣୁ ଏକ ଉଚ୍ଚ ସ୍ତରୀୟ ତଦନ୍ତ ହେଲେ ସମସ୍ତ ଅନିୟମିତତା ଲୋକଲୋଚ କୁ ଆସି ପାରିବ ବୋଲି ସାଧାରଣ ରେ ଦାବି ହେଉଥିବାର ଜଣା ଯାଇଛି. କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର.