November 24, 2024

ପୁଣି ଜନନୀ ଯନ୍ତ୍ରଣା, ଗର୍ଭବତୀ ଙ୍କୁ ଦୁଇ କିମି ଦୋଳା ରେ ବୋହିଲେ ଆମ୍ବୁଲାନ୍ସ କର୍ମଚାରୀ…

Share

ମୋହନା( ସନ୍ତୋଷ ଗୌଡ଼)ପୁଣି ଜନନୀ ଯନ୍ତ୍ରଣା l ଗାଁକୁ ରାସ୍ତା ନଥିବା ଯୋଗୁଁ ଗର୍ଭବତୀ ମହିଳା ଙ୍କୁ ଦୁଇ କିମି ଦୋଳା ରେ ଵୋହିଲେ ଆମ୍ବୁଲାନ୍ସ କର୍ମଚାରୀ l ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଗୁରୁଝୁଳି ପଞ୍ଚାୟତ ବେତେଗଣ୍ଡl ଗାଁ ରେ l ଆଜି ଅପରାହ୍ନ ରେ ଗାଁର ଅମେଶ ମାଝୀଙ୍କ ପତ୍ନୀ ସୁନିତା ମାଝୀଙ୍କ ଗର୍ଭ ଯନ୍ତ୍ରଣା ହୋଇଥିଲା l ପରିବାର ଲୋକେ ଓ ଗାଁର ଆଶା କର୍ମୀ ୧୦୮ଆମ୍ବୁଲାନ୍ସ କୁ ଖବର ଦେଇଥିଲେ l ୧୦୮ ଆମ୍ବୁଲାନ୍ସ ବେତେଗଣ୍ଡl ଗାଁ କୁ ବାହାରିଥିଲା l ହେଲେ ରାସ୍ତା ନଥିବା ଯୋଗୁଁ ଗାଁ ଠାରୁ ପ୍ରାୟ ଦୁଇ କିମି ଦୂର ଶ୍ରୀରାମପୁର ରେ ରହିଯାଇଥିଲା ଆମ୍ବୁଲାନ୍ସ l ତେଣୁ ବାଧ୍ୟହୋଇ ୧୦୮ ଆମ୍ବୁଲାନ୍ସ ଫାର୍ମାସିଷ୍ଟ ବିଦ୍ୟାଧର ସାହୁ ଓ କର୍ମଚାରୀଙ୍କ ପାହାଡିଆ ରାସ୍ତାରେ ଚାଲି ଚାଲି ଯାଇ ବେତେଗଣ୍ଡl ଗାଁରେ ପହଞ୍ଚି ଥିଲେ l ଦୋଳା ରେ ଗର୍ଭବତୀ ସୁନିତା ଙ୍କୁ ଦୁଇ କିମି ବୋହି ଆଣିଥିଲେ l ଏହାପରେ ଆମ୍ବୁଲାନ୍ସ ରେ ଆଣି ବିରିକୋଟ ମେଡିକାଲ ରେ ଭର୍ତ୍ତି କରିଥିଲେ l ସେଥିପାଇଁ ଆମ୍ବୁଲାନ୍ସ କର୍ମଚାରୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ଗ୍ରାମବାସୀ ଓ ଆଶାକର୍ମୀ l ମେଡିକାଲ ରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି ସୁନିତା l ଉଭୟ ମା ଓ ନବଜାତ ସୁସ୍ଥ ଥିବା ଜଣାପଡିଛି l