August 26, 2026

ଆମ ପୋଲିସ ସମିତି କାର୍ଯ୍ୟକ୍ରମ

IMG-20230301-WA0003
Share

 

ବ୍ରାହ୍ମଣୀଗାଁ ତା:୨୮/୦୨ କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଥାନା ଅଧିକାରୀ ଚାପ ଧାରୀ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପୋଲିସ ଓ ଜନସାଧାରଣ ଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବା ସହ ପରସ୍ପର ନିକଟ ତର ହୋଇ ସମସ୍ତ କାର୍ଯ୍ୟ କରିବା ଏବଂ ଜନସାଧାରଣ ଙ୍କ ମନରେ ପୋଲିସ ପ୍ରତି ଥିବା ବିଭିନ୍ନ ଭୟ ଭ୍ରାନ୍ତି କୁ ଦୂର କରିବାକୁ ଚେଷ୍ଟା କରାଯାଇଥିଲା। ପୋଲିସ ବିଭାଗ ର ଅନେକ ଗୁଡ଼ିଏ ନିୟମରେ ପରିବର୍ତ୍ତନ ଘଟିଛି , ୫ଟି ଲାଗୁ ହେବା ପରେ ଅଭିଯୋଗ କାରି ଓ ଦୋଷୀ ଙ୍କୁ ମାନଙ୍କୁ ଥାନା ପକ୍ଷରୁ କୌଣସି ଦୁର୍ବ୍ୟବହାର ନ ଦେଖାଇ ଉତ୍ତମ ବ୍ୟବହାର ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ବ୍ୟବସ୍ଥା ରହିଛି ଏଣୁ ପୋଲିସ ପ୍ରତି ଜନସାଧରଣଙ୍କର ଭୟ ଭିତ ହେବା କୌଣସି ଆବଶ୍ୟକ ନାହିଁ, ସମସ୍ତଙ୍କର ସ୍ଵାଧୀନ ଚିନ୍ତା ଧାରାରେ ପୋଲିସ ସହ ଯୋଗା ଯୋଗ ରଖି କାର୍ଯ୍ୟ କଲେ ଅନେକ ସୁଫଳ ମିଳିବ ବୋଲି ଥାନା ଅଧିକାରୀ ଶ୍ରୀ ପ୍ରଧାନ ଲୋକଙ୍କୁ ବୁଝାଇ ଥିଲେ, ଏବଂ ମାନବାଧିକାର ଫ୍ରଣ୍ଟ ଇଣ୍ଡିଆ ର କନ୍ଧମାଳ ଜିଲ୍ଲା ଆବାହକ ବିକ୍ରମ ବାସ୍ତିରାଇ ଉକ୍ତ କର୍ଯ୍ୟ କ୍ରମ ରେ ଯୋଗ ଦେଇ ଜନସାଧାରଣ ଓ ପୋଲିସ ର ଦାୟିତ୍ଵ ଓ କର୍ତ୍ତବ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଆୟୋଜିତ କାର୍ଯ୍ୟକ୍ରମ ରେ ଏସ ଆଇ ରମାକାନ୍ତ ସେଠୀ, ଶଙ୍କର ୱାର୍ଡକା ସମେତ ବ୍ୟବସାୟୀ ସଙ୍ଗଠନଓ ଆଠଗୋଟି ପଞ୍ଚାୟତ ର ଲୋକ ପ୍ରତିନିଧି ମାନେ ଯୋଗ ଦେଇଥିଲେ।(କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ରୁ ମନୋରଞ୍ଜନ ରଣା ଙ୍କ ରିପୋର୍ଟ)

You may have missed