April 26, 2026

ଛତିଆ ଠାରେ ୧୮ ତମ ହସ୍ତ ତନ୍ତ ବୟନଶିଳ୍ପ ତଥା ପୁସ୍ତକ ପ୍ରଦର୍ଶନୀ ମେଳା ର ଶୁଭ ଉଦ୍ଘାଟନର ପ୍ରଥମ ସନ୍ଧ୍ୟା।

uiyi8yi
Share

 

ଯାଜପୁର _ବଡ଼ଚଣା ବ୍ଲକ ଛତିଆ ସ୍ଥିତ ଚୁଆ ପଡିଆ ଠାରେ ସପ୍ତ ଦିବସୀୟ ହସ୍ତ ତନ୍ତ ଓ ବୟନ ଶିଳ୍ପ ତଥା ପୁସ୍ତକ ପଦର୍ଶନି ମେଳା ର ଶୁଭ ଉଦ୍ଘାଟନ ହୋଇ ଯାଇଛି। ଏହି ପ୍ରଦର୍ଶନୀ ମେଳା ତଥା ଛତିଆ ରାଜ ଦୋଳ ମିଳନ ଉତ୍ସବରେ ମୁଖ୍ୟ ଅତିଥି ତଥା ଉଦ୍ଘଟକ ଭାବେ ବଡଚଣା ର ବିଧାୟକ ଅମର ପ୍ରସାଦ ଶତପଥୀ ଯୋଗ ଦେଇ ଶୁଭ ଉଦ୍ଘାଟନ କରି ଥିଲେ,ପରେ ପଦର୍ଷନି ମେଳା ର ବିଭିନ୍ନ ଷ୍ଟଲ ବୁଲି ପ୍ରଦର୍ଶନ କରିଥିଲେ,
ଏହି ପ୍ରଦର୍ଶନୀ ମେଳା ରେ ବରିଷ୍ଠ ସ୍ତମ୍ବକାର ମିହିର ପ୍ରତାପ ଦାସ ସଭାପତିତ୍ବ କରିଥିବା ବେଳେ , ଏହି ଉଦ୍ଘାଟନୀ ସନ୍ଧ୍ୟାରେ ଜିଲ୍ଲା ସଂସ୍କୃତି ଓ ବୟନ ଶିଳ୍ପ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ପ୍ରକାଶ ମହାନ୍ତି ଯୋଗ ଦେଇ ଏହି ଜିଲ୍ଲା ସ୍ତରୀୟ ପଦର୍ସନି ମେଳାରେ ୧୦୮ ବିଭିନ୍ନ ପ୍ରକାରର ସୂକ୍ଷ୍ମ କାରିଗରୀ ସମ୍ପର୍ନ୍ନ ଦ୍ରବ୍ୟର ପସରା ଖୋଲି ଥିବା ବେଳେ ପ୍ରାୟ ୧୧ ଗୋଟି ଜିଲ୍ଲାରୁ ଏହି ରାଜ ଦୋଳ ମିଳନ ରେ ପ୍ରଦର୍ଶିତ କରିଥିଲେ। ବିଶେଷ ଭାବରେ ଏହି ପଦର୍ଶନୀ ମେଳାରେ ୮୦ ରୁ ଉର୍ଦ୍ଧ୍ବ ବିଭିନ୍ନ ଷ୍ଟଲ୍ ପଡିଥିବା ବେଳେ,ବହୁ ଆକର୍ଷଣୀୟ କାରୁ କାର୍ଯ୍ୟ ର ସାମଗ୍ରୀ ଦେଖିବାକୁ ମିଳିଛି। ତେବେ ଏହି ମେଳା ଆଜି କୁ ୧୮ବର୍ଷ ରୁ ଉର୍ଦ୍ଧ୍ବ ଧରି ପାଳନ କରାଯାଉ ଥିବା ବେଳେ ଏହି କାର୍ଯ୍ୟକ୍ରମ ରେ ରାଜ ଦୋଳ ମିଳନ ଉତ୍ସବର ଅଧକ୍ଷ ଛତିଆ ସରପଞ୍ଚ ରମେଶ ପୃଷ୍ଟି, ସମିତି ସଭ୍ୟ ଦୀପକ ସାହୁ, ବଡଚଣା ପଞ୍ଚାୟତ ସମିତି ଅଧ୍ୟକ୍ଷା ମୀନତି ସେନାପତି, ଆତ୍ମ ର ଅଧକ୍ଷ ନିରଞ୍ଜନ ସେନାପତି, ଛତିଆ ଅଞ୍ଚଳର ବରିଷ୍ଠ ମୂରବୀ ମାଧବାନନ୍ଦ ମହାପାତ୍ର,ସମିତି ସଭ୍ୟ ସଞ୍ଜୟ ବେହେରା, ନେଳିଆ ସରପଞ୍ଚ ଜୟନ୍ତୀ ସ୍ୱାଇଁ, ଅମର ନାୟକ, ଜଚିନ୍ଦ୍ର ନାୟକ, ଜାତୀୟ ପୁରସ୍କାର ପ୍ରାପ୍ତ ପ୍ରସ୍ତର ଶିଳ୍ପୀ ମହେଶ୍ୱର ଓଝା ,ସନ୍ତୋଷ ମହାନ୍ତି, ରାଜ୍ୟ ହସ୍ତ ଶିଳ୍ପ କମିଟି ସଦସ୍ୟ ପ୍ରିୟ ନାଥ କର ଯୋଗ ଦେଇ ଥିବା ବେଳେ, ରଶ୍ମି ରଞ୍ଜନ ଏଣ୍ଡ ଅତିଥି ମାନଙ୍କୁ ଧନ୍ୟ ବାଦ୍ ଅର୍ପଣ କରିଥିଲେ। ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଅଞ୍ଚଳ ବାସୀ ଯୋଗ ଦେଇ ପ୍ରଦର୍ଶନୀ ମେଳାରେ ଆନନ୍ଦ ଉପଭୋଗ କରିଥିଲେ। ସନ୍ମନପାରପ୍ତ ମହେଶ୍ୱର ଓଝା ସରପଞ୍ଚ ସୋଲାର ପଞ୍ଚାୟତ ସମିତି ସଭ୍ୟ ସଞ୍ଜୟ ବେହେରା,ଛତିଆ ସମିତି ସଭ୍ୟ ଦୀପକ ସାହୁ ପ୍ରମୁଖ ବହୁ ବରିଷ୍ଟ ବୁଦ୍ଧିଜୀବୀ ଯୋଗ ଦେଇ ଥିଲେ। ଏହି ପ୍ରଦର୍ଶନୀ ମେଳା କୁ ଯାଜପୁର ଜିଲ୍ଲା ଭାଷା ଓ ସଂସ୍କୃତି ବିଭାଗ ପକ୍ଷରୁ ସପ୍ତ ଦିନ ବ୍ୟାପୀ ଅନୁଷ୍ଟିତ ହେବାକୁ ରହି ଥିବା ସୂଚନା ମିଳିଛି।