September 29, 2024
Share

➡️୧-ସରିଲା ପ୍ରଥମ ପର୍ଯ୍ୟାୟ ନିର୍ବାଚନ, ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାରରେ ଆଜି ରାଉରକେଲା, ଦେବଗଡ, ଛେଣ୍ଡିପଡା ଓ ଆଠମଲ୍ଲିକ ଆସି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

➡️୨-ଆଜି ଓଡ଼ିଶା ଆସିବେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ଆସ୍କାର ସୋରଡା ଓ ବୌଦ୍ଧରେ କରିବେ ଜନସଭା l କଟକରେ କରିବେ ଏକ ମେଗା ରୋଡ ଶୋ’।

➡️୩-CBSE ରେଜଲ୍ଟର ପୁନଃମୂଲ୍ୟାଙ୍କନ ପାଇଁ ବିଜ୍ଞପ୍ତି ହେଲା ଜାରି, ପ୍ରଥମ ପର୍ଯ୍ୟାୟରେ ଛାତ୍ରଛାତ୍ରୀମାନେ ମାର୍କ ଯାଞ୍ଚ ପାଇଁ ୧୭ ରୁ ୨୧ ମଇ ମଧ୍ୟରେ ଆବେଦନ କରିବେ l

➡️୪-ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ଆସିଲା ସୂଚନା, ଏଣିକି EPFO ଗ୍ରାହକଙ୍କ ଆଡଭାନ୍ସ ପାଇଁ କ୍ଲେମ ସେଟଲମେଣ୍ଟ ମାତ୍ର ୩-୪ ଦିନ ମଧ୍ୟରେ ହୋଇଯିବ l

➡️୫-କର୍ତ୍ତବ୍ୟରତ ପ୍ରିଜାଇଡିଂ ଅଫିସରଙ୍କ ଦୁର୍ଘଟଣାରେ ହେଲା ମୃତ୍ୟୁ, ୧୫ ଲକ୍ଷ ଟଙ୍କାର ଅତିରିକ୍ତ ଆର୍ଥକ ସହାୟତା ହେଲା ଘୋଷଣା l

➡️୬-ଆଜି ଓଡିଶା ପ୍ରଚାରରେ ଆସୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସେ ବଲାଙ୍ଗିର ରୋଡ ସୋ କରିବା ସହିତ ଏକ ବିଶାଳ ଜନସମାବେଶକୁ ଉଦବୋଧନ ଦେବେ।

➡️୭-ବ୍ରହ୍ମପୁର ଭାଜପା ଏମ୍‌ପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ସ୍ବାଧୀନ ପ୍ରାର୍ଥୀ ପିଣ୍ଟୁ ଦାଶ ଜେଲ ଗଲେ, ସେପଟେ ଜାତିଆଣ କଟୁ ମନ୍ତବ୍ୟ ଦେଇଥିବା ନେଇ ପାଲଟା ଅଭିଯୋଗ ଆଣିଲେ ସ୍ତ୍ରୀ l

➡️୮-କଟକରେ ବିଜେଡି ଷ୍ଟାର କ୍ୟାମ୍ପେନର ଭି.କେ.ପାଣ୍ଡିଆନଙ୍କ ରୋଡ୍‌ ସୋ’ । ରୋଡ୍‌ ସୋ’ କରି ବିଜେଡି ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ଅପିଲ କଲେ ଭି.କେ.ପାଣ୍ଡିଆନ୍‌ ।

➡️୯-ନିର୍ବାଚନ ଇତିହାସ ସୃଷ୍ଟି କଲା ସ୍ବାଭିମାନ ଅଂଚଳ ମାଲକାନଗିରି l ୨୦୧୯ରେ ୨୬ ପ୍ରତିଶତ ମତଦାନହୋଇଥିବା ବେଳେ ୨୦୨୪ରେ ୭୧% ହେଲା ଭୋଟିଂ l

➡️୧୦-ଶେଷଯାତ୍ରାରେ ସୁଶୀଲ ମୋଦୀ । ପଟନାରେ ଦିଆଗଲା ଅନ୍ତିମ ସଂସ୍କାର । ବିହାର ବିଜେପିର ୱାନ ମ୍ୟାନ ଆର୍ମିଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ସହ ଦିଆଗଲା ବିଦାୟ ।

➡️୧୧-ଦେଶର ସବୁଠୁ ବଡ଼ ୩୪,୦୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ଠକେଇ ମାମଲାରେ DHFLର ପୂର୍ବତନ ନିର୍ଦ୍ଦେଶକ ଧିରଜ ୱଧାୱନ ହେଲେ ଗିରଫ l

➡️୧୨-ଦେଶର ଅଗ୍ରଣୀ ଡିଆଇ ପାଇପ୍‌ ନିର୍ମାତା ଇଲେକ୍ଟ୍ରୋଷ୍ଟିଲ୍ କାଷ୍ଟିଂସ୍‌ ଓଡ଼ିଶାରେ ଏକ ନୂଆ କାରଖାନା ସ୍ଥାପନ କରିବ। କମ୍ପାନି ସେଥିରେ ଡିଆଇ ପାଇପ୍ ଓ ଫିଟିଙ୍ଗ୍‌ସ ଉତ୍ପାଦନ କରିବ। କମ୍ପାନିର ବୋର୍ଡ ବୈଠକରେ ଏହି ପ୍ରସ୍ତାବକୁ ମିଳିଲା ମଞ୍ଜୁରି l

➡️୧୩-ଲୋକସଭା ନିର୍ବାଚନ ଶେଷ ହେବା ପରେ ବଢିବ ମୋବାଇଲ୍‌ ବିଲ୍‌, ଶୁଳ୍କ ୨୫% ବଢ଼ିବା ଆଶଙ୍କା l ଟେଲିକମ୍ କମ୍ପାନିଗୁଡ଼ିକ ଗ୍ରାହକ ପିଛା ରାଜସ୍ବ ବଢ଼ାଇବା ଲାଗି ଉଦ୍ୟମ କରୁଛନ୍ତି। ତେଣୁ ସେମାନେ ରିଚାର୍ଜ ଦାମ୍ ବଢ଼ାଇବେ।

➡️୧୪-୧୦୦ ବର୍ଷ ପରେ ଫେରିଲା ନିଖୋଜ ହୋଇଯାଇଥିଲା ବିଶାଳକାୟ ନୀଳ-ଧୂସର ତିମି l ଆର୍ଜେଣ୍ଟିନା ପାଟାଗୋନିଆନ ଉପକୂଳରେ ଏହା ଦେଖିବାକୁ ମିଳିଛି।

➡️୧୫-ସାଧାରଣ ନିର୍ବାଚନ ୨୦୨୪ରେ ଆଦର୍ଶ ଆଚରଣ ବିଧି ଲାଗୁ ହେବାକୁ ପୂରିଲା ୨ ମାସ : ନିଜ ଆଡ଼ୁ ଦ୍ୱିତୀୟ ରିପୋର୍ଟ ଜାରି କଲେ ନିର୍ବାଚନ ଆୟୋଗ l

➡️୧୬-ଖୁବଶୀଘ୍ର ତୁଟିବ ଭାରତ-ମାଳଦ୍ୱୀପ ବିବାଦ: ପଡ଼ୋଶୀ ଦେଶକୁ ସହାୟତାର ହାତ ବଢାଇଲା ଭାରତ l

➡️୧୭-ପ୍ରବଳ ବାଦଲଫଟା ବର୍ଷା ଯୋଗୁଁ ଆଫଗାନିସ୍ତାନର ୪ଟି ପ୍ରଦେଶରେ ଭୟଙ୍କର ବନ୍ୟା ସ୍ଥିତି ସୃଷ୍ଟି ଯୋଗୁଁ ୩୦୦ରୁ ଅଧିକ ଲୋକଙ୍କ ହେଲାଣି ମୃତ୍ୟୁ l

➡️୧୮-ବ୍ୟାଟିଂ ଏବଂ ବୋଲିଂରେ ଦମଦାର ପ୍ରଦର୍ଶନ କରି ଦିଲ୍ଲୀ କ୍ୟାପିଟାଲ୍ସ ନିଜ ପାଇଁ ଥିବା କର ବା ମର ମୁକାବିଲାରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ଗତକାଲି ୧୯ ରନରେ ହରାଇଲା l

➡️୧୯-ପ୍ରତୀକ୍ଷାର ହେଲା ଅନ୍ତ, ପ୍ଲେ ଅଫ ପ୍ରଥମ ମ୍ୟାଚ କ୍ୱାଲିଫାୟର୍‌-୧, ମେ ୨୧ (ମଙ୍ଗଳବାର) ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ପରେ ମେ ୨୨ରେ ଏଲିମଟର ମ୍ୟାଚ ଅନୁଷ୍ଠିତ ହେବ l ଆଇପିଏଲ ଓ୍ବେବସାଇଟ୍‌, ପେଟିଏମ ଆପ ଏବଂ www.insider.in ର ଅଫିସିଆଲ ୱେବସାଇଟ ରୁ ଟିକେଟ କିଣିପାରିବେ।

➡️୨୦-ଭୁବନେଶ୍ବରରେ ଅଲିମ୍ପିଆନ୍ ନିରଜ ଚୋପ୍ରା, ଆଜି କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ଜାତୀୟ ଆଥଲେଟିକ ଫେଡେରେସନରେ ନେବେ ଭାଗ।