April 24, 2026

୩୭ ନମ୍ବର ଜୋନରେ କଂଗ୍ରେସ ପକ୍ଷରୁ ବାଇକ ଶୋଭାଯାତ୍ରା

hatr
Share

 

ହାଟଡିହି,୧୪/୫ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ମନୋଜ କୁମାର ଜେନାଙ୍କ ନେତୃତ୍ୱରେ ଆଜି ଶାଳଣିଆଁ ବଜାର ଠାରୁ ଏକ
ବିରାଟ ବାଇକ ଶୋଭାଯାତ୍ରା ଆରମ୍ଭ ହୋଇ ଆନନ୍ଦପୁର ନିର୍ବାଚନ କ୍ଷେତ୍ର ୩୭ନଂ ଜୋନର ବିଭିନ୍ନ ଗାଁ ପରିକ୍ରମା କରିଥିଲେ । ଦୀର୍ଘ ୨୦ବର୍ଷ କାଳ ଶାସନରେ ନଥିବା କଂଗ୍ରେସ ସରକାର ଏବେ କଂଗ୍ରେସର ଗ୍ୟାରେଣ୍ଟି କାର୍ଡ଼ ଦର୍ଶାଇବା ସହ ବିଭିନ୍ନ ପ୍ରତିଶ୍ରୁତିକୁ ପାଥେୟ କରି ଭୋଟରଙ୍କୁ ଭେଟି ୨୦୨୪ସାଧାରଣ ନିର୍ବାଚନ ପାଇଁ ଭୋଟ ଭିକ୍ଷା କରୁଥିବା ଦେଖାଯାଇଛି। ଏହି ଶୋଭାଯାତ୍ରାରେ କଂଗ୍ରେସର ବିଧାୟକ ପ୍ରାର୍ଥୀ ଜୟଦେବ ଜେନାଙ୍କ ସହ ବରିଷ୍ଠ ନେତା ତଥା ଶିଳ୍ପପତି ଅଲେଖ ମଲ୍ଲିକ, ନିକୁଞ୍ଜ ଓଝା, ଚିତ୍ତରଞ୍ଜନ ପାତ୍ର, ମାନସ ଜେନା, ଅକ୍ଷୟ ମହାପାତ୍ର, ସତ୍ୟବ୍ରତ ଜେନା, ଅମ୍ଲାନ ଜେନା, ଦେବାଶିଷ ଜେନା, ଅଜୟ ପାତ୍ର, ସୌମ୍ୟରଞ୍ଜନ ପହି, ଶ୍ରୀଧର ସେଠୀ ପ୍ରମୁଖଙ୍କ ସହିତ ଶତାଧିକ କର୍ମୀ ସାମିଲ ହୋଇଥିଲେ।
(ହାଟଡିହି ରୁ ସୋମେଶ ପରିଡ଼ା ଙ୍କ ରିପୋର୍ଟ)

You may have missed