April 25, 2026

 ମନ୍ତ୍ରୀ ତୁଷାରକାନ୍ତି ବେହେରା ଙ୍କ ପ୍ରାଥିପତ୍ର ଦାଖଲ …

dil
Share

ଅସ୍ତରଙ୍ଗ,,ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା, ତାଙ୍କର ହଜାର ହଜାର ସମର୍ଥକ, ପ୍ରଂଶସକ ଓ ବନ୍ଧୁ ପରିଜନ ଆଦି ଙ୍କୁ ନେଇ ସୋମବାର ଦିନ କାକଟପୁର ନିର୍ବାଚନ ମଣ୍ଡଳୀ ପାଇଁ ପୁରୀ ଜିଲ୍ଲାର ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ବିଜୁ ଜନତା ଦଳ ତରଫରୁ ପ୍ରାଥି ପତ୍ର ଦାଖଲ କରିଛନ୍ତି । ଏହି ଉପଲକ୍ଷେ, ଏକ ବିଶାଳ ସମାବେଶ ତାଙ୍କର ନିଜ ଗ୍ରାମ ଅସ୍ତରଙ୍ଗ ବ୍ଲକ ଅଧୀନ ନଗର ଗ୍ରାମପଞ୍ଚାୟତ ବାଲିଡିଆ ଠାରେ ଅନୁଷ୍ଠିତ ହୋଇଥିଲା । ସେଠାରେ ତାଙ୍କର ଗ୍ରାମ ଦେବତୀ ମା ବାଶୁଳେଇ ଙ୍କ ପୀଠରେ ପୂଜା ଅର୍ଚ୍ଚନା କରିବା ପରେ ,ଏକ ଖୋଲା ଗାଡ଼ିରେ,ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ ଙ୍କ ସହ ପ୍ରବଳ ଜନ ସମାବେଶରେ ରାଲିକରି ଅସ୍ତରଙ୍ଗ ବଜାର ଦେଇ ବାହାରି ଥିଲେ କାକଟପୁର । ସେଠାରେ ମା ମଙ୍ଗଳା ମନ୍ଦିର ଯାଇ,ମା ଙ୍କୁ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେବା ପରେ,ଆସିଥିଲେ କାକଟପୁର ବସ ଷ୍ଟାଣ୍ଡ ନିକଟ ଦଳୀୟ କାର୍ଯ୍ୟାଳୟ । ଦଳୀୟ କାର୍ଯ୍ୟାଳୟରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ରେ ଶ୍ରଦ୍ଧା ସୁମନ ଅର୍ପଣ କରି , ପୁରୀ ଅଭିମୁଖେ ବାହାରି ଥିଲା ବିଶାଳ ଜନ ସମାବେଶ । ନବୀନ ପଟ୍ଟନାୟକ ,ଜିନ୍ଦାବାଦ ବିଜେଡି ଜିନ୍ଦାବଦ ସହ,ଦଳୀୟ ଭିତ୍ତିକ ବିଭିନ୍ନ ସ୍ଲୋଗାନ ଦେଇ ରାଲୀଟି ବିଭିନ୍ନ ଗ୍ରାମ ତଥା ସଡ଼କ ଦେଇ ଗଲାବେଳେ ,ସାଧାରଣ ଜନତା ତଥା ଭୋଟର ଭାଇ ଭଉଣୀ ମାନଙ୍କ ତରଫରୁ ଏହି ଶିକ୍ଷିତ ବ୍ୟକ୍ତିତ୍ଵ ଙ୍କୁ ବିପୁଳ ସମର୍ଥନ ମିଳିଥିଲା ବେଳେ, ଆସନ୍ତା ନିର୍ବାଚନ ରେ ଶଙ୍ଖ ଚିହ୍ନ ରେ ଭୋଟ ଖଣ୍ଡେ ଦେବା ପାଇଁ ନିବେଦନ କରିବା ସହ ଜନତା ଙ୍କର ଆଶୀର୍ବାଦ ଭିକ୍ଷା କରିଥିଲେ । ଏହି ରାଲିରେ ଦଳର ବହୁ ଛାମୁଆ କର୍ମୀ ଭାଗ ନେଇଥିଲା ବେଳେ, ସାଂସଦ ପ୍ରତିନିଧି ଚମ୍ପକ ବାରିକ,ମନ୍ତ୍ରୀ ପ୍ରତିନିଧି ଭୀମସେନ ସ୍ବାଇଁ, ସରପଞ୍ଚ ଖିରୋଦ କାଣ୍ଡି ,ବ୍ଲକ ବିଜୁ ଜନତା ଦଳ ସଭାପତି କେଦାରନାଥ ବିଶ୍ଵାଳ, ଯୁବ ଜନତା ଦଳ ସଭାପତି ପ୍ରଶାନ୍ତ ବୁଟୁ ନାୟକ, ଜୁବ ନେତା ପ୍ରତାପ ନାୟକ(ଜାପାନ ) ,ଜିଲ୍ଲା ପରିଷଦ ସଭ୍ୟ ସରସ୍ୱୋତି ସ୍ବାଇଁ ଓ ବନିତା ବେହେରା,ନିର୍ବାଚନ ମଣ୍ଡଳୀ ବିଜୁ ଯୁବ ଜନତା ଦଳ ସଭାପତି ଋତୁରାଜ ରାଉତ ,ଆଦି ସାମିଲ ଥିବାର ଦେଖା ଜାଇ ଥିଲା ।
( ଦୁଃଶାସନ ନାୟକ,ଅସ୍ତରଙ୍ଗ)

You may have missed