March 10, 2026

ମାନବିକତା ହରାଇଲା ବ୍ୟାଙ୍କ୍, ମାମଲା କୋର୍ଟରେ ଥିବା ସତ୍ତ୍ବେ ପୋଲିସ୍ ଲଗାଇ ବଳପୂର୍ବକ ଋଣ ଗ୍ରହୀତା ଙ୍କୁ ଘରୁ ବେଦଖଲ କରିବା ଉଦ୍ୟମ

bhujokk
Share

                ମାନବିକତା ହରାଇଲା ବ୍ୟାଙ୍କ୍, ମାମଲା କୋର୍ଟରେ ଥିବା ସତ୍ତ୍ବେ ପୋଲିସ୍ ଲଗାଇ ବଳପୂର୍ବକ ଋଣ ଗ୍ରହୀତା ଙ୍କୁ ଘରୁ ବେଦଖଲ କରିବା ଉଦ୍ୟମ । ୪ଟି ଟ୍ରକ୍ ଲଗାଇ ଆସବାବପତ୍ର ବୋହି ନେଲେ, ଗୋଟିଏ ଫେରାଇ ୩ଟି ଟ୍ରକ୍ ଗାଏବ୍ ଗରି ଦେଇଥିବା ଅଭିଯୋଗ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପାରାଦୀପ ଗଡ ନିମିଢୀ ଗ୍ରାମରେ। ସୂଚନା ନୁଯାୟୀ ପାରାଦୀପ ଗଡ ନିମିଢୀ ଗ୍ରାମର ପ୍ରତିଷ୍ଠିତ ବ୍ୟବସାୟୀ ମାନସ ରଞ୍ଜନ ସ୍ବାଇଁ, ବ୍ୟାଙ୍କ ରୁ ନେଇଥିବା ଊଣ ନ ଦେଇ ନପାରିବାରୁ ଘର କୁ ବ୍ୟାଙ୍କ ନିଲାମ କରି ଦେଇଥିବା ଜଣାପଡିଛି। ତେବେ ଏହାକୁ ନେଇ ମାନସ ରଞ୍ଜନ ଙ୍କ ପରିବାର କୋର୍ଟ ର ଦ୍ବାରସ୍ଥ ହୋଇଥିଲେ ମଧ୍ୟ ବ୍ୟାଙ୍କ ତାର କାଗଜପତ୍ର ବଳରେ ଗତ ୧ତାରିଖରେ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତି ରେ ଘର ଭିତରୁ ସମସ୍ତ ଆସବାବପତ୍ର କାଢି ଦିଆ ଯାଇ ଘର ସମ୍ମୁଖରେ ତାଲା ପକାଇ ଦିଆଯାଇଛି। ତେବେ ବ୍ୟାଙ୍କ ର ନିଲାମ ପ୍ରକ୍ରିୟା କୁ ନେଇ ମାନସ ରଞ୍ଜନ କୋର୍ଟ ରୁ ଆସିଥିବା ମେ ମାସ ୩ତାରିଖ ପର୍ଯ୍ୟନ୍ତ ସ୍ଥଗିତାଦେଶକୁ ନମାନି ଘର ଭିତରୁ ମୂଲ୍ୟବାନ ଜିନିଷ ପତ୍ର କୁ ଟ୍ରକ ଲଗାଇ ଚାରୋଟି ଗାଡିକୁ କୁଆଡେ ଗାଏଭ୍ କରି ଦେଇଥିବା ନେଇ ଅଭିଯୋଗ ଆଣିଛନ୍ତି ତାଙ୍କ ପରିବାର। ତେବେ ଆସନ୍ତା ୩ତାରିଖ ପର୍ଯ୍ୟନ୍ତ ବଳବତ୍ତର ଥିବା ସତ୍ବେ କୋର୍ଟ ର କାଗଜପତ୍ର ଦେଖାଇବା ସତ୍ତ୍ୱେ କାହିଁକି ଏଭଳି ବ୍ୟାଙ୍କ ତରଫରୁ ଯୋର ଜବରଦସ୍ତ କରା ଯାଉଛି, ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ମାନସଙ୍କ ପରିବାର। ତେବେ ଏନେଇ ଉଚ୍ଚ ନ୍ୟାୟାଳୟ ର ଦ୍ବାରସ୍ଥ ହେବା ନେଇ ମାନସ ରଞ୍ଜନ ଙ୍କ ପରିବାର କହିଥିବା ବେଳେ ତାଙ୍କର ଘରର ଆସବାବପତ୍ର କେଉଁ ଆଡେ ଗାଏବ୍ କରି ଦିଆ ଯାଇଛି ଏପରି କାନ୍ଦି କାନ୍ଦି କହିଛନ୍ତି ମାନସଙ୍କ ପତ୍ନୀ। ଋଣ ନିଆଯାଇଛି ନିଶ୍ଚିନ୍ତ ସୁଝାଯିବ , ସେଥିପାଇଁ ସମୟ ଦେବା ଆବଶ୍ୟକ, ତଥାପି ସମୟ ଗଡ଼ିଗଲେ ମଧ୍ୟ ମାନବିକତା ଦୃଷ୍ଟି କୋଣରୁ ଆହୁରି କିଛି ସମୟ ଦେବା କଥା କିନ୍ତୁ ଏକ ପ୍ରତିହିଂସା ପରାୟଣ ହୋଇ ଋଣ ଗ୍ରହିତା ଙ୍କ ଉପରେ ଜୁଲମ୍ କରିବା ନିହାତି ଏକ ଅମାନୁଷିକ କାର୍ଯ୍ୟ ବୋଲି ମାନସଙ୍କ ସମ୍ପର୍କୀୟ ମାନେ କହିଛନ୍ତି।

(ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )