March 13, 2026

ବିରାଟ ଶୋଭାଯାତ୍ରାରେ ଯାଇ ନାମାଙ୍କନ ଭରିଲେ ଗୋକୁଳାନନ୍ଦ

bhubk
Share


ବୁଗୁଡ଼ା : ତା ୦୩/୦୪/୨୪ : ପୋଲସରା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଗୋକୁଳାନନ୍ଦ ମଲ୍ଲିକ ହଜାର ହଜାର ସମର୍ଥକଙ୍କ ଗହଣରେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ନାମାଙ୍କନ ପତ୍ର ଦାଖଲ କରିଥିଲେ l ଗୋକୁଳାନନ୍ଦ ବୁଗୁଡ଼ା ନିକଟସ୍ଥ ମାଳିଝୋଳା ମନ୍ଦିରରୁ ବାହାରି ବାଜା ବାଜଣା ଓ ବାଣ ପଟୁଆରରେ ସହର ପରିକ୍ରମା କରିବା ପରେ ପୋଲସରା ଦେଇ ଛତ୍ରପୁର ଅଭିମୁଖେ ଯାଇ ନାମାଙ୍କନ ଦାଖଲ କରିଥିବା ଜଣା ପଡିଛି l ଏହି ଶୋଭାଯାତ୍ରାରେ ବିଜେପି ସାଂସଦ ପ୍ରାର୍ଥିନୀ ଅନିତା ପ୍ରିୟଦର୍ଶନୀ, ଘୁମୁସର ଜିଲ୍ଲା ଉପସଭାପତି ପ୍ରଭାକର ପଣ୍ଡା, ଯୁବ ସଭାପତି ଦୀପକ ପ୍ରଧାନ, ନାରୀନେତ୍ରୀ ଆରତୀ ଦେବୀ, ଗଙ୍ଗାଧର ନାୟକ, ମନୋଜ ରଥ, ସୁନୀଲ ପାଢ଼ୀ, ବବଲୁ ନାୟକ, ମହେନ୍ଦ୍ର ପଣ୍ଡା,କେଦାର ମହାରଣା, କୃଷ୍ଣଚନ୍ଦ୍ର ମହାପାତ୍ର, ହରେକୃଷ୍ଣ ସାହୁ, ଶାନ୍ତନୁ ନାୟକଙ୍କ ସମେତ ବୁଗୁଡ଼ା ଓ ପୋଲସରା ବ୍ଲକର ବହୁ କର୍ମୀ ଓ ନେତା ସାମିଲ ହୋଇଥିଲେ l