May 18, 2024

ମୋହନା ନିର୍ବାଚନ ମଣ୍ଡଳୀ ଗସ୍ତରେ ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହି …

Share


ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀ ଗସ୍ତ କରି ପ୍ରଚାର କରିଛନ୍ତି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହି ଓ ମୋହନା ବିଧାନସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ପ୍ରଶାନ୍ତ କୁମାର ମଲ୍ଲିକ। ଦୁହେଁ ବିରାଟ ପଟୁଆରରେ ମୋହନା ନିର୍ବାଚନ ମଣ୍ଡଳୀର
ଆର. ଉଦୟଗିରି, ନୂଆଗଡ ଓ ରାୟଗଡ଼ ବ୍ଲକ ଗସ୍ତ କରି ନିଜ ସପକ୍ଷରେ ପ୍ରଚାର କରିବା ସହ ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜି ଥିଲେ ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହି। ଦୀର୍ଘ ବର୍ଷ ଶାସନରେ ରହିବା ପରେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଲୋକଙ୍କୁ ପିଇବା ପାଣି ବୁନ୍ଦେ ଲୋକେ ପାଉନଥିବା କହିଛନ୍ତି। ଆଜି ସାଂସଦ ପ୍ରାର୍ଥୀ ଚନ୍ଦ୍ରଗିରି, ଖଜୁରୀପଦା, ରାୟଗଡ଼ ଠାରେ ନିର୍ବାଚନ କାର୍ଯ୍ୟାଳୟ ଉଦଘାଟନ କରିବା ସହ ବିଜେଡି ଦଳ ତ୍ୟାଗ କରି ବିଜେପି ଦଳର ଆଦର୍ଶ ରେ ଅନୁପ୍ରାଣିତ ହୋଇ ଦଳରେ ମିଶୁଥିବା ଦେଖିବାକୁ ମିଳିଛି। ପ୍ରାୟ ଅଞ୍ଚଳରେ ରହୁଥିବା ବରିଷ୍ଟ ନେତା ମାନେ ମିଶିଛନ୍ତି ଯାହା ଫଳରେ ବିଜେପି ଦଳ ର ପଲ୍ଲା ଭାରି ହେବାରେ ଲାଗିଛି। ଏହି ନିର୍ବାଚନ ପ୍ରଚାର ସମୟରେ ମୋହନା ଅଞ୍ଚଳର ବହୁ ବରିଷ୍ଟ ବିଜେପି ନେତା ଏବଂ କର୍ମୀ ସମେତ ଦିଗପହଣ୍ଡି ଅଞ୍ଚଳ ର ବରିଷ୍ଟ ବିଜେପି ନେତା ଦୟାନିଧି ନାହାକ, ମୋହନା ଅଞ୍ଚଳ ର ବରିଷ୍ଟ ନେତା ହରପ୍ରସାଦ ମିଶ୍ର ଙ୍କ ସମେତ ଦଳର ବହୁ ନେତା ପ୍ରଚାରରେ ସାମିଲ ହୋଇଥିଲେ।