May 18, 2024

ମୋହନା ନିର୍ବାଚନ ମଣ୍ଡଳୀ ରେ ତିନି ଦଳର ପ୍ରାର୍ଥୀଙ୍କ ଘନ ଘନ ପ୍ରଚାର —

Share


ଗଜପତି ଜିଲ୍ଲା ମୋହନା ଏକ ନିର୍ବାଚନ ମଣ୍ଡଳୀ। ଏହି ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ଦଳର ପ୍ରାର୍ଥୀ ଙ୍କ ମଧ୍ୟରେ ଘମାଘୋଟ ଲଢେଇ ହେବ ବୋଲି ଆଲୋଚନା ହେଉଛି। ଏହି ଲଢେଇ ମଧ୍ୟରେ କଂଗ୍ରେସ ପ୍ରାର୍ଥୀ ଦାଶରଥି ଗମାଙ୍ଗ ବିଧାୟକ ଥାଇ ଦ୍ୱିତୀୟ ଥର ନିମନ୍ତେ ମୋହନା ନିର୍ବାଚନ ମଣ୍ଡଳୀରୁ ଲଢ଼ୁ ଥିବାରୁ ସ୍ଥାନୀୟ ଅଞ୍ଚଳରେ ନିଜର ରିପୋର୍ଟ କାର୍ଡ ଧରି ଗାଁ ଗାଁ ବୁଲି ଦିନ ରାତି ଏକ କରି ନିଜ ସପକ୍ଷରେ କଂଗ୍ରେସ ଦଳର ଚିହ୍ନ “ହାତ”ଭୋଟ ଦେବାକୁ ନିବେଦନ କରୁଥିବା ଦେଖିବାକୁ ମିଳୁଛି। ଏହା ସଙ୍ଗେ ଦଳୀୟ କର୍ମୀ ମାନଙ୍କ ସହ ବୁଲି ଲୋକଙ୍କୁ ଭୋଟ ଦେବାକୁ ଅନୁରୋଧ କରୁଛନ୍ତି। ମୋହନା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ଦାଶରଥି ଗମାଙ୍ଗ ଙ୍କ କିଛି ସଂପ୍ରଦାୟର ଭୋଟ ବ୍ୟାଙ୍କ ଥିବା ବେଳେ ଆଉ ଏକ ଭୋଟ ବ୍ୟାଙ୍କ ବିଜେଡି ପାଇଁ ସହାୟକ ହେବ ବୋଲି ଆଲୋଚନା ହେଉଛି। ଯଦି ଏକ ନିର୍ଦ୍ଧିଷ୍ଟ ଗୋଷ୍ଟି ବିଜେଡି ସପକ୍ଷରେ ଭୋଟ ଦିଅନ୍ତି ତେବେ ଏକ ତରଫା ଭାବେ ବିଜେଡି ବିପୁଳ ଭୋଟରେ ବିଜୟୀ ହେବ ବୋଲି ଆଶା କରାଯାଉଛି। ମୋହନା ବ୍ଲକ ର ଏକ ନିର୍ଦ୍ଧିଷ୍ଟ ଗୋଷ୍ଟି ହିଁ ବିଜୟୀ ପ୍ରାର୍ଥୀ ଙ୍କ ପାଇଁ ନିର୍ଣ୍ଣାୟକ ହୋଇପାରେ ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ପ୍ରକାଶ କରିଛନ୍ତି। ପୂର୍ବରୁ ସ୍ବର୍ଗତ ସୂର୍ଯ୍ୟନାରାୟଣ ପାତ୍ର ମୋହନା ନିର୍ବାଚନ ମଣ୍ଡଳୀରେ ଚାରି ଥର ବିଧାୟକ ହୋଇଥିଲେ ମଧ୍ୟ ସମସ୍ତ ଅଞ୍ଚଳ ଗସ୍ତ କରି ଲୋକଙ୍କ ଅଭାବ ଅସୁବିଧା ଦୂର କରିବା ସଙ୍ଗେ ଉନ୍ନୟନ ମୂଳକ କାର୍ଯ୍ୟ କରି ମଧ୍ୟ ବହୁ ଭୋଟ ପଛରେ ରହୁଥିଲେ କିନ୍ତୁ ଦିଗପହଣ୍ଡି ବ୍ଲକ ଭୋଟ ମିଶିଲେ ହିଁ ଅଳ୍ପ କିଛି ଭୋଟ ପାଇଁ ବିଜୟୀ ହେଉଥିଲେ। ବର୍ତ୍ତମାନ ଗତ ତିନି ଯୋଜନା ମୋହନା ନିର୍ବାଚନ ମଣ୍ଡଳୀ ଜିଲ୍ଲା ମଧ୍ୟରେ ସୀମିତ ରହିଥିବାରୁ ଏହି ନିର୍ଦ୍ଧିଷ୍ଟ ଗୋଷ୍ଟି ଭୋଟ ନିର୍ଣ୍ଣାୟକ ହୋଇପାରେ ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ପ୍ରକାଶ କରିଛନ୍ତି। ତେଣୁ ଏହି ଗୋଷ୍ଟି ଙ୍କ ମନ କେଉଁ ପ୍ରାର୍ଥୀ ପଟ କୁ ଆଣି ବିଜୟୀ ହେଉଛନ୍ତି ଦେଖିବାକୁ ବାକି ରହିଲା। ବର୍ତ୍ତମାନ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଙ୍କ ପ୍ରଚାର ସମସ୍ତ ନେତାଙ୍କ ନିଦ ହଜାଇ ଦେଇଥିବା ଦେଖିବାକୁ ମିଳିଛି। ବ୍ରହ୍ମପୁର ଲୋକସଭା ଅଞ୍ଚଳ କୁ ବହୁ ଷ୍ଟାର ପ୍ରଚାରକ ସହ ବିଭିନ୍ନ ଦଳ ହେବି ୱେଟ୍ ମାନେ ପ୍ରଚାରରେ ଆସୁଥିବାରୁ କେଉଁ ନେତା ଲୋକଙ୍କ ହୃଦୟ ଜିତି ଭୋଟ ନେଇ ନିଜ ପ୍ରାର୍ଥୀ ଙ୍କୁ ବିଜୟୀ କରିପାରୁଛନ୍ତି ଦେଖିବାକୁ ବାକି ରହିଲା। ବିଜେଡି ଜିଲ୍ଲା ସଭାପତି ଜଗବନ୍ଧୁ ଦାସ ମଧ୍ୟ ଦିନ ରାତି ଗାଁ ଗାଁ ବୁଲି ନିଜ ଦଳ ପ୍ରାର୍ଥୀ ଙ୍କ ସପକ୍ଷରେ ପ୍ରଚାର କରୁଥିବା ବେଳେ ବିଜେଡି ଦଳ ପ୍ରାର୍ଥୀ ଙ୍କ ପାଇଁ ମଧ୍ୟ ଦଳୀୟ ନେତା ଓ କର୍ମୀ ମାନେ ମଧ୍ୟ ପ୍ରଚାରରେ ଲାଗି ପଡ଼ିଥିବା ଦେଖିବାକୁ ମିଳିଛି। ନିର୍ବାଚନ ଫଳାଫଳ ହିଁ କହିବ କେଉଁ ଦଳ ର ପ୍ରାର୍ଥୀ ଭୋଟର ଙ୍କ ମନ ଜୟ କରିପାରୁଛି।