କୋଟପାଡ ଠାରେ ଭି କେ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର……

het
Share

                                                     କୋଟପାଡ଼ ବି.ଜେ.ଡି. ଦଳ ତୋରଫରୁ ସ୍ଥାନୀୟ ଭୟୀରବ ପଡିଆରେ ନିର୍ବାଚନ ମଣ୍ଡଳି ସ୍ତରୀୟ ନିର୍ବାଚନ ପ୍ରଚାର ସକାଶେ ସୋମବାର ଦିନ ଏକ ସାଧାରଣ ସଭା ଅନୁଷ୍ଠିତ ହେଇଥିଲା। ଏଥିରେ 5 ଟି ଅଧକ୍ଷ ଭି.କେ.ପାଣ୍ଡିଆନ ହେଲିକେପଟର ଯୋଗେ ସ୍ଥାନୀୟ ଭୟୀରବ ପଡିଆ ରେ ପହଂଚି ନବୀନ ସରକାର ଙ୍କ ବିଭିନ୍ନ ଉନୟନ ମୂଳକ କାର୍ଯ୍ୟ ଏହି ନିର୍ବାଚନ ମଣ୍ଡଳି ରେ ଆଗଉଥିବା ସହ ଆଗକୁ ଜନସାଧାରଣ ଆବଶ୍ୟକ କାର୍ଯ୍ୟ ସହ ସହର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକ ଖୁବ ଶୀଘ୍ର ହାତକୁ ନିଆଯିବ ବୋଲି କହିବା ସହ, ଏହି ଅଞ୍ଚଳର ପ୍ରତ୍ୟେକ ଗ୍ରାମାଞ୍ଚଳରେ ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟ, ଗମନା ଗମନ ସକାଶେ ରାସ୍ତା ଘାଟ, ଇତ୍ୟାଦି ବର୍ତ୍ତମାନ ନବୀନ ସରକାରଙ୍କ ଦୂର ଦୃଷ୍ଟି ଯୋଗୁଁ ଆଗଇବା ସହ କୋଟପାଡ଼ ସହର ର ଦେବାନ ମୁଣ୍ଡା ପୋଖରୀ, ଦମୟନ୍ତୀ ସାଗର ପନ୍ନ ଉଦ୍ଧାର କାର୍ଯ୍ୟ ହାତକୁ ନେବା ସହ ମହିଳା ମାନଙ୍କ ହାତ ମୁଠାକୁ ଟାଣ କରିଛନ୍ତି ଏବଂ ସ୍ଵାସ୍ତ୍ୟ କ୍ଷେତ୍ରରେ ଉନ୍ନତି ମାନର ସ୍ଵାସ୍ତ୍ୟ କେନ୍ଦ୍ର ସ୍ଥାପନ, କ୍ରୀଡା ସକାଶେ ଇଣ୍ଡୋର ଷ୍ଟାଡିୟମ  କରିଛନ୍ତି l ନବୀନ ସରକାର କଥାରେ ନୁହେଁ କାମରେ ବିଶ୍ୱାସ କରନ୍ତି l ତେଣୁ ଚଳିତ ନିର୍ବାଚନ ରେ ବିଜୁ ଜନତା ଦଳକୁ ବିପୁଳ ସଂଖ୍ୟରେ ଭୋଟ ଦେବା ସହ ନବୀନ ବାବୁଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ କରିବାକୁ ସହଯୋଗ କରିବାକୁ ନିବେଦନ କିରିଥିଲେ l ଉକ୍ତ କାର୍ଯ୍ୟ କ୍ରମରେ ସ୍ଥାନୀୟ ବିଧାୟକ ପ୍ରାର୍ଥୀ ଚନ୍ଦ୍ର ଶେଖର ମାଝୀ, ନବରଙ୍ଗପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ, ବିଧାୟିକା ପଦ୍ମିନୀ ଦିଆନ   ରହିଥିବା ବେଳେ କୋଟପାଡ଼ ଅଞ୍ଚଳର ବିଜେଡି ଦଳର ବହୁ ଟାଣୁଆ ନେତା ଥିଲେ l ଏଥି ମଧ୍ୟରେ ଗତ ନିର୍ବାଚନ ରେ ବିଜେପି ଦଳ ତରଫରୁ ବିଧାୟକ ପ୍ରାର୍ଥୀ ରୂପେ ନିର୍ବାଚନ ଲଡ଼ିଥିବା ଖୋଗେସ ପୂଜାରୀ ବିଜେଡି ଦଳିୟ କର୍ମୀ ଓ ପାଣ୍ଡିଆନ ଙ୍କ ଉପସ୍ଥିତ ରେ ବିଜେଡି ଦଳରେ ସାମିଲ ହେଇଥିଲେ l ତାଙ୍କୁ ପୁଷ୍ପ ମାଲ୍ୟ ଦେଇ ଦଳରେ ସ୍ୱାଗତ କରାଯାଇଥିଲା l ବିଜେଡିରେ ଖୋଗେସ ପୂଜାରୀ ଯୋଗ ଦେବା ପରେ ବିଜେଡି ଅହୁରି ଶସକ୍ତ ହେବ ବୋଲି କର୍ମୀ ମାନେ ମତପ୍ରକାଶ କରିଥିଲେ l ଉକ୍ତ ସାଧାରଣ ସଭାରେ ଆଖ ପାଖ ଗ୍ରାମାଞ୍ଚଳ ସହରାଞ୍ଚଳରୁ ଆଠ ହଜାରୁ ଉର୍ଦ୍ଧ ମହିଳା ପୁରୁଷ ଜନ ସମାଗମ ହେଇଥିଲା l
(କୋରାପୁଟ ଜିଲ୍ଲା ପ୍ରତିନିଧି ହରିଶ କୁମାର ପଟ୍ଟନାୟକ)

You may have missed