November 23, 2024

ବିକାଶ… ମାନେ ପ୍ରଣବ ପ୍ରକାଶ ସ୍ୱପ୍ନ ର ସମ୍ବଲପୁର ପାଇଁ ବିକାଶ ର ବ୍ଲୁପ୍ରିଣ୍ଟ ଦେଖାଇଲେ ପ୍ରଣବ ପ୍ରକାଶ

Share


– ମହାନଦୀ ରେ ବ୍ୟାରେଜ ନିର୍ମାଣ କରାଯିବ
– ସମ୍ବଲପୁର ରେ ମଲ୍ଟିସ୍ପେଶାଲିଟି ହସ୍ପିଟାଲ ନିର୍ମାଣ କରାଯିବ
– ସହରରେ ଅପରାଧ ହେବାକୁ ଦିଆଯିବନି, ସବୁ ଗଳିକନ୍ଦିରେ ଲାଗିବ ସିସିଟିଭି
– ଶୋଇଥିବା ୨ ନେତାଙ୍କୁ ଭୋଟ ଦେଇଥିଲେ । ରାସ୍ତା, ଡ୍ରେନ ପାଣି ସମସ୍ୟା କିଛି ସମାଧାନ କଲେନି
ସମ୍ବଲପୁର ; ସମ୍ବଲପୁର ସହର ସ୍ଥିତ ପୁରୂଣା ମ୍ୟୁନିସିପାଲଟି ଛକ ନିକଟରେ ବିଜୁ ଜନତା ଦଳ ତରଫରୁ କର୍ମୀ ସମ୍ମିନଳୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ବିଜୁ ଜନତା ଦଳର ସାଂଗଠନିକ ସମ୍ପାଦକ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଯୋଗଦେଇଥିଲେ । ତାଙ୍କ ସହିତ ସମ୍ବଲପୁର ବିଧାନସଭା ପ୍ରାର୍ଥୀ ରୋହିତ ପୂଜାରୀ ଉପସ୍ଥିତ ଥିଲେ । ନିଜର ପ୍ରିୟ ନେତାଙ୍କୁ ସର୍ମଥନ ଜଣାଇବା ପାଇଁ ଶହଶହ ସଂଖ୍ୟାରେ କର୍ମୀମାନେ ସମ୍ମିଳନୀରେ ଯୋଗଦେଇଥିଲେ । ସଭାରେ ପ୍ରଣବ ପ୍ରକାଶ ଦାସ ନିଜର ବକ୍ତବ୍ୟ ରଖି କର୍ମୀ ମାନଙ୍କ ଉତ୍ସାହ ବୃଦ୍ଧି କରିଥିଲେ । ସମ୍ବଲପୁରବାସୀଙ୍କ ସ୍ୱପ୍ନର ସମ୍ବଲପୁର ଗଢିବାକୁ ବ୍ଲୁପ୍ରିଣ୍ଟ ଦେଖାଇବା ସହିତ ବିକାଶ ବିରୋଧୀଙ୍କୁ ଶାଣିତ ସ୍ୱରରେ ଆକ୍ରମଣ କରିଥିଲେ ।
ସଭାରେ ଉଦବୋଧନ ଦେଇ ଉପସ୍ଥିତ ଥିବା କର୍ମୀ ମାନଙ୍କୁ ନମସ୍କାର ଓ କୃତଜ୍ଞତା ଜଣାଇଥିଲେ ପ୍ରଣବ ପ୍ରକାଶ ଦାସ । ମା ସମଲେଶ୍ୱରୀ ଙ୍କ ମାଟିରେ କାମ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତେ ସୁଯୋଗ ଦେଇଛନ୍ତି । ଏ ମାଟି ପ୍ରତି ମୋର ଅହେତୁକ ଭଲପାଇବା ରହିଛି । ଆପଣ ମାନଙ୍କ ପ୍ରଚେଷ୍ଟା ବିଜେଡି କୁ ଦୃଢ କରିବ । ତେଣୁକରି ପ୍ରତି ଘରକୁ ଯାଇ ବିକାଶର ବାର୍ତ୍ତା ପହଞ୍ଚାନ୍ତୁ ବୋଲି କର୍ମୀମାନଙ୍କୁ ଆହ୍ୱାନ କରିଥିଲେ । ଚାଷୀମାନଙ୍କ ଉଦେ୍ଦଶ୍ୟରେ ସେ କହିଥିଲେ କେନ୍ଦ୍ର ସରକାର ର କୃଷିବୀମା କରିବାକୁ ଚାଷୀ ମାନେ ହଇରାଣ ହେଉଥିଲେ ହେଁ କେନ୍ଦ୍ର ସରକାର ଚାଷୀଙ୍କ କଥା ଶୁଣୁନି । ଏମଏସପି ବୃଦ୍ଧି କରିବା ପାଇଁ ବିଜେଡି ଅନେକ ଥର ସଂଗ୍ରାମ କରିଛି । କିନ୍ତୁ କେନ୍ଦ୍ର ସରକାର କୌଣସି ପଦକ୍ଷେପ ନେଉନି । ଆପଣମାନେ ଏଠାରୁ ସାଂସଦ, ବିଧାୟକ ନିର୍ବାଚିତ କରି ପଠାଇଲେ କିନ୍ତୁ ଆପଣଙ୍କ ଅଭାବ ଅସୁବିଧା ସର୍ମ୍ପକରେ ସେମାନେ ଦିନେ ହେଲେବି ସ୍ୱର ଉତ୍ତୋଳନ କଲେ ନାହିଁ । ତେଣୁକରି ଏବେ ସମୟ ଆସିଛି ବିକାଶ ବିରୋଧୀ ଙ୍କୁ ଉଚିତ ଜବାବ ଦେବାକୁ । ଆପଣ ମାନେ ଆଗକୁ ବଢିବେ ମୁଁ ଆପଣଙ୍କ ଢାଳ ହୋଇ ରହିବି ବୋଲି କହିଥିଲେ ପ୍ରଣବ ପ୍ରକାଶ । ସେହିଭଳି ରାଜ୍ୟ ସରକାର କରିଥିବା ଯୋଜନା ସର୍ମ୍ପକରେ ବଖାଣିଥିଲେ ବିଧାୟକ ପ୍ରାର୍ଥୀ ରୋହିତ ପୂଜାରୀ । ସେ କହିଥିଲେ ବିକାଶର ନେତୃତ୍ୱ ନେଉଥିବା ଜଣେ ନେତା ଏଠାରୁ ପ୍ରାର୍ଥୀ ହୋଇଛନ୍ତି । ତୁଚ୍ଛା ଡିଣ୍ଡିମ ପିଟୁଥିବା ଜଣେ ନେତା ମଧ୍ୟ ଏଠାରୁ ପ୍ରାର୍ଥୀ ହୋଇଛନ୍ତି । ସମ୍ବଲପୁର ର ଦୁଇ ବିକାଶ ବିରୋଧୀ ନେତାଙ୍କ ପାଇଁ ସରକାରୀ ଯୋଜନା ସେଠାରେ ଲାଗୁ ହୋଇପାରୁନାହିଁ । ଶୋଇଥିବା ୨ ନେତାଙ୍କୁ ଜନତା ଭୋଟ ଦେଇଥିଲେ, ସେମାନେ କିଛି କଲେନି । ସମ୍ବଲପୁର ର ରାସ୍ତା ଘାଟ, ପାନୀୟ ଜଳ, ବିଦୁ୍ୟତ, ଡ୍ରେନ କୌଣସି ସମସ୍ୟା ର ସମାଧାନ କରିପାରିଲେ ନାହିଁ ବୋଲି କହିଥିଲେ । ସମ୍ବଲପୁର ଯେଭଳି ଭାବରେ ସମୃଦ୍ଧ ହେବା କଥା ତାହା ହୋଇନାହିଁ ବୋଲି ବିରୋଧୀଙ୍କୁ ଶାଣିତ ଆକ୍ରମଣ କରିଥିଲେ । ଯଦି ସମ୍ବଲପୁର ରେ ବିଜେଡି ଆସେ ତାହେଲେ ଏକ ସମୃଦ୍ଧ ସମ୍ବଲପୁର ଗଢିବାକୁ ସରକାରଙ୍କ ଯୋଜନା ରହିଛି । ସ୍ୱାସ୍ଥ୍ୟସେବାର ଭିତ୍ତିଭୂମି ସୁଦୃଢ କରିବାକୁ ଭିମସାର କୁ ୧୦୦୦ କୋଟି ପ୍ରଦାନ କରାଯାଇଥିବାବେଳେ ଆହୁରି ୬୦୦୦ କୋଟି ଟଙ୍କା ପ୍ରଦାନ କରାଯିବ । ସମ୍ବଲପୁର ରେ ଏକ ମଲ୍ଟିସ୍ପେଶାଲିଟି ହସ୍ପିଟାଲ ନିର୍ମାଣ କରାଯିବ । ମହାନଦୀରେ ବ୍ୟାରେଜ ନିର୍ମାଣ କରାଯିବ ବୋଲି କହିଥିଲେ । ଏହା ସହିତ ସମ୍ବଲପୁର କୁ ଅପରାଧମୁକ୍ତ ଅଞ୍ଚଳ କରିବାକୁ ପଦକ୍ଷେପ ନିଆଯିବ । ସହରର ପ୍ରତିଟି ଗଳିକନ୍ଦିରେ ସିସିଟିଭି କ୍ୟାମେରା ଲଗାଯିବ । ସମସ୍ତ ରାସ୍ତା, ଡ୍ରେନ ନୂଆ କରି ନିର୍ମାଣ କରାଯିବ । ସହରରେ ଥିବା ସମସ୍ତ ପୋଖରୀର ପୁନଃଉଦ୍ଧାର କରାଯିବ । ବର୍ତ୍ତମାନ ସୁଦ୍ଧା ୧୦ ହଜାର ଗରୀବ ପରିବାର ପଟ୍ଟା ପାଇଥିବାବେଳେ ଆହୁରି ୩୦ ହଜାର ପରିବାର ପଟ୍ଟା ପାଇବେ । ଆପଣଙ୍କ ସୁବିଧା ସୁଯୋଗ ପାଇଁ ରାଜ୍ୟ ସରକାର ପ୍ରକାରରେ ସହଯୋଗ କରିବେ । କେବଳ ଆପଣମାନଙ୍କ ଆର୍ଶିବାଦ ଦରକାର ବୋଲି ରୋହିତ ପୂଜାରୀ ନିବେଦନ କରିଥିଲେ । ଏହି କର୍ମୀ ସମ୍ମିଳନୀରେ ବିଜୁ ଜନତା ଦଳର ଜିଲ୍ଲା ପଦାଧିକାରୀ ମାନେ ଉପସ୍ଥିତ ଥିଲେ । ଶହଶହ ସଂଖ୍ୟାରେ କର୍ମୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ ।