ମୋହନାରେ କଂଗ୍ରେସ ପ୍ରାର୍ଥୀଙ୍କ ନିର୍ବାଚନ କାର୍ଯ୍ୟାଳୟ ଉଦଘାଟିତ ….

congr
Share


ଗଜପତି ଜିଲ୍ଲା ର ମୋହନା ଏକ ବିଧାନସଭା ନିର୍ବାଚନ ମଣ୍ଡଳୀ। ଏହି ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ଚଳିତ ନିର୍ବାଚନରେ କଂଗ୍ରେସ ଦଳରୁ ପ୍ରାର୍ଥୀ ହୋଇଥିବା ଦାଶରଥି ଗମାଙ୍ଗ ଆଜି ସନ୍ଧ୍ୟା ସମୟରେ ମୋହନା ବଜାର ମଧ୍ୟରେ ନିଜ ନିର୍ବାଚନ କାର୍ଯ୍ୟାଳୟ ଉଦଘାଟନ କରିଛନ୍ତି। କାର୍ଯ୍ୟାଳୟ ଉଦଘାଟନ ସମୟରେ ମୋହନା ବ୍ଲକ କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ବିଷୋୟୀ ଙ୍କ ସମେତ ମହିଳା ବ୍ଲକ ସଭାନେତ୍ରୀ ଙ୍କ ସମେତ କେତକ ସରପଞ୍ଚ, ବରିଷ୍ଟ କଂଗ୍ରେସ କର୍ମୀ ଙ୍କ ସହ ଯୁବ, ମହିଳା ଓ ଛାତ୍ର କଂଗ୍ରେସ ନେତା ପ୍ରମୁଖ ଙ୍କ ଉପସ୍ଥିତିରେ ନଡ଼ିଆ ବାଡେଇ ଧୂପ ଦ୍ଵିପ ସହ ରିବନ କାଟି କାର୍ଯ୍ୟାଳୟ କୁ ଉଦଘାଟନ କରିଥିଲେ। ଏହି ଉଦଘାଟନ କାର୍ଯ୍ୟାଳୟ ସମୟରେ ଉପସ୍ଥିତ ଥିବା ଶତାଧିକ କର୍ମୀ ଙ୍କୁ ଗାଁ ଗାଁ ରେ ବୁଲି କଂଗ୍ରେସ ର ଗେରେଣ୍ଟୀ ପ୍ରଚାର କରିବା ନିମନ୍ତେ ଅନୁରୋଧ କରିଥିଲେ ମୋହନା ନିର୍ବାଚନ ମଣ୍ଡଳୀ ର ବିଧାୟକ ପ୍ରାର୍ଥୀ ଦାଶରଥି ଗମାଙ୍ଗ।