ରାଜନେତା ର ମୁଖାତଳେ ଅପରାଧୀ ର ଚେହେରା ଅପରାଧିକ ଷଡଯନ୍ତ୍ର ଠାରୁ ହତ୍ୟା ପର୍ଯ୍ୟନ୍ତ ସବୁ ଅପରାଧ କରିଛନ୍ତି ଜୟନାରାୟଣ ; ବିଜେଡି
ସମ୍ବଲପୁର ; ରାଜନୈତିକ ଛାୟା ତଳେ ରହି ମୁକ୍ତ ବିଚରଣ କରୁଥିବା ଜୟନାରାୟଣ ମିଶ୍ର କେତେ ବଡ ଅପରାଧୀ ତାହା ଏବେ ସାମ୍ନାକୁ ଆସିଛି । ରାଜନେତା ର ମୁଖା ତଳେ ରହିଛି ଷଡଯନ୍ତ୍ରକାରୀ, ଦଙ୍ଗାକାରୀ, ଆକ୍ରମଣକାରୀ ଓ ହତ୍ୟାକାରୀ ର ଚେହେରା । ଏହି ସବୁ ଅପରାଧ ର ଦଣ୍ଡରୁ ବର୍ତ୍ତିବାକୁ ସେ ରାଜନୀତି ର ଆଶ୍ରୟ ନେଇଛନ୍ତି । ଜୟନାରାୟଣ ମିଶ୍ରଙ୍କ ନାଁରେ ବରଗଡ ଓ ସମ୍ବଲପୁର ଜିଲ୍ଲାର ବିଭିନ୍ନ ଥାନାରେ ଅପରାଧିକ ମାମଲା ରୁଜୁ ହୋଇଥିବା ଜଣାପଡିଛି । ଏ ସର୍ମ୍ପକରେ ଆଜି ପୂର୍ବାହ୍ନରେ ବିଜୁ ଜନତା ଦଳର ମୁଖପାତ୍ର ସଞ୍ଜୟ ବାବୁ ଗଣମାଧ୍ୟମ କୁ ଏକ ପ୍ରତିକ୍ରିୟା ଦେବାପରେ ସାଧାରଣ ଲୋକଙ୍କ ମନରେ ହଇଚଇ ସୃଷ୍ଟି ହୋଇଛି ।
ବିଜେପି ରୁ ସମ୍ବଲପୁର ବିଧାୟକ ପ୍ରାର୍ଥୀ ସାଜିଥିବା ଜୟନାରାୟଣଙ୍କ ଅପରାଧିକ ରେକର୍ଡ ଯାଞ୍ଚ କଲେ ଜଣାପଡେ ଯେ ଅପରାଧିକ ଷଡଯନ୍ତ୍ର କରିବା, ଦଙ୍ଗା କରିବା ଭଳି ଅପରାଧ ଘଟାଇବା ସହିତ ହତ୍ୟାକାଣ୍ଡ ଭଳି ଜଘନ୍ୟ ଅପରାଧରେ ସଂଶ୍ଲିଷ୍ଟ ଅଛନ୍ତି । ତାଙ୍କ ବିରୋଧରେ ବରଗଡ ଜିଲ୍ଲା ସୋହେଲା ଥାନାରେ ଗୋଟିଏ, ପାଇକମାଳ ଥାନାରେ ଦୁଇଟି, ସମ୍ବଲପୁର ଜିଲ୍ଲା ଧନୁପାଲି ଥାନାରେ ସର୍ବାଧିକ ୫ ଟି ମାମଲା, ବୁର୍ଲା ଥାନାରେ ଦୁଇଟି ମାମଲା ଓ କ୍ଷେତରାଜପୁର ଥାନାରେ ଗୋଟିଏ ମାମଲା ରହିଛି । ୨୦୧୮ ମସିହାରେ ସୋହେଲା ଥାନାରେ ଜୟନାରାୟଣ ଙ୍କ ବିରୋଧରେ ହତ୍ୟାକାଣ୍ଡ ମାମଲା ରୁଜୁ କରାଯାଇଛି । ତାଙ୍କ ବିରୋଧରେ ଆଇପିସି ର ଧାରା ୩୦୨ ଲାଗିଥିବା ରେକର୍ଡ କହୁଛି । ସେହିଭଳି ଲୋକଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେବା ମାମଲା ୬ ଥର । ମାଡପିଟ କରିବା ଓ ଅପରାଧିକ ବଳ ପ୍ରୟୋଗ କରିବା ମାମଲା ୭ ଥର । ସର୍ବସାଧାରଣ ସ୍ଥାନରେ ଅଶ୍ଳୀଳ ଭାଷା ପ୍ରୟୋଗ କରିବା କିମ୍ବା ଅଶ୍ଳୀଳ କାମ କରିବା ମାମଲା ୫ ଥର ବିଭିନ୍ନ ଥାନାରେ ରୁଜୁ ହୋଇଛି । ଏହା ବାଦ୍ ସର୍ବସାଧାରଣ ସ୍ଥଳରେ ମାରଣାସ୍ତ୍ର ବାହାର କରିବା । ନିଜର ମନମୁଖୀ କାର୍ଯ୍ୟପାଇଁ ଅନ୍ୟମାନଙ୍କ ଜୀବନକୁ ବିପଦରେ ପକାଇବା । ଲୋକଙ୍କ ଜୋର ଜବରଦସ୍ତି ଅଟକାଇବା, ଜନସେବକ ମାନଙ୍କ କାର୍ଯ୍ୟରେ ବାଧା ଦେବା, ଜୀବନରୁ ମାରିଦେବାକୁ ଧମକ ଦେବା, ଅପରାଧିକ ଷଡଯନ୍ତ୍ର କରିବା, ଦଙ୍ଗା କରିବା ପାଇଁ ଲୋକଙ୍କ ଉସୁକାଇବା, ଧର୍ମ ଆଧାରରେ ଗୋଷ୍ଠୀ ମଧ୍ୟରେ ଶତ୍ରୁତା ଉତ୍ପନ୍ନ କରିବାକୁ ଷଡଯନ୍ତ୍ର କରିବା, ଦଙ୍ଗା କରିବା, ମହାମାରୀ ବା ଲକଡାଉନ ସମୟରେ ସରକାରଙ୍କ ନିର୍ଦ୍ଦେଶ କୁ ଅବମାନନା କରିବା ମାମଲା ଜୟନାରାୟଣ ମିଶ୍ରଙ୍କ ବିରୋଧରେ ରହିଛି । ଏତେ ସବୁ ଅପରାଧିକ କାଣ୍ଡ ଭିଆଇଲା ପରେବି ଭାରତୀୟ ଜନତା ପାର୍ଟିର ଛତ୍ରଛାୟା ତଳେ ରହି ଖୋଲାମେଲା ବୁଲୁଛନ୍ତି ଜୟନାରାୟଣ ମିଶ୍ର । ତେବେ ଜୟନାରାୟଣ ଙ୍କ ରାଜନେତା ର ମୁଖା ତଳେ ଏକ ଜଘନ୍ୟ ଅପରାଧୀ ଲୁଚି ରହିଛି ଏକଥା ଜନସାଧାରଣ ଜାଣିବା ନିହାତି ଦରକାର ବୋଲି କହିଛନ୍ତି ବିଜେପି ମୁଖପାତ୍ର ସଞ୍ଜୟ ବାବୁ । ହିଂସା ଉପାୟରେ ମାଡପିଟ କରି, ଲୋକଙ୍କୁ ଡରାଇ ଧମକାଇ ନିର୍ବାଚନ ଲଢୁଥିବା ଜୟନାରାୟଣ ମିଶ୍ରଙ୍କୁ ଜନତା ଉଚିତ ଜବାବ ଦେବେ । ଶାନ୍ତ, ସମୃଦ୍ଧ ସମ୍ବଲପୁର ଗଢିବାକୁ ନିର୍ବାଚନ ବେଳେ ତାଙ୍କୁ ପ୍ରତ୍ୟାଖ୍ୟାନ କରିବେ ବୋଲି ସଞ୍ଜୟ ବାବୁ ପ୍ରତିକ୍ରିୟା ଦେଇଛନ୍ତି ।
( ରାଜା ରାମ ଷଡ଼ଙ୍ଗୀ ଙ୍କ ରିପୋର୍ଟ)