ଚୋରା ମଦ କାରବାରର ପେଣ୍ଠସ୍ଥଳୀ ପାଲଟିଛି ବୁଗୁଡା ଅଞ୍ଚଳ , ପୋଲିସ ଚଢାଉରେ ୯୦୦ ଲିଟର ମଦ ଜବତ , ଜଣେ ଗିରଫ

bbs
Share

ବୁଗୁଡା : ତା ୨୦/୦୪/୨୪ : ବୁଗୁଡା ଅଞ୍ଚଳ ବେଆଇନ ମଦ କାରବାରର ପେଣ୍ଠସ୍ଥଳୀ ପାଲଟିଥିବା ନେଇ ଅନେକ ସମୟରେ ଅଭିଯୋଗ ହୋଇ ଆସୁଥିବା ବେଳେ ସ୍ଥାନୀୟ ଅବକାରୀ ବିଭାଗର ଉଦାସୀନତା ମନୋଭାବକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଥିଲା । ତେବେ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବାଧ୍ୟବାଧକତା ହେତୁ ପୋଲିସ ପକ୍ଷରୁ ଶୁକ୍ରବାର ଅପରାହ୍ନରେ ଗୋଲିଆ ଗ୍ରାମରେ ଚଢାଉ କରାଯାଇ ୪୫୦୦ ପାଉଚ୍ ମଦ ଜବତ କରାଯିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଜବତ ପାଉଚ୍ ମଦର ପରିମାଣ ୯୦୦ ଲିଟର ଏବଂ ଆନୁମାନିକ ମୂଲ୍ଯ ପ୍ରାୟ ଦେଢ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ବୋଲି ଜଣା ଯାଇଛି । ଏହି ଘଟଣାରେ ପୋଲିସ ଗୋଲିଆ ଗ୍ରାମର ଜିତେନ୍ଦ୍ର ଜେନା(୩୪)ଙ୍କୁ ଗିରଫ କରିଥିବା ବେଳେ କେସ୍ ନଂ ୨୯୧/୨୪ରେ ଏକ ମାମଲା ରୁଜୁ ହୋଇଥିବା ପୋଲିସ ପକ୍ଷରୁ ପ୍ରକାଶ ପାଇଛି । ସ୍ଥାନୀୟ ଥାନା ଏସ୍ଆଇ ସମୀର ସେଠୀଙ୍କ ନେତୃତ୍ୱରେ ପୋଲିସ ପକ୍ଷରୁ ଏହି ଚଢାଉ କାର୍ଯ୍ୟ କରାଯାଇଥିବା ବେଳେ ନିର୍ବାଚନ ଆଚରଣ ବିଧି ପାଳନ ଅବସରରେ ଏତେ ପରିମାଣର ବେଆଇନ ଚୋରା ମଦ ଜବତ କରିବା ଗଞ୍ଜାମ ଜିଲ୍ଲାର ପ୍ରଥମ ଘଟଣା ବୋଲି ଜଣାଯାଇଛି ।

You may have missed