September 21, 2024

ଜ଼ିଲ୍ଲା ଆଦିବାସୀ ବିକାଶ ପରିଷଦ ସଭାପତି ଙ୍କ ବୂଥ ସ୍ତରୀୟ ଗସ୍ତ

Share

 


କୋରାପୁଟ ଜ଼ିଲ୍ଲା ବୈପାରୀଗୁଡା ବ୍ଲକର ତେନ୍ତୁଳିଗୁମା କାଠପଡା,ମାଝୀଗୁଡା, ରାମଗିରି,କାନ୍ଦୁଲବେଡା, ଦଣ୍ଡାବାଡି,ବାଲିଗାଁ,ଚେରକା,ହଲଦି କୁଣ୍ଡ,କୀର୍ତ୍ତନ ପାଲି,ଚିପାକୁର,ଅଞ୍ଚଳ ଗସ୍ତ କରି ଥିବାର ଜଣା ଯାଇଛି. ଭୋଟ ସମୟ ଆସିଲେ ମାଳ ମାଳ ନେତା ଆସି ବହୁ ପ୍ରତି ସୃତି ଦେଇ ଯାଆନ୍ତି. କିନ୍ତୁ ନିର୍ବାଚନ ସରିଗଲେ ଆଉ କାହାର ଦେଖା ମିଳେ ନାହିଁ ନୂଆ ନୂଆ ମୁହଁ ନୂଆ ନୂଆ ଚେହେରା ଦେଖେଇ ଭୋଟ ହେତେଇ ବା ପାଇଁ ଚାଲିଆସୁ ଛନ୍ତି କିଏ ଅଧପହନ ତରିଆ ପୋଲ ଦେଖୁଛି ତ ଆଉ କିଏ ରାସ୍ତା ଓ ପାନୀୟ ଜଳ ସୁବିଧା ବିଷୟ ରେ ବୁଝୁଚି. ବୋଲି ଅଞ୍ଚଳ ବାସୀ ବହୁ ଦୁଃଖ ର ସହ ପ୍ରକାଶ କରି ଥିବା ଜଣା ଯାଇଛି I ବାହାର ଜିଲ୍ଳା ତଥା ବାହାର ନିର୍ବାଚନ ମଣ୍ଡଳୀ ରୁ ଆସି ଭୋଟରଙ୍କୁ ନୂଆ ଚେହେରା ପରିଚୟ ହବା ବେଳକୁ ଭୋଟ ସରିଯିବ. ଆମ ଅଞ୍ଚଳ କୋରାପୁଟ ଏବଂ କୋଟପାଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅଧିନ ରେ ରହିଛି ବୋଲି ଅଞ୍ଚଳ ବାସୀ ଗଣ ମାଧ୍ୟମ କୁ ସୂଚନା ପ୍ରଦାନ କରିଛନ୍ତି I ଏହି ଗସ୍ତ ଗସ୍ତ ସମୟ ରେ ସହିଦ ଲକ୍ଷଣ ନାୟକ ଙ୍କ ପରିବାର ଙ୍କୁ ମଧ୍ୟ ସାକ୍ଷାତ କରି ଥିଲେ I ପରିଷଦର ସଭାପତି ନୀଳକଣ୍ଠ ପୂଜାରୀଙ୍କ ସହ ଗୁମୁଡା ର ପୂର୍ବତନ ସରପଞ୍ଚ ଶ୍ରୀ ସନାରୁ ଚଲାଣ. ଯୁବ ନେତା ପର୍ଶୁ ରାମ ମାଝୀ. ସତ୍ୟ ନାରାୟଣ ରଥ ସାମିଲ ଥିବା ଜଣା ଯାଇଛି I (କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା )