September 21, 2024

ତାରିଣୀଙ୍କ ନବଦିନ ଯାତ୍ରା ପାଳିତ…….

Share

 

ବେହେଡା : ନବରଙ୍ଗପୁର ଜିଲ୍ଲାର ଉମେରକୋଟ ବେହେଡା ମା ତାରିଣୀ ମନ୍ଦିରରେ ନ ଦିନ ଧରି ଚାଲିଥିବା ପୂଜା ସମାପନ ହେଲା l ସକାଳୁ ଦ୍ଵାରଫିଟା ନୀତି, ସୂର୍ଯ୍ୟ ପୂଜା, ଆଳତି, ପଣା ହେବା ପରେ ପଣାକୁପ୍ରାୟ ଦୁଇହଜାର ସର୍ବସାଧାରଣ ମଧ୍ୟରେ ବଣ୍ଟନ କରାଯାଇଛି l ରାସ୍ତାର ଉଭୟ ପାର୍ଶ୍ୱରେ ଯାତାୟାତ କରୁଥିବା ଭକ୍ତଙ୍କୁ ବଣ୍ଟନ କରିଥିଲେ l ଶ୍ରଦ୍ଧାଳୁମାନେ ମଧ୍ୟ ବେଶ ଖୁସିରେ ଗ୍ରହଣ କରିଥିଲେ ଯାହାକି କିଛି ସମୟ ପାଇଁ ଟ୍ରାଫିକ ସମସ୍ୟା ଉପୁଜିଥିଲା l
ମାଙ୍କ ପୀଠରେ ନାମ ସଂକ୍ରିତନ ହୋଇଥିଲା l ବହୁ ଦୂରରୁ ଭକ୍ତ ମାନେ ନାମରେ କିଛି ସମୟ ମଗ୍ନ ହୋଇଥିବା ଦେଖିବାକୁ ମିଳିଲା l ମାଙ୍କ କୃପା ଲାଭ କରିବାକୁ ସୁବାଷ ଗଣ୍ଡ, ବବିନା ନାୟକ,ରମେଶ ମାଝୀ, ସାନରାଜ ଗଣ୍ଡ,ନିତ୍ୟାନନ୍ଦ ଗଣ୍ଡ, ଓ ତିନି ଦଳର ରାଜନେତା ମାନେ ମଧ୍ୟ ମାଙ୍କ କୃପା ଲାଭ କରିଥିଲେ l ବିଭିନ୍ନ ପ୍ରକାର ର ପସରା ଏବଂ ରାତିରେ ନାଟ ପରିବେଷଣ ହୋଇଥିଲା l(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)