April 30, 2026

 ଋଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ ରୁ ପାରାଦୀପ ଟ୍ରଲର ଜବତ ,୯୭୯ କିଲୋ ମାଛ ଜବତ,୧୦ ମତ୍ସ୍ୟଜୀବି ଅଟକ

boat
Share

 

 

ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଁଣ ସମୁଦ୍ର ର ନୀଳ ଜଳରାଶୀ ନୋ ଫିସଙ୍ଗ ଜୋନ ରୁ ମାଛ ମାରୁଥିବା ବେଳେ ଏକ ପାରାଦୀପ ଟ୍ରଲର ଜବତ କରାଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି l ଟ୍ରଲର ମଧ୍ୟରୁ ୧୦ ଜଣ ମତ୍ସ୍ୟଜୀବି ଙ୍କୁ ଅଟକ ରଖା ଯାଇଛି l ସେଥିରେ ଥିବା ୯୭୯ କିଲୋ ମାଛ ମଧ୍ୟ ଜବତ କରାଯାଇ ସ୍ଥାନୀୟ ମତ୍ସ୍ୟଜୀବି ବ୍ୟବସାୟୀ ମାନଙ୍କୁ ଅପ୍ସନ କରିଦିଆଯାଇଛି l
ଟ୍ରଲରୁ ଏ. ରାଜୁ, ଏ କ୍ରିଷ୍ଣା, ଏ. ଚଲାପଥି, ବି. ମହେଶ, ବି. ଗଣେଶ, ଦିଗବିଶ ମନା, ସମିର ଦେ, କାଳିଆ ଚୌଧୁରୀ, ସୁଜିତ ବେହେରା, ପ୍ରଶାନ୍ତ ମଲ୍ଲିକ ପ୍ରମୁଖ ପାରାଦୀପ ଅଞ୍ଚଳ ର ମତ୍ସ୍ୟଜୀବିଙ୍କୁ ମତ୍ସ୍ୟ ବିଭାଗ କୁ ହସ୍ଥାନ୍ତର କରିଛି ବନ ବିଭାଗ l
ଏହି ଚଢ଼ାଉ ରେ ବନ ବିଭାଗ ପକ୍ଷରୁ ଏସ ସି ଏଫ ଦିବ୍ୟ ଶଙ୍କର ବେହେରା,ଖଲ୍ଲିକୋଟ ଫରେଷ୍ଟର ପ୍ରଶାନ୍ତ କାର୍ଜି, ରମ୍ଭା ଫରେଷ୍ଟର ରତ୍ନା କୁମାର ବେହେରା, ପ୍ରମୋଦ କୁମାର ନାୟକ, ଫରେଷ୍ଟର ଗାର୍ଡ ରାଜେଶ୍ଵର ବେହେରା, ମାଧବ ବେହେରା, ଦେବାଶିଷ ପଟନାୟକ ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଓ ଫିସେରୀ କର୍ମଚାରୀ ଉପସ୍ଥିତ ରହିଥିଲେ l
ସୂଚନା ଯୋଗ୍ୟଯେ ସମ୍ପ୍ରତି ଋଷିକୁଲ୍ୟା ମୁହାଁଣ ର ନୀଳ ଜଳରାଶୀ ମଧ୍ୟରେ ଲକ୍ଷାଧିକ ଅଲିଭ ରିଡଲେ ଙ୍କ ସମାଗାମ ହୋଇଛି l ଯାହାକୁନେଇ ନଭେମ୍ବର ମାସ ପହିଲାରୁ ସମୁଦ୍ର ମଧ୍ୟରେ ଉତ୍ତର କୁ ପ୍ରୟାଗି, ଦକ୍ଷିଣ ଦିଗରେ ଆର୍ଜିପଲ୍ଲୀ ପର୍ଯ୍ୟନ୍ତ ୧୦ କିଲୋମିଟର ଲେଖାଏଁ ଓ ସମୁଦ୍ର ମଧ୍ୟ କୁ ୨୦ କିଲୋମିଟର ପର୍ଯ୍ୟନ୍ତ ଯନ୍ତ୍ର ଚାଳିତ ଡ଼ଙ୍ଗା କିମ୍ବା ଟ୍ରଲର ସାହାଯ୍ୟରେ ମାଛ ମରିବା କୁ ବନ ବିଭାଗ କଟକଣା ଜାରି କରିଛି l( ପ୍ରଦୀପ କୁମାର ପଣ୍ଡା)

You may have missed