ରକ୍ତଦାନ ଶିବିର ପାଇଁ ପ୍ରସ୍ତୁତି ବୈଠକ……..
ଉମରକୋଟ:-ନବରଙ୍ଗପୁର ଜିଲ୍ଲା ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ରକ୍ତ ଦାନ ଶିବିର ପାଇଁ ଏକ ପ୍ରସୂତି ବୈଠକ ର ଆୟୋଜନ କରାଯାଇଥିଲା।ଉକ୍ତ ବୈଠକରେ ଡାକ୍ତର ଶରତ ଚନ୍ଦ୍ର ସେଠୀ,ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ସୁମନ୍ତ କୁମାର ରାଉଳ, ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ସନ୍ତୋଷ କୁମାର ପଣ୍ଡା, ଡାକ୍ତର ସବ୍ୟସାଚୀ ଦାସ, ଅଫଥଲମିକ ଆସିଷ୍ଟାଣ୍ଟ ରାମ ବାବୁ ଉପସ୍ଥିତ ରହିଥିଲେ।ସର୍ବ ସମତିକ୍ରମେ ଚଳିତ ମାସ 16ତାରିଖ ଦିନ ରକ୍ତଦାନ ଶିବିରର ଆୟୋଜନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ରକ୍ତଦାନ ମହା ପୁଣ୍ୟ ତେଣୁ ପ୍ରତ୍ୟକ ତିନିମାସ ବ୍ୟବଧାନ ରେ ପୁରୁଷ ମାନେ ଓ 6 ମାସ ବ୍ୟବଧାନ ରେ ମହିଳା ମାନେ ସ୍ବେଛାକୃତ ଭାବେ ରକ୍ତଦାନ କରିବା ଭଲ ଏବଂ ରକ୍ତଦାନ କଲେ ରକ୍ତଦାତା ଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହେ ବୋଲି ଡାକ୍ତର ସନ୍ତୋଷ ପଣ୍ଡା ସୂଚନା ଦେଇଥିଲେ। ସେହିଭଳି ଆଗାମୀ କିଛି ମାସ ମଧ୍ୟରେ ଉମରକୋଟ ରକ୍ତ ଭଣ୍ଡାର କାର୍ଯ୍ୟକାରୀ ହେବ ଏହି ସମୟରେ ଆମକୁ ରକ୍ତ ଗଛିତ ରଖିବାକୁ ପଡିବ ତେଣୁ ବର୍ତମାନ ଠାରୁ ବିଭିନ୍ନ ସଂଘଠନ, ସଂସ୍ଥା, ଅନୁଷ୍ଠାନ ପକ୍ଷରୁ ଦିନ ଧାର୍ଯ୍ୟ କରି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିଠା ମାଧ୍ୟମରେ ସୂଚନା ଦେଲେ ଉକ୍ତ ସଂସ୍ଥା ବା ଅନୁଷ୍ଠାନ ରକ୍ତଦାନ ଶିବିର ଆୟୋଜନ କଲେ ତାଙ୍କୁ ଉମରକୋଟ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସହଯୋଗ କରାଯିବ।ଆଜିର ଏହି ପ୍ରସ୍ତୁତି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଆକାଉଣ୍ଟ ମେନେଜର ବିଶ୍ୱଜିତ ସୁନା,ହସ୍ପିଟାଲ ମେନେଜର ଶୁଭ୍ରାଂଶୁ ପାଲଟାସିଂ,ଛୋଟୁ କଲାର,କୁରୁମା ରାଓ, ସମାଜସେବୀ ସଲିମ ରାଠୋର,ରଜତ ସାନ୍ତ୍ରା, ଯୁଗଳ କିଶୋର ସାହୁ, ଅନୁରାଗ ପଟ୍ଟନାୟକ, ସୁଶୀଲ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ ଆଜିର କାର୍ଯ୍ୟକ୍ରମ କୁ ସଫଳ କରିବାରେ ସହଯୋଗ କରିଥିଲେ।(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)